ଓଡିଶା

odisha

Womens Asia Cup : ଭାରତର ହ୍ୟାଟ୍ରିକ ବିଜୟ, ୧୦୪ ରନରେ ହାରିଲା UAE

By

Published : Oct 4, 2022, 10:19 PM IST

ବାଂଲାଦେଶରେ ଅନୁଷ୍ଠିତ ଏସିଆ କପରେ ହ୍ୟାଟ୍ରିକ ବିଜୟ ହାସଲ କରିଛନ୍ତି ୱମେନ ଇନ ବ୍ଲୁ । ଲିଗ ମ୍ୟାଚରେ ୟୁଏଇକୁ ୧୦୪ ରନରେ ପରାସ୍ତ କରିବା ସହିତ ଭାରତ ଦମଦାର ବିଜୟ ହାସଲ କରିଛି । ଅଧିକ ପଢନ୍ତୁ

Womens Asia Cup : ଭାରତର ହ୍ୟାଟ୍ରିକ ବିଜୟ, ୧୦୪ ରନରେ ହାରିଲା UAE
Womens Asia Cup : ଭାରତର ହ୍ୟାଟ୍ରିକ ବିଜୟ, ୧୦୪ ରନରେ ହାରିଲା UAE

ହାଇଦ୍ରାବାଦ: ଜବରଦସ୍ତ ଫର୍ମରେ ନଜର ଆସିଛନ୍ତି ଭାରତୀୟ ମହିଳା କ୍ରିକେଟ ଦଳ । ବାଂଲାଦେଶରେ ଅନୁଷ୍ଠିତ ଏସିଆ କପରେ ହ୍ୟାଟ୍ରିକ ବିଜୟ ହାସଲ କରିଛନ୍ତି ୱମେନ ଇନ ବ୍ଲୁ । ଭାରତୀୟ ମହିଳା କ୍ରିକେଟ ଦଳ ଏସିଆ କପର ତୃତୀୟ ଲିଗ ମ୍ୟାଚରେ ଆଜି ( ମଙ୍ଗଳବାର ) ୟୁଏଇ ସହିତ ମୁହାଁମୁହିଁ ହୋଇଥିଲା । ଏଥିରେ ୟୁଏଇକୁ ୧୦୪ ରନରେ ପରାସ୍ତ କରିବା ସହିତ ଭାରତ ଦମଦାର ବିଜୟ ହାସଲ କରିଛି । ଜେମିମା ରେଡ୍ରିଗସ ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ ହରାଇ ୧୭୮ ରନ କରିଥିଲା । ଏହାର ଜବାବରେ ୟୁଏଇ ୨୦ ଓଭରରେ ୪ ୱିକେଟ ହରାଇ ୭୪ ରନ କରିଥିଲା । ଆଜିର ମ୍ୟାଚ ବିଜୟ ପରେ ଭାରତ ୬ ପଏଣ୍ଟ ହାସଲ କରି ମହିଳା ଏସିଆ କପ ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନରେ ରହିଛି । ୪ ପଏଣ୍ଟ ହାସଲ କରି ପାକିସ୍ତାନ ମହିଳା କ୍ରିକେଟ ଦଳ ଦ୍ବିତୀୟ ସ୍ଥାନରେ ରହିଛି ।

ଭାରତ ଟସ ଜିତି ଅଧିନାୟିକା ସ୍ମୃତି ମାନ୍ଧନା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଭାରତର ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ଓପନର ରିଚା ଘୋଷ ଖାତା ଖୋଲିବା ଆଗରୁ ଜିରୋରେ ଆଉଟ ହୋଇଥିଲେ । ପରେ ଏସ ମେଘନା ୩.୩ ଓଭରରେ ୧୦ ରନ କରି ଆଉଟ ହୋଇଯାଇଥିଲେ । ଏହା ପରେ ପାଳି ସମ୍ଭାଳି ଥିଲେ ଭାରତ ଦୁଇ ଷ୍ଟାର ବ୍ୟାଟର ଦୀପ୍ତି ଶର୍ମା ଓ ଜେମିମା ରେଡ୍ରିଗସ । ଉଭୟଙ୍କ ଧୂଆଁଧାର ଅର୍ଦ୍ଧଶତକ ବଳରେ ଭାରତ ୧୭୮ ରନ କରିବାରେ ସଫଳ ହୋଇଥିଲା । ଦୀପ୍ତି ଶର୍ମା ୪୯ ବଲରେ ୫ ଟି ଚୌକା ଏବଂ ୨ ଟି ଛକା ସହିତ ୬୪ ରନର ଇନିଂସ ଖେଳି ଆଉଟ ହୋଇଥିଲେ । ସେହିପରି ଜେମିମା ରେଡ୍ରିଗସ ଆକ୍ରମଣାତ୍ମକ ବ୍ୟାଟିଂ କରି ୪୫ ବଲରୁ ୧୧ଟି ଚୌକା ସହିତ ୭୫ ରନର ଇନିଂସ ଖେଳି ଅପରାଜିତ ରହିଥିଲେ ।

ସେପଟେ ୧୭୯ ରନର ଟାର୍ଗେଟ ନେଇ ମଇଦାନକୁ ଓହ୍ଲାଇ ଥିଲା ୟୁଏଇ । ହେଲେ ଭାରତୀୟ ବୋଲରଙ୍କ ବୋଲିଂ ୟୁଏଇ ବ୍ୟାଟର ଟାର୍ଗେଟ ହାସଲ କରିବାକୁ ବିଫଳ ହୋଇଥିଲେ । ଫଳରେ ୟୁଏଇ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୭୪ ରନ କରିଥିଲା । ଅକ୍ଟୋବର ୭ ରେ ପାରମ୍ପାରିକ ପ୍ରତିଦ୍ବନ୍ଦୀ ପାକିସ୍ତାନକୁ ଭେଟିବ ଭାରତ ।

ABOUT THE AUTHOR

...view details