ମୁମ୍ବାଇ:ମହିଳା ପ୍ରିମିୟର ଲିଗ୍ ପ୍ରଥମ ସଂସ୍କରଣ ପାଇଁ ଖେଳାଳି ନିଲାମୀ ଶେଷ ହୋଇଛି । ଏହି ମହା ନିଲାମୀରେ ଭାରତୀୟ ଷ୍ଟାର ବ୍ୟାଟର ସ୍ମୃତି ମାନ୍ଧନା ସବୁଠୁ ମୂଲ୍ୟବାନ ସାବ୍ୟସ୍ତ ହୋଇଛି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଫ୍ରାଞ୍ଚାଇଜ ତାଙ୍କୁ 3 କୋଟି 40 ଲକ୍ଷ ଟଙ୍କାରେ କ୍ରୟ କରିଛି । ମାନ୍ଧନାଙ୍କୁ କିଣିବାକୁ ମୁମ୍ବାଇ ଓ ବାଙ୍ଗାଲୋର ମଧ୍ୟରେ ପ୍ରତିନ୍ଦ୍ବନ୍ଦିତା ହୋଇଥିଲା । ଭାରତୀୟ ଅଧିନାୟିକା ହରମପ୍ରୀତଙ୍କୁ ମୁମ୍ବାଇ 1.8 କୋଟି ଟଙ୍କାରେ କ୍ରୟ କରିଥିଲା । ସେହିପରି ଦିପ୍ତୀ ଶର୍ମାଙ୍କୁ ୟୁପିଡବ୍ଲୁ 2.6 ଟଙ୍କାରେ କିଣିଥିବା ବେଳେ ଜେମିମାଙ୍କୁ 2.2 କୋଟି ଟଙ୍କାରେ ଦିଲ୍ଲୀ କ୍ରୟ କରିଛି । ନିଲାମୀରେ ମୋଟ 87 ଖେଳାଳି ବିକ୍ରି ହୋଇଥିବା ବେଳେ 30 ଜଣ ବିଦେଶୀ ଖେଳାଳି ରହିଛନ୍ତି । ଜଣେ ହେଲେ ବି ଓଡିଆ ଖେଳାଳି ବିକ୍ରି ହୋଇନାହାନ୍ତି । ବିଦେଶୀ ଖେଳାଳିଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ଆଶ୍ଲେ ଗାର୍ଡନର ସବୁଠୁ ଅଧିକ ଟଙ୍କାରେ କିଣା ହୋଇଛନ୍ତି । ଗୁଜୁରାଟ ଗାର୍ଡନରଙ୍କୁ କ୍ରୟ କରିଛି । ନଜର ପକାନ୍ତୁ ମହିଳା ଆଇପିଏଲ ଖେଳାଳି ନିଲାମୀ ତାଲିକା ଉପରେ ।
ଏହା ବି ପଢନ୍ତୁ...WPL 2023 Auction: RCBକୁ ଗଲେ ମାନ୍ଧାନା-ରେଣୁକା ସିଂହ, MI କ୍ୟାମ୍ପ୍ରେ ହରମନପ୍ରୀତ କୌର
ଟପ କ୍ରୟ ଭାରତୀୟ ଖେଳାଳି...
ସ୍ମୃତି ମାନ୍ଧନା-3.4 କୋଟି, ଆରସିବି
ଦିପ୍ତୀ ଶର୍ମା- 2.6 କୋଟି, ୟୁପିଡବ୍ଲୁୟ
ଜେମିମା ରୋଡ୍ରିଗ୍ସ- 2.2 କୋଟି, ଦିଲ୍ଲୀ
ଶେଫାଳି ବର୍ମା- 2କୋଟି, ଦିଲ୍ଲୀ
ପୂଜା ବସ୍ତ୍ରାକର-1.9 କୋଟି, ମୁମ୍ବାଇ
ରିଚା ଘୋଷ-1.9କୋଟି, ଆରସିବି
ହର୍ମନପ୍ରୀତ କୌର-1.8 କୋଟି, ମୁମ୍ବାଇ
ରେଣୁକା ସିଂହ- 1.50 କୋଟି, ଆରସିବି
ୟାସ୍ତିକା ଭାଟିଆ-1.5 କୋଟି, ଦିଲ୍ଲୀ