ଓଡିଶା

odisha

ETV Bharat / sports

WPL 2023: ଆଜି ମୁହାଁମୁହିଁ ହେବେ ଗୁଜୁରାଟ-ଦିଲ୍ଲୀ

ମହିଳା ପ୍ରିମିୟର ଲିଗରେ ଆଜି ମୁହାଁମୁହିଁ ହେବେ ଗୁଜୁରାଟ ଜାଏଣ୍ଟସ ଓ ଦିଲ୍ଲୀ କ୍ୟାପିଟାଲ୍ସ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Mar 11, 2023, 7:55 AM IST

ମୁମ୍ବାଇ:ଅଷ୍ଟମ ଦିନରେ ପହଞ୍ଚିଛି ମହିଳା ପ୍ରିମିୟର ଲିଗ । ଅଷ୍ଟମ ଦିନର ନବମ ମ୍ୟାଚରେ ଆଜି ମୁହାଁମୁହିଁ ହେବେ ଗୁଜୁରାଟ ଜାଏଣ୍ଟସ ଓ ଦିଲ୍ଲୀ କ୍ୟାପିଟାଲ୍ସ । ସନ୍ଧ୍ୟା 7ଟା 30 ମିନିଟ ସମୟରେ ମୁମ୍ବାଇରେ ଆରମ୍ଭ ହେବ ଏହି ମ୍ୟାଚ । ବିଜୟୀ ହେବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବେ ଏହି ଦୁଇ ଟିମ । ଦିଲ୍ଲୀ କ୍ୟାପିଟାଲ୍ସ ପୂର୍ବ ମ୍ୟାଚ ହାରିଥିବା ବେଳେ ଆଜି ବିଜୟୀ ହେବା ପାଇଁ ନିଜକୁ ପ୍ରସ୍ତୁତ କରିଛି । ସେହିପରି ଗୁଜୁରାଟ ଜାଏଣ୍ଟସ ପୂର୍ବ ମ୍ୟାଚରେ ବିଜୟୀ ହୋଇଥିବାରୁ ଏହି ଧାରା ଜାରି ରଖିବାକୁ ଆଜି ଜୋରଦାର ଉଦ୍ୟମ କରିବ ।

ଗତ 9 ତାରିଖ ଦିନ ମୁମ୍ବାଇ ଦିଲ୍ଲୀ ମଧ୍ୟରେ ମୁକାବିଲା ହୋଇଥିଲା । ଦଳ ହ୍ୟାଟ୍ରିକ ବିଜୟ ହାସଲ କରିବା ନେଇ ଲକ୍ଷ୍ୟ ରଖିଥିବା ବେଳେ ମୁମ୍ବାଇ ଠାରୁ ପରାସ୍ତ ହୋଇଥିଲା । ହର୍ମନପ୍ରୀତଙ୍କ ନେତୃତ୍ବାଧୀନ ମୁମ୍ବାଇ ଇଣ୍ଡିଆନ୍ସ 8 ଓ୍ବିକେଟରେ ମେଗ ଲାନିଙ୍ଗଙ୍କ ନେତୃତ୍ବାଧୀନ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଥିଲା । ଫଳରେ ଚଳିତ ସିଜିନରେ ମୁମ୍ବାଇ ଏକ ପ୍ରତିଦ୍ବନ୍ଦୀ ଟିମ ସାବ୍ୟସ୍ତ ହୋଇଥିଲା ।

ମୁମ୍ବାଇ ବୋଲରଙ୍କ ବୋଲିଂରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଦିଲ୍ଲୀ । ଫଳରେ ତିନି ଜଣ ଖେଳାଳିଙ୍କୁ ଛାଡି ଦେଲେ ଜଣେ ହେଲେ ଦୁଇ ଅଙ୍କ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ । ଲ୍ୟାନିଂ ସର୍ବାଧିକ 43 ରନ କରିଥିଲେ । ଆଜିର ମ୍ୟାଚରେ ଦଳ ବ୍ୟାଟିଂ କ୍ଷେତ୍ରରେ ସୁଧାର ଆଣିବା ନେଇ ଚେଷ୍ଟା କରିବ । ପୂର୍ବ ଭୁଲକୁ କିପରି ନଦୋହରାଇବ ତା ଉପରେ ଧ୍ୟାନ ଦେବ ଦିଲ୍ଲୀ କ୍ୟାପିଟାଲ୍ସ ।

ଏହା ମଧ୍ୟ ପଢନ୍ତୁ-WPL 2023: ଆରସିବିର ଚତୁର୍ଥ ପରାଜୟ, ଆଲିସା ହିଲିଙ୍କ ଦମଦାର ବ୍ୟାଟିଂ ଯୋଗୁଁ ଜିତିଲା ୱାରିୟର୍ଜ

ସେହିପରି ଗତ 8 ତାରିଖରେ ବାଙ୍ଗାଲୋର ସହ ତୃତୀୟ ମ୍ୟାଚ ଖେଳିଥିଲା ଗୁଜୁରାଟ । ଏହି ମ୍ୟାଚରେ 11ରନରେ ଆରସିବିକୁ ପରାସ୍ତ କରି ମହିଳା ଆଇପିଏଲରେ ବିଜୟ ଖାତା ଖୋଲିଥିଲା ଗୁଜୁରାଟ । 28 ବଲରେ ଦମଦାର 65 ରନ ଇନିଂସ ଖେଳିଥିବା ଗୁଜୁରାଟର ସୋଫିଆ ଡଙ୍କଲେ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ତେବେ ଆଜିର ମ୍ୟାଚରେ ମଧ୍ୟ ପୂର୍ବ ବିଜୟ ଧାରା ଜାରି ରଖିବାକୁ ଦଳ କସରତ କରିବ ।

ବର୍ତ୍ତମାନ ମୋଟ 3ଟି ମ୍ୟାଚ ଖେଳି 4 ପଏଣ୍ଟ ସହ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି ଦିଲ୍ଲୀ କ୍ୟାପିଟାଲ୍ସ। ସେହିପରି ଗୁଜୁରାଟ ଜାଏଣ୍ଟସ ମୋଟ 3ଟି ମ୍ୟାଚ ଖେଳି ଗୋଟିଏରେ ବିଜୟୀ ହୋଇ 2 ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି ।

ABOUT THE AUTHOR

...view details