ଢାକା:ଅନ୍ତିମ ଅନ୍ତର୍ଜାତୀୟ ମୁକାବିଲାର 4 ମାସ ପରେ ମହିଳା ଟି-ଟ୍ବେଣ୍ଟି ବିଶ୍ବକପ ସେମିଫାଇନାଲରେ ଅଷ୍ଟ୍ରେଲିଆଠୁ ପରାସ୍ତ ହେବା ପରେ ଆଜି (ରବିବାର) ଭାରତୀୟ ମହିଳା କ୍ରିକେଟ ଦଳ ବାଂଲାଦେଶ ବିପକ୍ଷରେ ଟି-ଟ୍ବେଣ୍ଟି ସିରିଜ ଖେଳୁଛି । ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି ଅଧିନାୟିକା ହରମନପ୍ରୀତ କୌର । ପ୍ରଥମ ବ୍ୟାଟିଂ କରିବ ବାଲାଂଦେଶ । ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ରହିଛି ହରମନପ୍ରୀତଙ୍କ ନେତୃତ୍ବାଧୀନ ଭାରତ । ଅନୁଷା ବାରେଡି ଓ ମିନ୍ନୁ ମାନି ବାଂଲାଦେଶ ବିପକ୍ଷରେ ପଦାର୍ପଣ କରିଛନ୍ତି ।
ହର୍ମନପ୍ରୀତ କୌରଙ୍କ ନେତୃତ୍ବରେ ଦମଦାର ଏକାଦଶକୁ ନେଇ ମୈଦାନକୁ ଓହ୍ଲାଇଛି ଭାରତ । ପ୍ରଥମ ଟି-ଟ୍ବେଣ୍ଟି ଜିତି ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ଭାରତ ରହିଛି । ଅନୁଷା ବାରେଡି ଓ ମିନ୍ନୁ ମାନି ବାଂଲାଦେଶ ବିପକ୍ଷରେ ଟି-ଟ୍ବେଣ୍ଟିରେ ପଦାର୍ପଣ କରିଛନ୍ତି । ମ୍ୟାଚ ଆରମ୍ଭ ପୂର୍ବରୁ ଅଧିନାୟିକା ହର୍ମନପ୍ରୀତ କୌର ଓ ଉପଅଧିନାୟିକା ସ୍ମୃତି ମାନ୍ଧାନା ଉଭୟଙ୍କୁ କ୍ୟାପ ଦେଇ ସ୍ବାଗତ କରିଥିଲେ । ଦଳରେ ରିଚା ଶର୍ମା ନଥିବାରୁ ତାଙ୍କ ସ୍ଥାନରେ ପୂଜା ବସ୍ତ୍ରାକାର, ଅନମଜୌତ କୋର ଓ ଦିପ୍ତୀ ଶର୍ମାରେ ଭଲ ପ୍ରଦର୍ଶନ ଲକ୍ଷ୍ୟରେ ରହିଛନ୍ତି । ଦିପ୍ତୀ ଶର୍ମା ମହିଳା ଆଇପିଏଲରେ ୟୁପି ୱାରିୟର୍ସ ପକ୍ଷରୁ ଭଲ ପ୍ରଦର୍ଶନ କରିଥିଲେ ।
ଏହା ବି ପଢନ୍ତୁ...India vs Pakistan: ଚଳିତ ବର୍ଷ 5 ଥର ମୁହାଁମୁହିଁ ହେବେ ଭାରତ-ପାକ୍, ଜାଣନ୍ତୁ କେବେ