ଓଡିଶା

odisha

ETV Bharat / sports

Women's Ashes: ଇଂଲଣ୍ଡ-ଅଷ୍ଟ୍ରେଲିଆ ମହିଳା ଆସେସ ଟେଷ୍ଟ ଡ୍ର

ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଟିମ ମଧ୍ୟରେ ଖେଳାଯାଉଥିବା ଏକମାତ୍ର ମହିଳା ଆସେସ ଟେଷ୍ଟ ଅମୀମାସିଂତ ଭାବେ ଶେଷ । ୨୫୭ ରନ୍‌ର ରେକର୍ଡ ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଇଂଲଣ୍ଡ ବିଜୟ ଠାରୁ ୧୨ ରନ୍‌ ଦୂରରେ ମ୍ୟାଚ୍‌ ଡ୍ର ରଖିବାରେ ସଫଳ । ଅଧିକ ପଢନ୍ତୁ

By

Published : Jan 30, 2022, 10:29 PM IST

Women's Ashes: Brave England snatch draw against Australia
Women's Ashes: ଇଂଲଣ୍ଡ-ଅଷ୍ଟ୍ରେଲିଆ ମହିଳା ଆସେସ ଟେଷ୍ଟ ଡ୍ର

କାନବେରା(ଅଷ୍ଟ୍ରେଲିଆ): ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଟିମ ମଧ୍ୟରେ ଖେଳାଯାଉଥିବା ଏକମାତ୍ର ମହିଳା ଆସେସ ଟେଷ୍ଟ ଅମୀମାସିଂତ ଭାବେ ଶେଷ ହୋଇଛି । ମ୍ୟାଚ୍‌ର ଶେଷ ଦିନରେ ଇଂଲଣ୍ଡ ଲଢୁଆ ପ୍ରଦର୍ଶନ କରିଥିଲା । ୨୫୭ ରନ୍‌ର ରେକର୍ଡ ବିଜୟ ଲକ୍ଷ୍ୟକୁ ପିଛା କରି ମାତ୍ର ୧୨ ରନ୍‌ ପଛରେ ରହିବା ପରେ ମ୍ୟାଚ୍‌ ଡ୍ର'ରେ ଶେଷ ହୋଇଥିଲା । ରୋମାଞ୍ଚକର ମ୍ୟାଚ୍‌ରେ ୪୮ ଓଭରରେ ୨୪୫/୯ ରନ୍‌ ସଂଗ୍ରହ କରିଥିଲା ଇଂଲଣ୍ଡ ।

ଏହାମଧ୍ୟ ପଢନ୍ତୁ: IND vs WI: ଭାରତୀୟ ସ୍କ୍ବାଡ୍‌ରେ ରିଜର୍ଭ ଖେଳାଳି ଶାହାରୁଖ ଓ ସାଇ କିଶୋର

ଶେଷ ଦିନରେ ଅଷ୍ଟ୍ରେଲିଆ ୨୧୬/୭ରେ ଇଂନିସ ଘୋଷଣା କରିଥିଲା । ଫଳରେ ୨୫୭ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଇଂଲଣ୍ଡ ପ୍ରତି ଓଭରରେ ୫ ରନ୍ ଲେଖାଏଁ ଦ୍ରୁତ ରନ୍‌ ସଂଗ୍ରହ କରିଥିଲା । ଲାଉରେନ ୱିନଫିଲ୍ଡ ୩୩ ଓ ଟମି ବିୟୁମୋଣ୍ଟ ୩୬ ରନ୍‌ର ଇଂନିସ ଖେଳି ଇଂଲଣ୍ଡ ବିଜୟ ହାସଲ ଲକ୍ଷ୍ୟକୁ ସ୍ପଷ୍ଟ କରିଥିଲେ ।

ପରେ କ୍ୟାପଟେନ ହିଥର ନାଇଟ ୫୪ ବଲ୍‌ରୁ ୪୮ ଓ ସ୍ପିଭର ୬୨ ବଲ୍‌ରୁ ୫୮ ରନ୍‌ର ଇଂନିସ ଖେଳିଥିଲେ । ପରେ ଡଙ୍କଲେ ୩୨ ବଲ୍‌ରୁ ୪୫ ରନ୍‌ର ଦ୍ରୁତ ଇଂନିସ ଖେଳି ବିଜୟ ନିକଟତର କରାଇଥିଲେ । ମାତ୍ର ମ୍ୟାଚ୍‌ ଅମୀମାସିଂତ ଭାବେ ଶେଷ ହୋଇଥିଲା ଓ ବିଜୟ ଠାରୁ ୧୨ ରନ୍‌ ଦୂରରେ ରହିଯାଇଥିଲା ଇଂଲଣ୍ଡ ।

ABOUT THE AUTHOR

...view details