ଓଡିଶା

odisha

ETV Bharat / sports

world cup 2023: ବିଶ୍ବକପ ପଦାର୍ପଣରେ ରାଚିନ ରବିନ୍ଦ୍ରଙ୍କ ବିସ୍ଫୋରକ ପ୍ରଦର୍ଶନ, ଜାଣନ୍ତୁ କେମିତି ଥିଲା କ୍ରିକେଟ ଯାତ୍ରା - କ୍ରିକେଟ ବିଶ୍ବକପ 2023

ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ତଥା ଯୁବ ଖେଳାଳି ରାଚିନ ରବିନ୍ଦ୍ର ଚଳିତ ବିଶ୍ବକପରେ ଦମଦାର ପ୍ରଦର୍ଶନ କରିଛନ୍ତି । ଜାଣନ୍ତୁ ଏହି କ୍ରିକେଟରଙ୍କ ଯାତ୍ରା ସମ୍ପର୍କରେ ।

Rachin Ravindra
Rachin Ravindra cricket journey

By ETV Bharat Odisha Team

Published : Nov 9, 2023, 12:45 PM IST

Updated : Nov 9, 2023, 1:00 PM IST

ହାଇଦ୍ରାବାଦ: 14 ଜୁଲାଇ 2019 ବିଶ୍ବକପ ଫାଇନାଲ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିଲା । ଜଣେ 19 ବର୍ଷୀୟ ଯୁବକ ବେଙ୍ଗାଲୁରୁରୁ ଏହି ମ୍ୟାଚ୍‌ ଦେଖୁଥିଲା । 19 ବର୍ଷୀୟ ଭାରତୀୟ ମୂଳ ବାସିନ୍ଦା ନ୍ୟୁଜିଲାଣ୍ଡର ରାଚିନ ରବିନ୍ଦ୍ର ଚଳିତ ବିଶ୍ବକପରେ ଦମଦାର ପ୍ରଦର୍ଶନ କରିଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା । 2019 ବିଶ୍ବକପ ଫାଇନାଲରେ ଦଳକୁ ହାରିଥିବା ଦେଖିଥିଲେ । ଏଥର ଦଳ ପାଇଁ ଅନେକ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛନ୍ତି । ବିଶ୍ବକପ ପଦାର୍ପଣ ମ୍ୟାଚରେ ଶତକ ହାସଲ କରି ଚର୍ଚ୍ଚାରେ ଥିଲେ 23 ବର୍ଷୀୟ ରାଚିନ ରବିନ୍ଦ୍ର । ତେବେ ଜାଣନ୍ତୁ ଏହି କ୍ରିକେଟର ଯାତ୍ରା ବିଷୟରେ ।

ବିଶ୍ବକପ ପଦାର୍ପଣରେ ବିସ୍ଫୋରକ ପ୍ରଦର୍ଶନ:ଚଳିତ ବିଶ୍ବକପରେ ପଦାର୍ପଣ କରିଥିବା ରାଚିନ ଇଂଲଣ୍ଡ ବିପକ୍ଷ ପ୍ରଥମ ମ୍ୟାଚରେ ଦମଦାର ଶତକ ହାସଲ କରିଥିଲେ । 96 ବଲ ଖେଳି ଅପରାଜିତ 123ରନ କରିଥିଲେ । ସେଥିରେ 11ଚୌକା ଓ 5 ଛକା ଥିଲା । ଚଳିତ ବିଶ୍ବକପରେ ମୋଟ 8ଟି ମ୍ୟାଚ ଖେଳି ରାଚିନ 3ଟି ଶତକ ହାସଲ କରିବା ସହ 2ଟି ଅର୍ଦ୍ଦଶତକ ସହ ମୋଟ 523ରନ ସଂଗ୍ରହ କରିଛନ୍ତି । ଇଂଲଣ୍ଡ ସମେତ ପାକିସ୍ତାନ, ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ହାସଲ କରିଥିଲେ । ଭାରତ ବିପକ୍ଷ ମ୍ୟାଚରେ ସେ 75 ରନ କରିଥିଲେ । ବିଶ୍ବକପରେ ନ୍ୟୁଜିଲାଣ୍ଡ ପାଇଁ 3 ଶତକ ହାସଲକାରୀ ପ୍ରଥମ ଖେଳାଳି ହୋଇଛନ୍ତି ରାଚିନ । ରାଚିନ ବ୍ୟାଟିଂ ସହିତ ବୋଲିଂ ମଧ୍ୟ କରନ୍ତି । ଚିଳତ ବିଶ୍ବକପରେ ସେ ରନ ହାସଲକାରୀ ତାଲିକାର ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଯେଉଁଥିରେ 40ଟି ଚୌକା ଓ 14ଟି ଛକା ସାମିଲ ରହିଛି ।
ରାଚିନଙ୍କ ନାମ ପଛର ରାଜ:ରାହୁଲ+ସଚିନ=ରାଚିନ । ରାଚିନ ରବିନ୍ଦ୍ର ଭାରତୀୟ ବ୍ଂଶଦ୍ଭୋବ ନ୍ୟୁଜିଲାଣ୍ଡ କ୍ରିକେଟର । ରାଚିନଙ୍କର ଏପରି ନାମ ପଛରେ ଏକ କାହାଣୀ ରହିଛି । ୱେଲିଂଟନରେ ରଚନିଙ୍କର ଜନ୍ମ । ତାଙ୍କ ବାପା କ୍ରିଷ୍ଣାମୂର୍ତ୍ତି ଓ ମାଆ ଦୀପା କ୍ରିଷ୍ଣାମୂର୍ତ୍ତି କ୍ରିକେଟର ବଡ ପ୍ରଶଂସକ । 1990ରୁ ବେଙ୍ଗାଲୁରୁରୁ ସେମାନେ ନ୍ୟୁଜିଲାଣ୍ଡ ଚାଲିଯାଇଥିଲେ । ରାଚିନ ଜନ୍ମ ହେବା ପରେ ରାହୁଲ ଦ୍ରାବିଡ ଓ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ନାମକୁ ଯୋଡ଼ି ତାଙ୍କ ନାମ ରାଚିନ ରଖାଯାଇଥିଲା । ରାହୁଲରୁ ରା ଓ ସଚିନକୁ ଚିନ ଅଣାଯାଇ ଏହି ନାମ ରଖାଯାଇଥିଲା । ରାଚିନ ପ୍ରଥମ ଥର ପାଇଁ ନ୍ୟୁଜିଲାଣ୍ଡ 19 ବର୍ଷରୁ କମ ଦଳରେ ସ୍ଥାନ ପାଇଥିଲେ । 2016 ଓ 2018 କନିଷ୍ଠ ବିଶ୍ବକପରେ ଖେଳିବାର ସୁଯୋଗ ପାଇଥିଲେ । 2021ରେ ଜାତୀୟ ସିନିୟର ଦଳରେ ପଦାର୍ପଣ କରିବାର ସୁଯୋଗ ପାଇଥିଲେ । ଟେଷ୍ଟ ପଦାର୍ପଣ ପୂର୍ବରୁ 6ଟି ଅନ୍ତର୍ଜାତିତ ଟି-20 ଖେଳି ସାରିଥିଲେ ।

ଏହା ବି ପଢନ୍ତୁ...World Cup 2023: ଭାରତ ସହ ରଚିନକୁ ଫାଇନାଲ ଖେଳିବା ଦେଖିବାକୁ ଚାହାନ୍ତି ତାଙ୍କ ଅଜା

ଭାରତ ବିପକ୍ଷ ଟେଷ୍ଟ ମ୍ୟାଚକୁ ଡ୍ର କରିଥିଲେ: 2021 ଆରମ୍ଭରୁ ଟେଷ୍ଟ, ଦିନିକିଆ ଓ ଟି-20 ପାଇଁ ସ୍କ୍ବାଡ୍‌ରେ ସୁଯୋଗ ପାଇଥିଲେ ରାଚିନ । ଅନ୍ତର୍ଜାତୀୟ କ୍ରିକେଟରେ ରାଚିନଙ୍କ ନାମ ସେବେ ବାହାରକୁ ଆସିଲେ ଯେବେ 2021ରେ ଭାରତ ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚକୁ ଡ୍ର କରିଥିଲେ । ଚତୁର୍ଥ ପାଳିରେ ନ୍ୟୁଜିଲାଣ୍ଡକୁ ଭାରତୀୟ ଦଳ 283ରନର ଟାର୍ଗେଟ ଦେଇଥିଲା । ନ୍ୟୁଜିଲାଣ୍ଡ 9 ୱିକେଟ ହରାଇ 155ର କରିଥିଲା । ଭାରତର ବିଜୟ ପ୍ରାୟ ନିଶ୍ଚିନ୍ତ ଥିଲା । ମାତ୍ର ରାଚିନ ଏଜାଜ ପଟେଲଙ୍କ ସହ ମିଶି ବିସ୍ଫୋରକ ବ୍ୟାଟିଂ କରିଥିଲେ । 10 ୱିକେଟ ତଲାସରେ ଥିବା ଭାରତ ବିଫଳ ହୋଇଥିଲା । ମ୍ୟାଚ ଡ୍ର' ହୋଇଥିଲା । ରାଚିନ 91 ବଲ ଖେଳି 18ରନ କରିଥିଲେ ଓ ମ୍ୟାଚ ଡ୍ର' କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ ।

ଚଳିତ ବିଶ୍ବକପର ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡ ବିପକ୍ଷରେ ତୃତୀୟ ନମ୍ବରରେ ବ୍ୟାଟିଂ ପାଇଁ କ୍ରିଜ୍‌କୁ ଓହ୍ଲାଇଥିଲେ ରାଚିନ । ଡିଫେଣ୍ଡିଂ ଚମ୍ପିଆନକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଥିବା ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ରଚିନ ରବିନ୍ଦ୍ର ଅପରାଜିତ ଶତକ ହାସଲ କରିଥିଲେ । 96ବଲରୁ 123 ରନ କରିଥିଲେ ରାଚିନ । ସେଥିରେ 11ଚୌକା ଓ 5 ଛକା ଥିଲା । ଏହି ମ୍ୟାଚ୍‌ରେ ଇଂଲଣ୍ଡକୁ 9 ୱିକେଟରେ ହରାଇଥିଲା କିୱି ଦଳ ।

ଏହା ବି ପଢନ୍ତୁ...World Cup 2023: ଜାଣନ୍ତୁ ନ୍ୟୁଜିଲାଣ୍ଡ ଅଲରାଉଣ୍ଡର ରଚିନ ରବୀନ୍ଦ୍ରଙ୍କ ନାମ ପଛର ରାଜ

ଚଳିତ ବିଶ୍ବକପରେ ରାଚିନ ରବିନ୍ଦ୍ର 3ଟି ଶତକ ହାସଲ କରିସାରିଛନ୍ତି । ମୋଟ 523ରନ ସଂଗ୍ରହ କରିଛନ୍ତି । ଏବେ ସୁଦ୍ଧା ନ୍ୟୁଜିଲାଣ୍ଡ ଅଲରାଉଣ୍ଡର ରାଚିନ 3ଟି ଟେଷ୍ଟ, 20ଟି ଦିନିକିଆ ଓ 18ଟି ଟି-ଟ୍ବେଣ୍ଟି ମ୍ୟାଚ୍‌ ଖେଳିଛନ୍ତି । ଆଜି ଶ୍ରୀଲଙ୍କା ବିପକ୍ଷରେ ନିଜ ଘରୋଇ ମୈଦାନ ବେଙ୍ଗାଲୁରୁରେ ଖେଳିବେ । ବେଙ୍ଗାଲୁରୁର ରାଚିନଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ । ରାଚିନଙ୍କ ଚଳିତ ବିଶ୍ବକପରେ ପ୍ରଦର୍ଶନ ନେଇ ତାଙ୍କୁ କ୍ରିକେଟ କିମ୍ବଦନ୍ତୀ ପ୍ରଶଂସା କରିଛନ୍ତି । ଇର୍ଫାନ ପଠାନ ରାଚିନ ରବିନ୍ଦ୍ରଙ୍କୁ ଶ୍ରେଷ୍ଠ ଅଲରାଉଣ୍ଡର ବୋଲି କହିଛନ୍ତି ।

Last Updated : Nov 9, 2023, 1:00 PM IST

ABOUT THE AUTHOR

...view details