ଓଡିଶା

odisha

ETV Bharat / sports

ଆସନ୍ତା ମାର୍ଚ୍ଚରେ ମହିଳା IPL, ଭାଗ ନେବେ 5 ଦଳ

ଆସନ୍ତା ବର୍ଷ ଅର୍ଥାତ 2023 ମାର୍ଚ୍ଚରୁ ମହିଳା ଆଇପିଏଲ ଆରମ୍ଭ ହେବ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ କରିଛି ବିସିସିଆଇ । ମୋଟି 5ଟି ଦଳକୁ ନେଇ ଖେଳାଯିବ ଟୁର୍ଣ୍ଣାମେଣ୍ଟ । ଅଧିକ ପଢନ୍ତୁ

By

Published : Oct 14, 2022, 8:42 AM IST

womens ipl tournament in march next year
ଆସନ୍ତା ବର୍ଷ ମାର୍ଚ୍ଚରେ ମହିଳା ଆଇପିଏଲ

ନୂଆଦିଲ୍ଲୀ:ସବୁ ପ୍ରତୀକ୍ଷାର ଅନ୍ତ ହେବ । ଅନିଶ୍ଚିନ୍ତତା ଭିତରେ ଥିବା ମହିଳା ଆଇପିଏଲ ଟୁର୍ଣ୍ଣାମେଣ୍ଟ ନେଇ ଶେଷରେ ନିଷ୍ପତ୍ତି ନେଇଛି ବିସିସିଆଇ । ଆସନ୍ତା ବର୍ଷ ଅର୍ଥାତ 2023 ମାର୍ଚ୍ଚରେ ଖେଳାଯିବ ମହିଳା ଆଇପିଏଲ ଟୁର୍ଣ୍ଣାମେଣ୍ଟର (Womens Indian Premier League) ପ୍ରଥମ ସଂସ୍କରଣ । ମୋଟ 5ଟି ଦଳ ଏଥିରେ ଭାଗ ନେବେ । ଫେବୃଆରୀ 26ରେ ମହିଳା ଟି-ଟ୍ବେଣ୍ଟି ବିଶ୍ବକପ ଶେଷ ହେବ । ପରେ ପରେ ଆଇପିଏଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ଏନେଇ ବିସିସିଆଇ ସମସ୍ତ ପ୍ରସ୍ତୁତି ଶେଷ କରିଛି ।

ଟୁର୍ଣ୍ଣାମେଣ୍ଟରେ ମୋଟ 22ଟି ମ୍ୟାଚ ଖେଳାଯିବ । 20ଟି ଲିଗ ମ୍ୟାଚ ଖେଳାଯିବ । ମୋଟ 5 ଦଳକୁ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିବେ । ଗୋଟିଏ ଦଳରେ ମୋଟ 18ଟି ଖେଳାଳି ରହିବେ । 6 ଜଣ ବିଦେଶୀ ଖେଳାଳି ରହିବେ । ଏମାନଙ୍କ ମଧ୍ୟରୁ 4ଜଣ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲର ଫୁଲ ମେମ୍ବର ଓ ଜଣେ ଆସୋସିଏଟ ମେମ୍ବରରୁ ଯୋଗ ଦେବେ । ଦୁଇଟି ଭେନ୍ୟୁରେ ଖେଳାଯିବ ମ୍ୟାଚ । ପଏଣ୍ଟ ତାଲିକାର ଶୀର୍ଷରେ ଥିବା ଦୁଇଟି ଦଳ ସିଧାସଳଖ ଫାଇନାଲରେ ପ୍ରବେଶ କରିବେ । ଦ୍ବିତୀୟ ଓ ତୃତୀୟ ସ୍ଥାନରେ ଥିବା ଦଳ ଏଲିମିନେଟରରେ ପରସ୍ପରକୁ ଭେଟିବେ ।

ଏହା ବି ପଢନ୍ତୁ...FIFA Women's U-17 WC: ମରକ୍କୋ ଚ୍ୟାଲେଞ୍ଜ, ଭାରତ ପାଇଁ କର ବା ମର ମ୍ୟାଚ୍‌

ଦୁଇଟି ଭେନ୍ୟୁରେ 10ଟି ଲେଖାଏଁ ମ୍ୟାଚ ଖେଳାଯିବ । ପ୍ରତି ଜୋନରୁ 2ଟି ଲେଖାଏଁ ଓ ନର୍ଥଇଷ୍ଟରୁ ଗୋଟିଏ ସହରକୁ ନେଇ ଦଳ ଗଠିତ ହେବ । ଅହମ୍ମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ, କୋଲକାତା ଓ ମୁମ୍ବାଇ ଭଳି ସହର ରହିଛି । ମହିଳା ଆଇପିଏଲ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ଆଇପିଏଲ ଗଉର୍ନିଂ କାଉନସିଲ ଓ ବିସିସିଆଇ କର୍ମକର୍ତ୍ତାମାନ ନେବ । ସୀମିତ ସଂଖ୍ୟାରେ ଦଳ ରହିଥିବାରୁ ପୁରୁଷ ଆଇପିଏଲ ଭଳି 'ହୋମ ଆୱେ' ଫର୍ମାଟ ସହଜ ହେବନାହିଁ । ଦଳ ସଂଖ୍ୟା କମ ଥିବାରୁ ପ୍ରତିଦିନ ଗୋଟିଏ ମ୍ୟାଚ ଖେଳାଯିବ ସମ୍ଭବପର ହେବ ନାହିଁ । ଆସନ୍ତା 18ରେ ବିସିସିଆଇ ବାର୍ଷିକ ବୈଠକ ବସିବ । ଏହି ବୈଠକରେ ମହିଳା ଆଇପିଏଲର ନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ।

ବର୍ତ୍ତମାନ ମହିଳା ଏସିଆ କପ୍ ଟି-ଟ୍ବେଣ୍ଟି ଜାରି ରହିଛି । ଭାରତର ପ୍ରଦର୍ଶନ ଉଚ୍ଚକୋଟୀର ରହିଛି । ସେମି ଫାଇନାଲରେ ଥାଇଲାଣ୍ଡକୁ ହରାଇ ଅଷ୍ଟମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ଆସନ୍ତାକାଲି (ଶନିବାର) ଫାଇଲାନରେ ଶ୍ରୀଲଙ୍କାକୁ ଭେଟିବ ଭାରତ ।

ABOUT THE AUTHOR

...view details