ଓଡିଶା

odisha

ETV Bharat / sports

WPL 2023: ଆଜି ମହିଳା ଆଇପିଏଲ ନିଲାମୀ - ମହିଳା ଆଇପିଏଲ

ମହିଳା ପ୍ରିମିୟର ଲିଗର ଆଜି ନିଲାମୀ ପ୍ରକ୍ରିୟା ଅନୁଷ୍ଠିତ ହେବ । ମୁମ୍ବାଇର ଜିଓ କନଭେସନ ସେଣ୍ଟରରେ ନିଲାମୀ ପ୍ରକ୍ରିୟା ହେବ । ଅଧିକ ପଢନ୍ତୁ

ଆଜି ମହିଳା ଆଇପିଏଲ ନିଲାମୀ
WPL 2023

By

Published : Feb 13, 2023, 7:36 AM IST

ମୁମ୍ବାଇ: ମହିଳା ଆଇପିଏଲର ପ୍ରଥମ ସଂସ୍କରଣ ପାଇଁ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି । ମାର୍ଚ୍ଚ 4ରୁ ମହିଳା ଆଇପିଏଲ ଆରମ୍ଭ ହେବ । ଏନେଇ ଆଜି ମୁମ୍ବାଇରେ ନିଲାମୀ ପ୍ରକ୍ରିୟା ଅନୁଷ୍ଠିତ ହେବ । 5ଟି ଫ୍ରାଞ୍ଚାଇଜ 90 ଜଣ ଖେଳାଳିଙ୍କୁ କିଣିବେ । ନିଲାମୀ ପାଇଁ ମୋଟ 409 ଜଣ ଖେଳାଳି ସଟଲିଷ୍ଟ ହୋଇଛନ୍ତି । ମୁମ୍ବାଇର ଜିଓ କନଭେସନ ସେଣ୍ଟରରେ ନିଲାମୀ ପ୍ରକ୍ରିୟା ଆୟୋଜନ ହେବ ।

ଚଳିତ ମହିଳା ପ୍ରିମିୟର ଲିଗ ସଂସ୍କରଣରେ ୫ଟି ଅଂଶଗ୍ରହଣ କରିଛନ୍ତି । ସେମାନେ ହେଲେ ମୁମ୍ବାଇ, ଅହମ୍ମଦାବାଦ, ବେଙ୍ଗାଲୁରୁ, ଲକ୍ଷ୍ନୌ ଏବଂ ଦିଲ୍ଲୀ । ଏହି ୫ଟି ମହିଳା ପ୍ରିମିୟର ଲିଗ ଟିମର ବିକ୍ରି ହୋଇସାରିଛି । ଏଥିରେ ସବୁଠୁ ଅଧିକ ଦାମର ଅହମ୍ମଦାବାଦ ଟିମ ଦେଇଛି । ଯାହା ଆଦାନୀ ଗ୍ରୁପ ଲଗାଇଛି । ଏହା ପରେ ମୁମ୍ବାଇ ଟିମକୁ ଇଣ୍ଡିଆନ ସ୍ପୋର୍ଟସ କିଣିଛି । ଏହା ରିଲାଏନ୍ସ ଗ୍ରୁପର କମ୍ପାନୀ ।

ପ୍ରତ୍ୟେକ ଦଳ ଖେଳାଳି କ୍ରୟ ବାବଦରେ 12 କୋଟି ଟଙ୍କା ଖର୍ଚ୍ଚ କରି ପାରିବେ । ନିଲାମୀ ପାଇ ମୋଟ 1525 ଖେଳାଳି ପଞ୍ଜୀକୃତ ହୋଇଛନ୍ତି । ମୋଟ 409 ଖେଳାଳି ଏଥିରେ ସାମିଲ ରହିଛନ୍ତି । ଏମାନଙ୍କ ମଧ୍ୟରେ 264 ଭାରତୀୟ ଓ 163 ଜଣ ବିଦେଶୀ ଖେଳାଳି ରହିଛନ୍ତି । 199ଜଣ ନବାଗତ ଖେଳାଳି ସାମିଲ ହୋଇଛନ୍ତି । 50 ଲକ୍ଷ ଟଙ୍କା ଶ୍ରେଷ୍ଠ ବେସ ପ୍ରାଇସ ଥିବା ବେଳେ 40 ଲକ୍ଷ ଦ୍ବିତୀୟ ଓ 30 ଲକ୍ଷ ତୃତୀୟ ଶ୍ରେଷ୍ଠ ବେସ ପ୍ରାଇସ ରହିଛି । ନବାଗତ ଖେଳାଳିଙ୍କ ପାଇଁ 10 ଓ 20 ଲକ୍ଷ ଟଙ୍କା ବେସ ପ୍ରାଇସ ରହିଛି ।

ମହିଳା ପ୍ରିମିୟର ଲିଗ ୫ ଟିମ-ଆଦାନୀ ସ୍ସୋର୍ଟସ ଲାଇନ, ଅହମ୍ମଦାବାଦ, ୧୨୮୯ କୋଟି ଟଙ୍କା । ଇଣ୍ଡିଆୱିନ ସ୍ସୋର୍ଟସ, ରିଲାଏନ୍ସ ଗ୍ରୁପ, ୯୧୨.୯୯ କୋଟି ଟଙ୍କା । ରୟାଲ ଚ୍ୟାଲେଞ୍ଜର୍ସ ସ୍ସୋର୍ଟସ, ବେଙ୍ଗାଲୁରୁ, ୯୦୧ କୋଟି ଟଙ୍କା । JSW GMR କ୍ରିକେଟ, ଦିଲ୍ଲୀ, ୮୧୦ କୋଟି ଟଙ୍କା । କୈପ୍ରୀ ଗ୍ଲୋବାଲ ହୋଲ୍ଡିଙ୍ଗ୍ସ, ଲକ୍ଷ୍ନୌ, ୭୫୭ କୋଟି ଟଙ୍କା ।

ଏହା ବି ପଢନ୍ତୁ...ICC Women's T20 World Cup: ଚମକିଲେ ଭାରତର ଝିଅ, ୭ ୱିକେଟରେ ହାରିଲା ପାକିସ୍ତାନ

ଟୁର୍ଣ୍ଣାମେଣ୍ଟରେ ମୋଟ 22ଟି ମ୍ୟାଚ ଖେଳାଯିବ । 20ଟି ଲିଗ ମ୍ୟାଚ ଖେଳାଯିବ । ମୋଟ 5 ଦଳକୁ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିବେ । ଗୋଟିଏ ଦଳରେ ମୋଟ 18ଟି ଖେଳାଳି ରହିବେ । 6 ଜଣ ବିଦେଶୀ ଖେଳାଳି ରହିବେ । ଏମାନଙ୍କ ମଧ୍ୟରୁ 4ଜଣ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲର ଫୁଲ ମେମ୍ବର ଓ ଜଣେ ଆସୋସିଏଟ ମେମ୍ବରରୁ ଯୋଗ ଦେବେ । ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମ ଓ ବ୍ରାବୋର୍ଣ୍ଣ ଷ୍ଟାଡିୟମ ଦୁଇଟି ଭେନ୍ୟୁରେ ମ୍ୟାଚ ଖେଳାଯିବ । ପଏଣ୍ଟ ତାଲିକାର ଶୀର୍ଷରେ ଥିବା ଦୁଇଟି ଦଳ ସିଧାସଳଖ ଫାଇନାଲରେ ପ୍ରବେଶ କରିବେ । ଦ୍ବିତୀୟ ଓ ତୃତୀୟ ସ୍ଥାନରେ ଥିବା ଦଳ ଏଲିମିନେଟରରେ ପରସ୍ପରକୁ ଭେଟିବେ ।

ପ୍ରକାଶ ଥାଉକି, କେପଟାଉନରେ ଆଇସିସି ମହିଳା ଟି-20 ବିଶ୍ବକପ ଆରମ୍ଭ ହୋଇଛି । ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ । ପ୍ରଥମ ମୁକାବିଲାରେ ପାକିସ୍ତାନକୁ 7 ୱିକେଟରେ ପରାସ୍ତ କରି ବିଜୟ ହାସଲ କରିଛି ଭାରତୀୟ ମହିଳା ଦଳ । ପରବର୍ତ୍ତୀ ମୁକାବିଲା 15 ତାରିଖରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିବ ।

ABOUT THE AUTHOR

...view details