ଓଡିଶା

odisha

By

Published : Mar 18, 2022, 8:09 PM IST

ETV Bharat / sports

Women's CWC: ଅକଲାଣ୍ଡ୍‌ରେ ହୋଲି ମନାଇଲା ଟିମ ଇଣ୍ଡିଆ

ICC ମହିଳା ଦିନିକିଆ ବିଶ୍ବକପ ଟୁର୍ନାମେଣ୍ଟ ଚାଲୁରହିଥିବାରୁ ନ୍ୟୁଜିଲାଣ୍ଡରେ ରହିଛି ଭାରତୀୟ ମହିଳା କ୍ରିକେଟ ଟିମ । ଅଷ୍ଟ୍ରେଲିଆ ବିପକ୍ଷ ପରବର୍ତ୍ତୀ ମ୍ୟାଚ୍‌ ପୂର୍ବରୁ ଅକଲାଣ୍ଡରେ ରଙ୍ଗର ପର୍ବ ହୋଲି ମନାଇଛି ଭାରତୀୟ ଟିମ । ଅଧିକ ପଢନ୍ତୁ

Women's CWC: Team India celebrate Holi in Auckland before next clash
Women's CWC: ଅକଲାଣ୍ଡ୍‌ରେ ହୋଲି ମନାଇଲେ ଭାରତୀୟ ମହିଳା କ୍ରିକେଟର

ଅକଲାଣ୍ଡ(ନ୍ୟୁଜିଲାଣ୍ଡ): ICC ମହିଳା ଦିନିକିଆ ବିଶ୍ବକପ ଟୁର୍ନାମେଣ୍ଟ ଚାଲୁରହିଥିବାରୁ ନ୍ୟୁଜିଲାଣ୍ଡରେ ରହିଛି ଭାରତୀୟ ମହିଳା କ୍ରିକେଟ ଟିମ । ଅଷ୍ଟ୍ରେଲିଆ ବିପକ୍ଷ ପରବର୍ତ୍ତୀ ମ୍ୟାଚ୍‌ ପୂର୍ବରୁ ଅକଲାଣ୍ଡରେ ରଙ୍ଗର ପର୍ବ ହୋଲି ମନାଇଛି ଭାରତୀୟ ଟିମ ।

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ମହିଳା ଭାରତୀୟ ଖେଳାଳିଙ୍କ ଏକ ଫଟୋ ପୋଷ୍ଟ କରିଛି । ଯେଉଁଥିରେ ଅଭ୍ୟାସ ପରେ ଖେଳାଳିମାନେ ହୋଲି ସେଲିବ୍ରେସନ କରିଛନ୍ତି । ବସନ୍ତ ଋତୁର ଆଗମନରେ ରଙ୍ଗର ପର୍ବ ହୋଲି ଅସତ୍ୟ ଉପରେ ସତ୍ୟର ବିଜୟ ଓ ଆନନ୍ଦର ପ୍ରତୀକ ଭାବେ ଏହି ଉତ୍ସବ ପାଳନ କରାଯାଏ ।

ହୋଲି ଏକ ହିନ୍ଦୁ ପର୍ବ ହୋଇଥିବା ସତ୍ତ୍ବେ ଅନ୍ୟ ଧର୍ମବିଶ୍ବାସୀମାନେ ମଧ୍ୟ ଏହି ପର୍ବକୁ ପାଳନ କରିଥାନ୍ତି । ଦେଶରେ ବସନ୍ତ ଋତୁର ଆଗମନ ବୋଲି ଜଣାଯାଏ । ବିଶ୍ବକପ ଟୁର୍ନାମେଣ୍ଟରେ ଭାରତୀୟ ଟିମ ଶନିବାର ଅଷ୍ଟ୍ରେଲିଆକୁ ଭେଟିବ । ଏଯାବତ ଭାରତୀୟ ଟିମ ୪ଟି ମ୍ୟାଚ୍‌ ଖେଳିଥିବାବେଳେ ଦୁଇଟିରେ ବିଜୟ ଓ ଦୁଇଟିରେ ପରାଜୟର ସାମ୍ନା କରିଛି ।

ANI

ABOUT THE AUTHOR

...view details