ମୁମ୍ବାଇ:ଅଜିଙ୍କ୍ୟ ରାହାଣେଙ୍କ ସମର୍ଥନରେ ବାହାରିଲେ ଭାରତୀୟ କ୍ୟାପଟେନ ବିରାଟ କୋହଲି । ଚଳିତ ବର୍ଷ ନିଜର ଖରାପ ଫର୍ମ ପାଇଁ ସମାଲୋଚିତ ହୋଇଛନ୍ତି ଟେଷ୍ଟ ଭାଇସ କ୍ୟାପଟେନ ରାହାଣେ । କୋହଲିଙ୍କ ଅନୁପସ୍ଥିତିରେ କାନପୁର ଟେଷ୍ଟରେ ନେତୃତ୍ବ ସମ୍ଭାଳିଥିବା ରାହାଣେଙ୍କୁ ମୁମ୍ବାଇ ଟେଷ୍ଟରେ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିନଥିଲା ।
କାନପୁର ଟେଷ୍ଟରେ ରାହାଣେ ଫିଲ୍ଡିଂ ସମୟରେ ମାଂସପେଶୀରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରୁଥିବା ଜଣାପଡିଥିଲା । ଫଳରେ ଆହତ କାରଣରୁ ତାଙ୍କୁ ମୁମ୍ବାଇ ଟେଷ୍ଟରୁ ବାଦ୍ ଦିଆଯାଇଥିଲା ।
ତେବେ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଜୟ ପରେ ମ୍ୟାଚ୍ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ କୋହଲି କହିଛନ୍ତି, ରାହାଣେଙ୍କ ଫର୍ମକୁ ଆକଳନ କରିବା ଉଚିତ୍ ହେବ ନାହିଁ । ରାହାଣେଙ୍କୁ ନିଜର ତ୍ରୁଟି ସୁଧାରିବା ସଠିକ ଭାବେ ଜଣା । କୌଣସି ଖେଳାଳିଙ୍କ କଠିନ ସମୟରେ ଟିମ ସମର୍ଥନ କରିବ । ଅତୀତରେ ଅନେକ କଠିନ ପରିସ୍ଥିତିରେ ସେ ଟିମ ପାଇଁ ମ୍ୟାଚ୍ ବିଜୟୀ ଇଂନିସ ଖେଳିଛନ୍ତି । ବାହାରେ ଅନେକ ସମାଲୋଚନା ହେଉଛି, କିନ୍ତୁ ଟିମ ଏଥିରେ ଖୁସି ନୁହେଁ । ବାହାରେ ହେଉଥିବା(atmosphere outside) ଚର୍ଚ୍ଚା ଅନୁଯାୟୀ ନିଷ୍ପତ୍ତି ନିଆଯାଇନାହିଁ । ଭଲ ପ୍ରଦର୍ଶନରେ ପ୍ରଶଂସା କରୁଥିବା ସମାନ ଲୋକେ ଦୁଇମାସ ପରେ ଟିମରୁ ବାହାର ହେବାକୁ ଚାହାଁନ୍ତି ।"