ଓଡିଶା

odisha

ETV Bharat / sports

India vs Bangladesh: ଆଜି ଦ୍ବିତୀୟ ଟି-ଟ୍ବେଣ୍ଟି, ଆଗୁଆ ସିରିଜ ସିଲ ଲକ୍ଷ୍ୟରେ ଭାରତ - ଭାରତ ବନାମ ବାଂଲାଦେଶ ଦ୍ବିତୀୟ ଟି ଟ୍ବେଣ୍ଟି

ଭାରତ ଓ ଘରୋଇ ବାଂଲାଦେଶ ମଧ୍ୟରେ ଆଜି ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯିବ । ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ ଜିତି ବିଜୟରୁ ଅଭିଯାନ ଆରମ୍ଭ କରି ସାରିଛି ମହିଳା ଟିମ୍‌ ଇଣ୍ଡିଆ । ଅଧିକ ପଢନ୍ତୁ

india vs bangladesh second t20 match
ଆଜି ଦ୍ବିତୀୟ ଟି-ଟ୍ବେଣ୍ଟି

By

Published : Jul 11, 2023, 7:27 AM IST

Updated : Jul 11, 2023, 7:35 AM IST

ମୀରପୁର:ଭାରତୀୟ ମହିଳା ଦଳ ଏବଂ ବାଂଲାଦେଶ ମହିଳା ଦଳ ମଧ୍ୟରେ ଆଜି (ମଙ୍ଗଳବାର) ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯିବ । ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ ଜିତି 1-0ରେ ଆଗୁଆ ରହିଛି ଭାରତୀୟ ମହିଳା ଦଳ । ଆଜି ଖେଳାଯିବାକୁ ଥିବା ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚ ଜିତି ଆଗୁଆ ସିରିଜ କବଜା ଲକ୍ଷ୍ୟରେ ରହିଛି ହର୍ମନପ୍ରୀତ କୌରଙ୍କ ନେତୃତ୍ବାଧୀନ ଟିମ ଇଣ୍ଡିଆ ।

ରବିବାର ଖେଳାଯାଇଥିବା ପ୍ରଥମ ମ୍ୟାଚରେ 7 ୱିକେଟରେ ସହଜ ବିଜୟ ହାସଲ କରିଥିଲା ଭାରତ । ଯେଉଁଥିରେ ଅଧିନାୟିକା ହର୍ମନପ୍ରୀତ କୌର ଦମଦାର ଇନିଂସ ଖେଳିଥିଲେ । 35 ବଲରେ 54ରନ କରିଥିଲେ ହର୍ମନପ୍ରୀତ । ସ୍ମୃତି ମାନ୍ଧନା ଗୁରୁତ୍ବପୂର୍ଣ୍ଣ 38 ରନ୍‌ କରିଥିଲେ । ଆଜି ମଧ୍ୟ ଏହି ଦୁଇ ବ୍ୟାଟରଙ୍କ ନିକଟରୁ ସମାନ ପ୍ରଦର୍ଶନ ଆଶା କରୁଛନ୍ତି ଫ୍ୟାନ୍ସ । ପ୍ରଥମ ମ୍ୟାଚ୍‌ ଭାରତ ଜିତିଥିଲେ ସୁଦ୍ଧା ପ୍ରତିଭାଶାଳୀ ସେଫାଳି ବର୍ମା ପ୍ରଥମ ମ୍ୟାଚରେ ଏତେ ଭଲ ପ୍ରଦର୍ଶନ କରିନଥିଲେ । ମାତ୍ର ଗୋଟିଏ ୱିକେଟ ନେବାରେ ସଫଳ ହୋଇଥିଲେ । ପୂଜା ବସ୍ତ୍ରାକାର ମଧ୍ୟ ଗୋଟିଏ ୱିକେଟ ନେଇଥିଲେ । ଆଜି ଉଭୟଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡିବ । ପଦାର୍ପଣ କରିଥିବା ଅନୁଷା ଓ ମିନ୍ନୁ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ । ପ୍ରଥମ ମ୍ୟାଚ ଜିତି ଭାରତୀୟ ଦଳର ମନୋବଳ ସୃଦୁଢ ରହିଛି । ଆଜି ମଧ୍ୟ ଭଲ ପ୍ରଦର୍ଶନ କରି ଘରୋଇ ଦଳକୁ ମାତ ଦେଇ ଆଗୁଆ ଟି-ଟ୍ବେଣ୍ଟି ଦଳକୁ ମାତ ଦେବାକୁ ଲକ୍ଷ୍ୟ ରଖିଛି ।

ଏହା ବି ପଢନ୍ତୁ...IndW vs BanW 1st T20: ହରମନପ୍ରୀତଙ୍କ ମ୍ୟାଚ୍‌ ବିଜୟୀ ପାଳି, ୭ ୱିକେଟ୍‌ରେ ହାରିଲା ବାଂଲାଦେଶ

ସେପଟେ ପ୍ରଥମ ମ୍ୟାଚରେ ବାଂଲାଦେଶ କରିଥିବା ତ୍ରୁଟିକୁ ସୁଧାରି ଆଜି ଏକ ଦୃଢ ରଣନୀତି ସହ ମୈଦାନକୁ ଓହ୍ଲାଇବ । ପ୍ରଥମ ମୁକାବିଲାରେ କରିଥିବା ଭୁଲ ଯେପରି ଆଜି ନ ହୁଏ ସେ ଦିଗରେ ଧ୍ୟାନ ଦେବ ନିଗାର ସୁଲତାନଙ୍କ ଦଳ । ଘରୋଇ ଦଳ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି ।

ଏହା ବି ପଢନ୍ତୁ...ଟିମ୍‌ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ ନେଇ ଏମିତି କହିଲେ ପୃଥ୍ବୀ ଶ'

ଭାରତ ସମ୍ଭାବ୍ୟ ଏକାଦଶ:ହର୍ମନପ୍ରୀତ କୌର(ଅଧିନାୟିକା), ସ୍ମୃତି ମାନ୍ଧନା(ଉପଅଧିନାୟିକା), ସେଫାଳି ବର୍ମା, ଜେମିମା ରୋଡ୍ରିଗ୍ସ, ୟସ୍ତିକା ଭାଟିଆ, ହରଲୀନ ଦେଓଲ, ପୂଜା ବସ୍ତ୍ରାକାର, ଦିପ୍ତୀ ଶର୍ମା, ଅମନଜୌତ କୌର, ଅନୁଷା ବାରେଡି ଓ ମିନ୍ନୁ ମାନି ।

ବାଂଲାଦେଶ ସମ୍ଭାବ୍ୟ ଏକାଦଶ:ନିଗାର ସୁଲତାନ, ଶଲମା ଖାତୁନ, ସାମିମା ସୁଲତାନ, ନାହିଦା ଅଖତର, ରିତୁ ମୋନି, ଶୋର୍ନା ଅଖତର, ମରୁଫା ଅଖତର, ଶୋଭନା ମୋସଟ୍ରେ, ଶାଥି ରାନୀ, ସୁଲତାନ ଖାତୁନ, ରାବେୟା ଖାନ ।

ଆସନ୍ତା ଜୁଲାଇ 13 ତାରିଖରେ ତୃତୀୟ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯିବ । ଏହାପରେ ଜୁଲାଇ 16,19 ଓ 22 ତାରିଖରେ 3ଟି ଦିନିକିଆ ମ୍ୟାଚ ଖେଳାଯିବ । ସମସ୍ତ ମ୍ୟାଚ ବାଂଲାଦେଶର ମୀରପୁରରେ ଖେଳାଯିବ । ଭାରତ ବାଂଲାଦେଶ ବିପକ୍ଷରେ ସମସ୍ତ ଫର୍ମାଟରେ ବିଜୟୀ ହୋଇ ସିରିଜ କବଜା କରିବାକୁ ଲକ୍ଷ୍ୟ ରଖିଛି ।

Last Updated : Jul 11, 2023, 7:35 AM IST

ABOUT THE AUTHOR

...view details