ଢାକା: ଭାରତ ବନାମ ଘରୋଇ ବାଂଲାଦେଶ ମଧ୍ୟରେ ଆରମ୍ଭ ହୋଇଥିବା ଟି-ଟ୍ବେଣ୍ଟି ସିରିଜରେ ଆଜି ଅନ୍ତିମ ମ୍ୟାଚ । 3 ମ୍ୟାଚ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜରେ ତୃତୀୟ ତଥା ଶେଷ ଟି-ଟ୍ବେଣ୍ଟି ମ୍ୟାଚରେ ଭାରତୀୟ ଅଧିନାୟିକା ହର୍ମନପ୍ରୀତ କୌର ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଫିଲ୍ଡିଂ କରିବ ବାଂଲାଦେଶ । ଜୁଲାଇ 9 ଓ 11 ତାରିଖରେ ଖେଳାଯାଇଥିବା ପ୍ରଥମ ଓ ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚ ଜିତି ଆଗୁଆ ସିରିଜ କବଜା କରି ସାରିଛି । ଆଜି ତୃତୀୟ ମ୍ୟାଚ ଜିତି କ୍ଲିନ ସୁଇପ ଲକ୍ଷ୍ୟ ରହିଛି ଓମେନ ଇନ ବ୍ଲ୍ୟୁ । ରାଶି କୋନଜିୟା ପଦାର୍ପଣ କରିଛନ୍ତି ।
ଘରୋଇ ବାଂଲାଦେଶ ବିପକ୍ଷ ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚରେ ଭାରତ 8 ରନରେ ଜିତିଥିଲା । ଦ୍ବିତୀୟ ମ୍ୟାଚକୁ 7 ୱିକେଟରେ ବିଜୟ ହାସଲ କରି ଆଗୁଆ ସିରିଜ ସିଲ କରି ସାରିଛି । ଆଜି ତୃତୀୟ ଟି-ଟ୍ବେଣ୍ଟି ଜିତି କ୍ଲିନ ସୁଇପ ଲକ୍ଷ୍ୟରେ ରହିଛି । ପ୍ରଥମ ମ୍ୟାଚରେ ଅଧିନାୟିକା ସ୍ମୃତି ମାନ୍ଧାନା ଭଲ ଖେଳିଥିଲେ ସୁଦ୍ଧା ଦ୍ବିତୀୟ ମ୍ୟାଚରେ ବିଫଳ ହୋଇଥିଲେ । ଆଜି ତାଙ୍କ ବ୍ୟାଟରୁ କିଛି ସଫଳ ଇନିଂସ ଆଶା କରାଯାଉଛି । ବୋଲିଂରେ ଦିପ୍ତୀ ଶର୍ମା ଓ ସେଫାଳି ବର୍ମାଙ୍କ ଦମଦାର ପ୍ରଦର୍ଶନ ଆଶା କରାଯାଉଛି ।
ଏହା ବି ପଢନ୍ତୁ...India vs Bangladesh 2nd T20: ସେଫାଳି-ଦିପ୍ତୀଙ୍କ କମାଲ, ଆଗୁଆ ସିରିଜ ଜିତିଲା ଭାରତ
ଏହା ବି ପଢନ୍ତୁ...IND VS WI 1st Test: ବାପା-ପୁଅଙ୍କୁ ଆଉଟ କରିବାରେ ଅଶ୍ବିନୀ ପ୍ରଥମ ଭାରତୀୟ