କୋଲକାତା:ବଲ ବ୍ୟାଟର ମହାଯୁଦ୍ଧ କ୍ରିକେଟ ବିଶ୍ବକପକୁ ଆଉ ମାତ୍ର ମଝିରେ ଗୋଟିଏ ଦିନ । 10 ଦଳ ମଧ୍ୟରେ ଆରମ୍ଭ ହେବ ମୁକାବିଲା । ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିିଛି । ଅକ୍ଟୋବର 5 ତାରିଖରୁ ଆରମ୍ଭ ହେବ କ୍ରିକେଟ ମହାକୁମ୍ଭ ବିଶ୍ବକପ 2023 । ଘରୋଇ ମାଟିରେ ତୃତୀୟ ଥର ବିଶ୍ବ ବିଜୟୀ ହେବାକୁ ଲକ୍ଷ୍ୟ ରଖିଛି ଭାରତ । ଦଳ ଶକ୍ତି ସମାର୍ଥ୍ୟ ନେଇ ପୂର୍ବତନ ଭାରତୀୟ କ୍ରିକେଟର କିରଣ ମୋରେ ଭବିଷ୍ୟବାଣୀ କରିଛନ୍ତି । ଭାରତୀୟ ଦଳ ସେମିଫାଇନାଲରେ ପହଞ୍ଚିବା ନିଶ୍ଚିତ ଏବଂ ବୋଲର ଏଥିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବେ ବୋଲି କହିଛନ୍ତି କିରଣ ।
ଭାରତ ପାଇଁ ଖେଳିଥିବା ପୂର୍ବତନ କ୍ରିକେଟର କରିଣ ମୋରେ ଇଟିଭି ଭାରତକୁ ସାକ୍ଷାତକାର ଦେଇ କହିଛନ୍ତି, ''ଆମ ପାଖରେ ସବୁଠୁ ଭଲ ଦଳ ଅଛି । ଏସିଆ କପରେ ବାଂଲାଦେଶ ବିପକ୍ଷ ମୁକାବିଲାରେ ଆହତ ଅକ୍ଷର ପଟେଲଙ୍କ ସ୍ଥାନରେ ଭାରତର ଅଭିଜ୍ଞ ସ୍ପିନର ଅଶ୍ବିନୀଙ୍କୁ ସ୍ଥାନ ମିଳିଛି । ଫଳରେ ଭାରତୀୟ ଦଳ ଅଧିକ ସନ୍ତୁଳିତ ହୋଇଛି । ଆମ ଟିମରେ ଭଲ ସନ୍ତୁଳନ ଅଛି । ଦଳର ପ୍ଲସ ପଏଣ୍ଟ ଏହା କି ଆମ ପାଖରେ ଥିବା ବୋଲର ଯିଏକି ୱିକେଟ ଅକ୍ତିଆର କରିପାରିବେ । ସମସ୍ତେ ଆହତ ସମସ୍ୟାକୁ ପଛରେ ପକାଇ ଧମାଲ ମଚାଇବାକୁ ପ୍ରସ୍ତୁତ ଅଛନ୍ତି । କେବଳ ଗୋଟିଏ ଜିନିଷ ଜରୁରୀ ତାହା ହେଉଛି ଲୟ । ସମସ୍ତ ଭାରତୀୟ ଖେଳାଳି ବିଶ୍ବକପ ପାଇଁ ପ୍ରସ୍ତୁତ ଅଛନ୍ତି ।''
ପୂର୍ବତନ ମୁଖ୍ୟ ଚୟନକର୍ତ୍ତା କିରଣ ମୋରେ ଆହୁରି କହିଛନ୍ତି, '' ମେନ ଇନ ବ୍ଲ୍ୟୁ ପାଇଁ ବ୍ୟାଟର ସର୍ବଦା ମଜବୁତ ପକ୍ଷ ହୋଇଛନ୍ତି । ମାତ୍ର ଏଥର ଭାରତର ବୋଲର ଆରମ୍ଭରୁ ଘାତକ ସାବ୍ୟସ୍ତ ହେବେ । ଭାରତ ପାଖରେ ଜବରଦସ୍ତ ବୋଲିଂ ୟୁନିଟ ରହିଛି । ପ୍ରଥମ 10 ଓଭରରୁ ମିଡଲ ଓଭର ଏବଂ ଶେଷରେ ଡେଥ ଓଭର ସମସ୍ତେ ୱିକେଟ ଅକ୍ତିଆର କରିବାକୁ ଦକ୍ଷ । ରବିନ୍ଦ୍ର ଜାଡେଜାଙ୍କ ଛଡା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଜଣେ ଭଲ ୱିକେଟ ଟେକର । କୂଳଦୀପ ଯାଦବଙ୍କ ଘାତକ ବୋଲିଂ ନିଶ୍ଚୟ ବିପର୍ଯ୍ୟୟ ଘଟାଇବ ।''