ଓଡିଶା

odisha

ETV Bharat / sports

Womens T20 WC: ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତ - ମହିଳା ଟି ଟ୍ବେଣ୍ଟି ବିଶ୍ବକପ ସୂଚୀ

ଆସନ୍ତାବର୍ଷ ଫେବ୍ରୃଆରୀ 10ରୁ ଦକ୍ଷିଣ ଆଫ୍ରିକାରେ ଆରମ୍ଭ ହେବ ମହିଳା ଟି-ଟ୍ବେଣ୍ଟି ବିଶ୍ବକପ । ଫେବୃଆରୀ 26ରେ ଶେଷ ହେବ । ପାକିସ୍ତାନ ବିପକ୍ଷରେ ଭାରତ ଅଭିଯାନ ଆରମ୍ଭ କରିବ । ଅଧିକ ପଢନ୍ତୁ

Womens T20 WC
Womens T20 WC: ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତ

By

Published : Oct 4, 2022, 1:48 PM IST

ଦୁବାଇ: ମହିଳା ଟି-ଟ୍ବେଣ୍ଟି ବିଶ୍ବକପ 2023 ପାଇଁ କ୍ରୀଡାସୂଚୀ ଘୋଷଣା ହୋଇଛି । ଦକ୍ଷିଣ ଆଫ୍ରିକାରେ ଏହି ମର୍ଯ୍ୟାଦାଜନକ ଟି-ଟ୍ବେଣ୍ଟି କ୍ରିକେଟ ଫର୍ମାଟ ଫେବ୍ରୃଆରୀ 10ରୁ ଆରମ୍ଭ ହୋଇ 26ରେ ଶେଷ ହେବ । ଏଥିରେ 10ଟି ଦଳ 2ଟି ଗ୍ରୁପରେ ଭାଗ ନେବେ । ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନ ବିପକ୍ଷରେ ପ୍ରଥମ ମୁକାବିଲା ଖେଳି ଭାରତ ତାର ଅଭିଯାନ ଆରମ୍ଭ କରିବ । ଫେବୃଆରୀ 12ତାରିଖରେ ଭାରତ ପାକିସ୍ତାନ ମ୍ୟାଚ ଖେଳାଯିବ । ଭାରତ ଗ୍ରୁପ 2ରେ ରହିଛି ।

ଗ୍ରୁପ-1ରେ ଡିଫେଣ୍ଡିଂ ଚାମ୍ପିଅନ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଓ ବାଂଲାଦେଶ ସ୍ଥାନ ପାଇଛନ୍ତି । ସେହିପରି ଗ୍ରୁପ-2ରେ ଭାରତ, ପାକିସ୍ତାନ, ୱେଷ୍ଟଇଣ୍ଡିଜ ଏବଂ ଆୟର୍ଲାଣ୍ଡ ଦଳ ରହିଛନ୍ତି । ପ୍ରଥମ ଦିନରେ ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ । 12 ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ଟକ୍କର ହେବ । ଏହାପରେ 15ରେ ୱେଷ୍ଟଇଣ୍ଡିଜ, 18ରେ ଇଂଲଣ୍ଡ ଏବଂ 20ରେ ଆୟର୍ଲାଣ୍ଡ ବିପକ୍ଷରେ ଖେଳିବ ଭାରତ । ଗ୍ରୁପ ପର୍ଯ୍ୟାୟ 21 ତାରିଖରେ ଶେଷ ହେବ । ଏହାପରେ 23 ଓ 24 ତାରିଖରେ ସେମିଫାଇନାଲ ଏବଂ 26ରେ ଫାଇନାଲ ଖେଳାଯିବ ।

ଏହା ବି ପଢନ୍ତୁ...Women Asia Cup: ଭାରତର ଲଗାତାର ଦ୍ବିତୀୟ ବିଜୟ, 30 ରନରେ ହାରିଲା ମାଲେସିଆ

ବର୍ତ୍ତମାନ ମହିଳା ଏସିଆ କପ୍ ଚାଲିଛି । ଭାରତୀୟ ମହିଳା ଦଳର ଦମଦାର ପ୍ରଦର୍ଶନ ରହିଛି । ଲଗାତାର ଦ୍ବିତୀୟ ବିଜୟ ସହ 4 ପଏଣ୍ଟ ପାଇ ଟେବୁଲର ଦ୍ବିତୀୟ ସ୍ଥାନରେ ରିହଛି । ପ୍ରଥମ ମୁକାବିଲାରେ ଶ୍ରୀଲଙ୍କା ଓ ଦ୍ବିତୀୟ ମୁକାବିଲାରେ ମାଲେସିଆକୁ ହରାଇଛି ଭାରତ । ଅକ୍ଟୋବର 7 ତାରିଖରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ଭେଟିବ ଭାରତ ।

ABOUT THE AUTHOR

...view details