ହାଇଦ୍ରାବାଦ:ଚଳିତ କ୍ରିକେଟ ବିଶ୍ବକପ 2023କୁ ଚମ୍ପିଆନ୍ ମିଳି ସାରିଛି । ଭାରତରେ ଆୟୋଜିତ ବିଶ୍ବକପ 13ତମ ସଂସ୍କରଣରେ କଙ୍ଗାରୁ ଦଳ ବାଜି ମାରି ନେଇଛି । ଅହମ୍ମଦାବାଦରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ବକପ ଫାଇନାଲରେ ଭାରତକୁ ହରାଇ ଷଷ୍ଠ ଥର ପାଇଁ ବିଶ୍ବ ଚମ୍ପିଆନ ହୋଇଛି ଅଷ୍ଟ୍ରେଲିଆ । ବିଶ୍ବକପ ଫାଇନାଲ ଫାଇଟରେ ଭାରତ ହାତରୁ ମ୍ୟାଚ୍ ଛଡ଼ାଇ ଆଣିଥିଲେ ଅଷ୍ଟ୍ରେଲିଆର ଟ୍ରାଭିସ ହେଡ୍ । ତୃତୀୟ ଅଷ୍ଟ୍ରେଲିଆ ବ୍ୟାଟର ଭାବେ ହେଡ୍ ବିଶ୍ବକପ ଫାଇନାଲରେ ଶତକ ହାସଲ କରି ସେଞ୍ଚୁରୀ କିଙ୍ଗ୍ ସାଜିଥିଲେ । ଏହା ସହିତ ଅଷ୍ଟ୍ରେଲିଆ ବିଜୟର ସୁତ୍ରଧର ଥିଲେ ଟ୍ରାଭିସ ହେଡ୍ । ବିଶ୍ବକପ 2023 ଫାଇନାଲର ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ଟ୍ରାଭିସ ।
241ରନ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଅଷ୍ଟ୍ରେଲିଆ । ଭାରତୀୟ ବୋଲର ପ୍ରାରମ୍ଭରେ ଅଷ୍ଟ୍ରେଲିଆର 3ଟି ୱିକେଟ୍ ନେଇ ବିଜୟ ପଥ ତିଆରି କରୁଥିଲେ । ଏହାପରେ କ୍ରିଜ୍ରେ ଜମିଥିଲା ଲାବୁସାନ ଓ ଟ୍ରାଭିସ ହେଡଙ୍କ ଯୋଡି । ଏହି ଯୋଡିଙ୍କୁ ଭାଙ୍ଗିବା ଭାରତୀୟ ବୋଲରଙ୍କ ପାଇଁ କଷ୍ଟକର ହୋଇଥିଲା । ଦୁଇ ବ୍ୟାଟର ଅଷ୍ଟ୍ରେଲିଆ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଆହତ ସମସ୍ୟା ପାଇଁ ଅଧିକାଂଶ ମ୍ୟାଚ୍ ଖେଳିନଥିଲା ହେଡ୍ ବିଶ୍ବକପ ଫାଇନାଲରେ ଚିତ୍ତାକର୍ଷକ ଶତକ ହାସଲ କରିଥିଲେ । ଦଳକୁ ବିଜୟୀ କରିବାରେ ସୁତ୍ରଧର ଥିଲେ ଟ୍ରାଭିସ ହେଡ୍ । ସେ 120 ବଲରେ 137 ରନ ମ୍ୟାଚ୍ ବିଜୟୀ ପାଳି ଖେଳିଥିଲେ । ତୃତୀୟ ଅଷ୍ଟ୍ରେଲିଆ ବ୍ୟାଟର ଭାବେ ହେଡ୍ ବିଶ୍ବକପ ଫାଇନାଲରେ ଶତକ ହାସଲ କରିଛନ୍ତି । ପୂର୍ବରୁ ଏହି ରେକର୍ଡରେ ଅଷ୍ଟ୍ରେଲିଆର ରିଙ୍କିଂ ପଣ୍ଟିଂ ଓ ଆଡାମ ଗିଲଖ୍ରୀଷ୍ଟ ଥିଲେ । 2003 ଓ 2007 ବିଶ୍ବକପ ଫାଇନାଲର ଉଭୟ ଶତକୀୟ ପାଳି ଖେଳିଥିଲେ ।