ଓଡିଶା

odisha

ETV Bharat / sports

ICC ଦିନିକିଆ ମାନ୍ୟତା: ଶୀର୍ଷ 5କୁ ଫେରିଲେ ମିତାଲି ରାଜ - କ୍ୟାପଟେନ ମିତାଲି ରାଜ

ଆଇସିସି ମହିଳା ଦିନିକିଆ ମାନ୍ୟତାର ଶୀର୍ଷ 5କୁ ଫେରିଲେ ଭାରତୀୟ ଟିମ୍‌ର କ୍ୟାପଟେନ ମିତାଲି ରାଜ । ଅଧିକ ପଢନ୍ତୁ...

Women's ODI rankings: Mithali enters top five for first time since Oct 2019
ICC ଦିନିକିଆ ମାନ୍ୟତା: ଶୀର୍ଷ 5କୁ ଫେରିଲେ ମିତାଲି ରାଜ

By

Published : Jun 29, 2021, 4:22 PM IST

ଦୁବାଇ: ଭାରତୀୟ ଟିମ୍‌ର କ୍ୟାପଟେନ ମିତାଲି ରାଜ ମଙ୍ଗଳବାର ଆଇସିସି ମହିଳା ଦିନିକିଆ ମାନ୍ୟତାର ଶୀର୍ଷ 5କୁ ଫେରିଛନ୍ତି । ବ୍ରିଷ୍ଟଲରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ମିତାଲି 72 ରନର ଦମଦାର ଅର୍ଦ୍ଧଶତକୀୟ ଇଂନିସ ଖେଳିବା ସହ ଭାରତୀୟ ଟିମ ପକ୍ଷରୁ ସର୍ବାଧିକ ସ୍କୋରର ଥିଲେ ।

38 ବର୍ଷୀୟା ମିତାଲି ଅନ୍ତର୍ଜାତୀୟ କ୍ରିକେଟରେ 22 ବର୍ଷ ପୂରଣ କରିଛନ୍ତି । ପ୍ରଥମ ଦିନିକିଆରେ ଭାରତୀୟ ଟିମ ମାତ୍ର 27 ରନରେ ଦୁଇ ଓପନରଙ୍କୁ ହରାଇ ସଙ୍କଟରେ ପଡିଥିଲା । ପରେ ମିତାଲି 72 ରନର ଧୈର୍ଯ୍ୟପୂର୍ଣ୍ଣ ଇଂନିସ ଖେଳି ଭାରତକୁ ସମ୍ମାନଜନକ ସ୍କୋର 201ରେ ପହଞ୍ଚାଇଥିଲେ । ତେବେ ଏହା ବିଜୟ ପାଇଁ ଯଥେଷ୍ଟ ହୋଇନଥିଲା । ଇଂଲଣ୍ଡ ମହିଳା ଟିମ ସହଜରେ ଏହି ବିଜୟ ଲକ୍ଷ୍ୟକୁ 8 ୱିକେଟରେ ହାସଲ କରିନେଇଥିଲା ।

ବ୍ରିଷ୍ଟଲ ଇଂନିସ ପରେ ମିତାଲି ସଦ୍ୟ ପ୍ରକାଶିତ ମାନ୍ୟତାରେ 339 ରେଟିଂ ପଏଣ୍ଟ ସହ 3ଟି ସ୍ଥାନ ଉପରକୁ ଉଠି ପଞ୍ଚମ ସ୍ଥାନରେ ପହଞ୍ଚିଛନ୍ତି । ଅକ୍ଟୋବର 2019 ପରେ ପ୍ରଥମ ଥର ପାଇଁ ମିତାଲି ଶୀର୍ଷ 5ରେ ପହଞ୍ଚିଛନ୍ତି । 791 ରେଟିଂ ପଏଣ୍ଟ ସହ ପ୍ରଥମ ସ୍ଥାନରେ ଇଂଲଣ୍ଡର ଟମି ବିୟୁମୋଣ୍ଟ ରହିଛନ୍ତି । ଦ୍ବିତୀୟରେ ଦକ୍ଷିଣ ଆଫ୍ରିକାର ଲିଜଲେ ଲି, ତୃତୀୟରେ ଅଷ୍ଟ୍ରେଲିଆର ଆଲେସ ହେଲି, ଚତୁର୍ଥ ସ୍ତାନରେ 746 ରେଟିଂ ପଏଣ୍ଟ ସହ ଷ୍ଟାଫେନି ଟେଲର ରହିଛନ୍ତି । ଷଷ୍ଠ ଓ ସପ୍ତମ ସ୍ଥାନରେ ଦୁଇ ଅଷ୍ଟ୍ରେଲୀୟ ଖେଳାଳି ମେଗ ଲାନିଙ୍ଗ ଓ ଏମି ସାଟରଥୱେଟ ରହିଛନ୍ତି । ଅଷ୍ଟମରେ ନଟଲେ ସ୍କିଭର, ନବମରେ 695 ରେଟିଂ ପଏଣ୍ଟ ସହ ଭାରତୀୟ ଓପନର ସ୍ମୃତି ମାନ୍ଧାନା ରହିଛନ୍ତି । ଦଶମ ସ୍ଥାନରେ ଦକ୍ଷିଣ ଆଫ୍ରିକାର ଲାଉରା ୱଲଭାରଡଟ ରହିଛନ୍ତି ।

ମହିଳା ବୋଲିଂ ମାନ୍ୟତାରେ ଦୁଇଜଣ ଭାରତୀୟ ଖେଳାଳି ରହିଛନ୍ତି । ପଞ୍ଚମ ସ୍ଥାନରେ ଝୁଲଣ ଗୋସ୍ବାମୀ ଓ ନବମରେ ପୁନମ ଯାଦବ ରହିଛନ୍ତି । ଅଲରାଉଣ୍ଡର ତାଲିକାରେ ଦିପ୍ତୀ ଶର୍ମା ଏକମାତ୍ର ଭାରତୀୟ ଭାବେ ଶୀର୍ଷ 10 ସ୍ଥାନ ମଧ୍ୟରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details