ଓଡିଶା

odisha

Womens Asia Cup: ଥାଇଲାଣ୍ଡକୁ 74 ରନରେ ହରାଇ ଫାଇନାଲରେ ଭାରତ

By

Published : Oct 13, 2022, 12:50 PM IST

ଭାରତ ଓ ଥାଇଲାଣ୍ଡ ମଧ୍ୟରେ ଏସିଆ କପ ସେମି ଫାଇନାଲ ମ୍ୟାଚ ଖେଳାଯାଇଛି । ଥାଇଲାଣ୍ଡକୁ 74 ରନରେ ହରାଇ ଫାଇନାଲରେ ପ୍ରବେଶ କରିଛି ଭାରତ । ଅଧିକ ପଢନ୍ତୁ

ଥାଇଲାଣ୍ଡକୁ 149 ରନ ଟାର୍ଗେଟ ଦେଇଛି ଭାରତ
ଥାଇଲାଣ୍ଡକୁ 149 ରନ ଟାର୍ଗେଟ ଦେଇଛି ଭାରତ

ହାଇଦ୍ରାବାଦ: ମହିଳା ଏସିଆ କପରେ ଆଜି ଭାରତ ଓ ଥାଇଲାଣ୍ଡ ମଧ୍ୟରେ ସେମି ଫାଇନାଲ ମ୍ୟାଚ ଖେଳାଯାଇଛି । ଥାଇଲାଣ୍ଡକୁ 74 ରନରେ ହରାଇ ଫାଇନାଲରେ ପ୍ରବେଶ କରିଛି ଭାରତ । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଥାଇଲାଣ୍ଡ । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତୀୟ ଦଳ ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ ହରାଇ 145 ରନ କରିଥିଲା । ଥାଇଲାଣ୍ଡକୁ 149 ରନ ଟାର୍ଗେଟ ଦେଇଥିଲା ଭାରତ । ସେଫାଳି ବର୍ମା ସଫଳ ଇନିଂସ ପାଇଁ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ଥାଇଲାଣ୍ଡ 9 ୱିକେଟ ହରାଇ 74 ରନ କରିବାକୁୁ ସକ୍ଷମ ହୋଇଥିଲା । ଫଳରେ ଭାରତ ସେମି ମୁକାବିଲାରେ ବିଜୟ ହାସଲ କରିନେଇଛି । ଏହା ସହ ଫାଇନାଲରେ ପ୍ରବେଶ କରିିଛି ଭାରତ । ଫାଇନାଲରେ ଶ୍ରୀଲଙ୍କା କିମ୍ବା ପାକିସ୍ତାନକୁ ଭେଟିବ ଟିମ ଇଣ୍ଡିଆ ।

ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତର ସ୍ମୃତି ମାନ୍ଧାନା ଓ ସେଫାଳି ବର୍ମା ପାଳି ଆରମ୍ଭ କରିଥିଲେ । ଉଭୟ ଭଲ ଆରମ୍ଭ କରିଥିଲେ । କ୍ରିଜର ରନ ବର୍ଷା ହୋଇଥିଲା । ଦଳୀୟ ସ୍କୋର 38 ରନରେ ଭାରତର ପ୍ରଥମ ୱିକେଟ ପତନ ହୋଇଥିଲା । 13 ରନ କରି ସ୍ମୃତି ମାନ୍ଧନା ଆଉଟ ହୋଇଥିଲେ । ସେଫାଳି ବ୍ୟାଟିଂ ଜାରି ରଖିଥିଲେ । 9 ଓଭରରେ ସେଫାଳି 28 ବଲରୁ 42 ରନ କରି ପାଭିଲିୟମ ଫେରିଥିଲେ । ଏହାପରେ ହରମନପ୍ରୀତ ଓ ଜେମିମା ରୋଡ୍ରିଗ୍ୟୁ ଦଳୀୟ ରନ ଗାଡିକୁ ଆଗକୁ ନେଇଥିଲେ । ଦୁଇଜଣଙ୍କ ପ୍ରଦର୍ଶନରେ ଦଳୀୟ ସ୍କୋର 100 ଛୁଇଁଥିଲା । ଠିକ ଏହି ସମୟରେ ଦଳୀୟ ସ୍କୋର 109 ବେଳକୁ ଦଳର ଆଉ ଏକ ୱିକେଟ ପତନ ହୋଇଥିଲା ।

ଜେମିମା ରୋଡ୍ରିଗ୍ୟୁ 27ରନ କରି ଆଉଟ ହୋଇଥିଲେ। ପରେ ପରେ ରିଚା ଘୋଷ 2 ରନ କରି ଆଉଟ ହୋଇଥିଲେ । ଭାରତ ପକ୍ଷରୁ ସେଫାଳି ବର୍ମା, ହରମନପ୍ରୀତ କୌର ଦମଦାର ପାଳି ଖେଳିଛନ୍ତି । ଦଳୀୟ ସ୍କୋର 132ରେ ଅଧିନାୟିକା ହରମନପ୍ରୀତ କୌର 30 ବଲ ଖେଳି 36 ରନ କରି ଆଉଟ ହୋଇଥିଲେ । ପୂଜା ବସ୍ତ୍ରାକାର ପାଳି ସମ୍ଭାଳିଥିଲେ । ସେ ଦଳୀୟ ସ୍କୋରକୁ 148ରେ ପହଞ୍ଚାଇଥିଲେ । ଦିପ୍ତୀ ଶର୍ମା 3 ରନ କରିଥିଲେ । ଭାରତୀୟ ମହିଳା ଦଳ ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ ହରାଇ 148 ରନ କରିଥିଲା । ଥାଇଲାଣ୍ଡକୁ 149 ରନ ଟାର୍ଗେଟ ଦେଇଥିଲା ଭାରତ ।

ଏହା ବି ପଢନ୍ତୁ...ଡିସକସ୍ ଫିଙ୍ଗାଳି କମଲପ୍ରୀତ 3 ବର୍ଷ ବାସନ୍ଦ

149 ରନ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଥାଇଲାଣ୍ଡ । ଆରମ୍ଭରୁ ବିପର୍ଯ୍ୟୟର ସାମ୍ନା କରିଥିଲା ଦଳ । 7ରନରେ ଦଳର ପ୍ରଥମ ୱିକେଟ ପତନ ହୋଇଥିଲା । ରନ ଗାଡି ଧିମା ପଡିଥିଲା ଗୋଟିଏ ପରେ ଗୋଟିଏ ୱିକେଟ ପତନ ହୋଇଥିଲା । ଭାରତର ଦିପ୍ତୀ ଶର୍ମା ପରବର୍ତ୍ତୀ 2ଟି ୱିକେଟ ନେଇଥିଲେ । ଦଳୀୟ ସ୍କୋର 21ରେ ଦଳ 4ଟି ୱିକେଟ ହରାଇଥିଲା । 63 ରନରେ ନାଟାୟା ବୁଚାଥାମଙ୍କ (21) ୱିକେଟ ପତନ ହୋଇଥିଲା । ପରେ ପରେ ରୋସେନାନ କୋନହଙ୍କୁ ଆଉଟ କରିଥିଲେ ରିଚା ଘୋଷ । ଦଳୀୟ ସ୍କୋର 71ରେ ଦଳ 8ଟି ୱିକେଟ ହରାଇଥିଲା। ଦଳର ରନ ତିନି ଅଙ୍କ ଛୁଇଁ ପାରି ନଥିଲା । 9 ୱିକେଟ ହରାଇ ଥାଇଲାଣ୍ଡ 73 ରନ କରିଥିଲା ଫଳରେ ଭାରତ ସେମି ମୁକାବିଲାରେ ଏକ ସହଜ ବିଜୟ ହାସଲ କରିଛି । ପ୍ରଥମ ଥର ପାଇଁ ସେମିରେ ପ୍ରବେଶ କରିଥିଲା ଥାଇଲାଣ୍ଡ । ଲିଗ୍ ମ୍ୟାଚରେ ଭାରତ ଥାଇଲାଣ୍ଡକୁ ପରାସ୍ତ କରିଥିଲା । ଦ୍ବିତୀୟ ସେମି ଫାଇନାଲରେ ଶ୍ରୀଲଙ୍କା ପାକିସ୍ତାନ ମୁହାଁମୁହଁ ହେବେ ।

ABOUT THE AUTHOR

...view details