ଗୋଲ୍ଡ କୋଷ୍ଟ: ଅଷ୍ଟ୍ରେଲିଆ ବିପକ୍ଷ ଏକମାତ୍ର ମହିଳା ଦିବାରାତ୍ର ଟେଷ୍ଟରେ ଭାରତ ପ୍ରଥମ ଇଂନିସ ୩୭୭/୮ରେ ଘୋଷଣା କରିଛି । ବର୍ଷା ବାଧାପ୍ରାପ୍ତ ମ୍ୟାଚ୍ ଶନିବାର ମ୍ୟାଚ୍ର ତୃତୀୟ ଦିନରେ ଇଂନିସ ଘୋଷଣା କରିଛି ।
ଦିପ୍ତୀ ଶର୍ମାଙ୍କ ୧୬୭ ବଲ୍ରୁ ୬୬ ରନ୍ର ଇଂନିସ ଶେଷ ହେବାପରେ ଭ୍ରମଣକାରୀ ଭାରତ ଇଂନିସ ଘୋଷଣା କରିଥିଲା ।
୮ଟି ଚୌକା ସହାୟତାରେ ଏହି ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ ଦିପ୍ତୀ । ଏହା ଟେଷ୍ଟ କ୍ରିକେଟରେ ତାଙ୍କର ସର୍ବାଧିକ ସ୍କୋର ମଧ୍ୟ ହୋଇଛି । ପୂର୍ବରୁ ଓପନର ସ୍ମୃତି ମାନ୍ଧାନା ଅଷ୍ଟ୍ରେଲିଆ ମାଟିରେ ପ୍ରଥମ ମହିଳା ଭାବେ କ୍ରିକେଟର ଲମ୍ବା ଫର୍ମାଟରେ ଶତକ ହାସଲ କରି ରେକର୍ଡ କରିଥିଲେ । ଡିନର ବ୍ରେକ୍ର ମାତ୍ର କିଛି ସମୟ ପରେ ଦିପ୍ତୀ ଆଉଟ୍ ହୋଇଥିଲେ ।