ଓଡିଶା

odisha

ETV Bharat / sports

WPL 2023 Auction: RCBକୁ ଗଲେ ମାନ୍ଧାନା-ରେଣୁକା ସିଂହ, MI କ୍ୟାମ୍ପ୍‌ରେ ହରମନପ୍ରୀତ କୌର - ରେଣୁକା ସିଂହଙ୍କୁ ନେଲା RCB

ଜାରି ରହିଛି ମହିଳା ଆଇପିଏଲ ପାଇଁ ନିଲାମୀ ପ୍ରକ୍ରିୟା । ପ୍ରଥମ ସେଟ୍‌ରେ ସ୍ମୃତି ମାନ୍ଧାନାଙ୍କୁ ୩.୪୦ କୋଟି ଓ ରେଣୁକା ସିଂହଙ୍କୁ ୧.୫ କୋଟିରେ ନେଲା RCB । ୧.୮ କୋଟିରେ MI କ୍ୟାମ୍ପକୁ ଗଲେ ହରମନପ୍ରୀତ କୌର । ଦୀପ୍ତି ଶର୍ମାଙ୍କୁ ନିଜ ଦଳରେ ସାମିଲ କରିଛି ୟୁପି ୱାରିଅର୍ସ । ଅଧିକ ପଢ଼ନ୍ତୁ

WPL 2023 Auction
ମହିଳା ଆଇପିଏଲ ନିଲାମୀ ପ୍ରକ୍ରିୟା

By

Published : Feb 13, 2023, 4:00 PM IST

ମୁମ୍ବାଇ: WPLର ପ୍ରଥମ ସଂସ୍କରଣ ପାଇଁ ମୁମ୍ବାଇର ଜିଓ କନ୍‌ଭେସନ୍‌ ସେଣ୍ଟରରେ ଜାରି ରହିଛି ଖେଳାଳି ନିଲାମୀ ପ୍ରକ୍ରିୟା । ସ୍ମୃତି ମାନ୍ଧାନାଙ୍କୁ ୩.୪୦ କୋଟିରେ RCB କିଣିଥିବା ବେଳେ ୧.୮ କୋଟିରେ MI କ୍ୟାମ୍ପକୁ ଯାଇଛନ୍ତି ହରମନପ୍ରୀତ କୌର । ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ବୋଲର ରେଣୁକା ସିଂହଙ୍କୁ ୧.୫ କୋଟିରେ RCB ନେଇଥିବା ବେଳେ ଦୀପ୍ତି ଶର୍ମାଙ୍କୁ ନିଜ ଦଳରେ ସାମିଲ କରିଛି ୟୁପି ୱାରିଅର୍ଜ୍‌ ।

ପ୍ରଥମ ଥର ପାଇଁ ଆୟୋଜିତ ହେବ WPL । ଏନେଇ ଜୋରସୋରରେ ଆଗେଇ ଚାଲିଛି ପ୍ରସ୍ତୁତି । ମାର୍ଚ୍ଚ ୪ରୁ WIPL ଆରମ୍ଭ ହେବାକୁ ଥିବାବେଳେ ସୋମବାର ମୁମ୍ବାଇର ଜିଓ କନଭେସନ ସେଣ୍ଟରରେ ଖେଳାଳି ନିଲାମୀ ପ୍ରକ୍ରିୟା ଜାରି ରହିଛି । ୫ଟି ଫ୍ରାଞ୍ଚାଇଜି ୯୦ ଜଣ ଖେଳାଳିଙ୍କୁ କିଣିବେ । ନିଲାମୀ ପାଇଁ ମୋଟ ୪୦୯ ଜଣ ଖେଳାଳି ସର୍ଟଲିଷ୍ଟ ହୋଇଛନ୍ତି । ତେବେ ଆଜିର ନିଲାମୀ ପ୍ରକ୍ରିୟା ପ୍ରଥମ ସେଟ୍‌ରେ ଦମଦାର ଭରତୀୟ ବ୍ୟାଟର ସ୍ମୃତି ମାନ୍ଧାନାଙ୍କ ପାଇଁ ପ୍ରଥମେ RCB ଓ MI ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା । ଶେଷରେ ୩.୪୦ କୋଟିରେ ମାନ୍ଧାନାଙ୍କୁ କିଣିଥିଲା RCB । ଭାରତୀୟ ଦଳର ଅଧିନାୟିକା ହରମନପ୍ରୀତ କୌରଙ୍କୁ ୧.୮ କୋଟିରେ ମୁମ୍ବାଇ ନିଜ କ୍ୟାମ୍ପକୁ ନେଇଛି । ନ୍ୟୁଜିଲାଣ୍ଡର ସୋଫି ଡିଭାଇନ ଓ ଅଷ୍ଟ୍ରେଲିଆର ଏଲାଇସ ପେରୀଙ୍କୁ ଯଥାକ୍ରମେ ୫୦ ଲକ୍ଷ ଓ ୧.୭ କୋଟିରେ RCB କିଣିଛି । ଅଷ୍ଟ୍ରେଲିଆ ଅଲରାଉଣ୍ଡର ଆସ୍‌ଲେ ଗାର୍ଡନରଙ୍କୁ ଗୁଜୁରାଟ ୩.୨୦ କୋଟିରେ ନିଜ ସହ ସାମିଲ କରିଛି । ସେହିଭଳି ଇଂଲଣ୍ଡ ଅଲ୍‌ରାଉଣ୍ଡର ସୋଫି ଇକ୍ଲେଷ୍ଟୋନଙ୍କୁ ୧.୮୦ କୋଟିରେ ୟୁପି ୱାରିଅର୍ଜ୍‌ କିଣିଛି ।

ମହିଳା ପ୍ରିମିୟର ଲିଗ ପ୍ରଥମ ସଂସ୍କରଣରେ ୫ଟି ଟିମ ଅଂଶଗ୍ରହଣ କରିଛନ୍ତି । ମୁମ୍ବାଇ, ଅହମ୍ମଦାବାଦ, ବେଙ୍ଗାଲୁରୁ, ଲକ୍ଷ୍ନୌ ଏବଂ ଦିଲ୍ଲୀ ପ୍ରଥମ ସଂସ୍କରଣ ପାଇଁ ଟିମ କିଣିବାର ସୁଯୋଗ ପାଇଛନ୍ତି । ଏହି ୫ଟି ମହିଳା ପ୍ରିମିୟର ଲିଗ ଟିମ୍‌ର ବିକ୍ରି ହୋଇସାରିଛି । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୨୨ଟି ମ୍ୟାଚ ଖେଳାଯିବ । ଏଥିରେ ୨୦ଟି ଲିଗ୍‌ ମ୍ୟାଚ ଖେଳାଯିବ । ଗୋଟିଏ ଟିମ୍‌ରେ ମୋଟ ୧୮ଟି ଖେଳାଳି ରହିବେ । ସେମାନଙ୍କ ମଧ୍ୟରେ ଅତି ବେଶିରେ ୬ ଜଣ ବିଦେଶୀ ଖେଳାଳି ରହିବେ ଓ ୧୨ ଜଣ ଭାରତୀୟ ଖେଳାଳି ରହିପାରିବେ । ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମ ଓ ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଲିଗ୍‌ ମ୍ୟାଚ୍‌ଗୁଡ଼ିକ ଖେଳାଯିବ । ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଦୁଇଟି ଦଳ ସିଧାସଳଖ ଫାଇନାଲରେ ପ୍ରବେଶ କରିବେ । ଦ୍ବିତୀୟ ଓ ତୃତୀୟ ସ୍ଥାନରେ ଥିବା ଦଳ ଏଲିମିନେଟରରେ ପରସ୍ପରକୁ ଭେଟି ଫାଇନାଲ ପାଇଁ ଲଢ଼େଇ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details