ଓଡିଶା

odisha

ETV Bharat / sports

World Cup 2023: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି, ଦଳକୁ ଫେରିଲେ ଗିଲ

ଆଜି ଭାରତ ଓ ପାକିସ୍ତାନ ମହାମୁକାବିଲା । ଟସ ଜିତିଲା ଭାରତ । ବ୍ୟାଟିଂ ପାଇଁ ପଡିଆକୁ ଓହ୍ଳାଇବ ପାକିସ୍ତାନ । ଅଧିକ ପଢନ୍ତୁ

World Cup 2023
World Cup 2023

By ETV Bharat Odisha Team

Published : Oct 14, 2023, 1:58 PM IST

Updated : Oct 14, 2023, 2:08 PM IST

ଅହମ୍ମଦାବାଦ: ଅପେକ୍ଷାର ଅନ୍ତ ଘଟିଲା । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆରମ୍ଭ ହୋଇଛି ଭାରତ ଓ ପାକିସ୍ତାନ ମହାମୁକାବିଲା । ପାକିସ୍ତାନ ବିପକ୍ଷରେ ଟସ୍ ଜିତି ଭାରତ ଫିଲ୍ଡିଂ ନିଷ୍ପତ୍ତି ନେଇଛି । ବ୍ୟାଟିଂ ପାଇଁ ପଡିଆକୁ ପାକିସ୍ତାନକୁ ଆମନ୍ତ୍ରଣ କରିଛି ଭାରତ । ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ରହିଛନ୍ତି ଏହି ଚିର ପ୍ରତିଦ୍ବନ୍ଦୀ ଦଳ । ତେବେ ଡେଙ୍ଗୁରୁ ସୁସ୍ଥ ହେବା ପରେ ଟିମକୁ ଫେରିଛନ୍ତି ଶୁବମନ ଗିଲ । ଆଜି ବିଶ୍ବକପରେ ପ୍ରଥମ ମ୍ୟାଚ ଖେଳିବେ ଗିଲ ।

ଏହା ମଧ୍ୟ ପଢନ୍ତୁ-World cup 2023: ଭାରତ ବିପକ୍ଷରେ ମ୍ୟାଚ ପୂର୍ବରୁ ଏମିତି କହିଲେ ପାକିସ୍ତାନ ଅଧିନାୟକ

ଡେଙ୍ଗୁରେ ପୀଡିତ ହେବା ପରେ ଚିକିତ୍ସାଧୀନ ଅବସ୍ଥାରେ ଥିଲେ ଗିଲ । ଏଥିପାଇଁ ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ ଖେଳିବାରୁ ବଞ୍ଚିତ ହୋଇଥିଲେ । ତାଙ୍କ ସ୍ଥାନରେ ଦ୍ବିତୀୟ ନମ୍ବରରେ ଇଶାନ କିଶାନ ବ୍ୟାଟିଂ କରିଥିଲେ । ଆଜି ଗିଲଙ୍କ ନାମ ଭାରତୀୟ ଏକାଦଶରେ ସ୍ଥାନ ପାଇବା ପରେ କିଶାନ ବାଦ୍ ପଡିଛନ୍ତି । ଡେଙ୍ଗୁରୁ ସୁସ୍ଥ ହେବା ପରେ ମଧ୍ୟ ଶୁବମନ ଗିଲ ପାକିସ୍ତାନ ବିପକ୍ଷ ମ୍ୟାଚ ଖେଳିବେ ନା ନାହିଁ ସେନେଇ ଅନିଶ୍ଚିତତା ଦେଖାଦେଇଥିଲା । ଶେଷରେ ଆଜି ଏକାଦଶରେ ସେ ସାମିଲ ହୋଇଛନ୍ତି । ଦୁଇ ଦିନ ହେଲା ଅଭ୍ୟାସ କରୁଥିଲେ ଗିଲ ।

ଏହା ମଧ୍ୟ ପଢନ୍ତୁ-World cup 2023: ମ୍ୟାଚ ପୂର୍ବରୁ ଅହମ୍ମଦାବାଦରେ ପହଞ୍ଚିଲେ ଦୁଇ ପାକିସ୍ତାନୀ ସମର୍ଥକ, ଜର୍ସି ପିନ୍ଧି ଉଠାଇଲେ ଫଟୋ

୮-୦ ଲକ୍ଷ୍ୟରେ ରୋହିତ୍‌ବାହିନୀ: ଦିନିକିଆ ବିଶ୍ବକପ ଇତିହାସରେ ଏ ପର୍ଯ୍ୟନ୍ତ ଭାରତ ଓ ପାକିସ୍ତାନ ମଧ୍ୟରେ 7ଟି ମ୍ୟାଚ୍‌ ଖେଳାଯାଇଛି । ଯେଉଁଥିରେ ଭାରତ 7ଟି ଯାକ ମ୍ୟାଚ୍‌ ଜିତିଥିଲା । ଏହି ବିଜୟଧାରା ଜାରି ରଖିବା ଲକ୍ଷ୍ୟରେ ରୋହିତ ବାହିନୀ ମୈଦାନକୁ ଓହ୍ଲାଇଛି । ସେପଟେ ଭାରତର ବିଜୟ ରଥକୁ ଅଟକାଇବାକୁ ଜୋରଦାର ଟକ୍କର ଦେବ ବାବର ବାହିନୀ ।

ଭାରତୀୟ ଏକାଦଶ:ରୋହତି ଶର୍ମା(ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ସାର୍ଦୁଲ ଠାକୁର, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ, କୁଲଦୀପ ଯାଦବ ।

ପାକିସ୍ତାନ ଏକାଦଶ:ବାବର ଆଜମ (ଅଧିନାୟକ), ଅବଦୁଲା ଶଫିକ, ଇମାମ-ଉଲ୍‌-ହକ୍‌, ମହମ୍ମଦ ରିଜୱାନ, ସୌଦ ସକିଲ, ଇଫ୍‌ତିଖାର ଅହମ୍ମଦ, ଶଦାବ ଖାନ, ଶାହିନ ଶାହ ଆଫ୍ରିଦି, ହ୍ୟାରିସ ରୌଫ, ହାସାନ ଅଲ୍ଲୀ ।

ଏହା ମଧ୍ୟ ପଢନ୍ତୁ-World cup 2023: ଭାରତ-ପାକ ମ୍ୟାଚକୁ ନେଇ ଅହମ୍ମଦାବାଦରେ ଏମିତି ରହିଛି ସୁରକ୍ଷା ବ୍ୟବସ୍ଥା

Last Updated : Oct 14, 2023, 2:08 PM IST

ABOUT THE AUTHOR

...view details