ଢାକା:ଭ୍ରମଣକାରୀ ଭାରତ ଓ ଘରୋଇ ବାଂଲାଦେଶ ମଧ୍ୟରେ ଆଜିଠୁ ଦିନିକିଆ ସିରିଜ ଆରମ୍ଭ ହୋଇଛି । ମୀରପୁରରେ ଆଜି ପ୍ରଥମ ଦିନିକିଆ ଖେଳାଯାଉଛି । ଟସ୍ ଜିତି ଅଧିନାୟିକା ହର୍ମନପ୍ରୀତ କୌର ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି । ଘରୋଇ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରିବ । ଦିନିକିଆରେ ଭାରତୀୟ ଦଳରୁ ଦୁଇ ଖେଳାଳି ପଦାର୍ପଣ କରିଛନ୍ତି । ଅନୁଷା ବାରେଡି ଓ ଅମନଜୋତ କୌର ଦିନିକିଆରେ ଡେବ୍ୟୁ କରିଛନ୍ତି ।
ଘରୋଇ ଦଳ ବିପକ୍ଷରେ ଭାରତ 2-1ରେ ଟି-ଟେଣ୍ଟି ସିରିଜ କବଜା କରିଛି । ଭାରତ ପ୍ରଥମ ଓ ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚ ଜିତିଥିଲା । ଶେଷ ଅର୍ଥାତ ତୃତୀୟ ଟି-ଟ୍ବେଣ୍ଟିରେ ବାଂଲାଦେଶ ସାନ୍ତ୍ବନାମୂଳକ ବିଜୟ ହାସଲ କରିଥିଲା । ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚକୁ ଭାରତ 7 ୱିକେଟ ଓ ଦ୍ବିତୀୟ ମ୍ୟାଚକୁ 8 ରନରେ ଜିତିଥିଲା । ବାଂଲାଦେଶ ବିପକ୍ଷରେ ଟି-ଟ୍ବେଣ୍ଟି ସିରିଜରେ ଅଧିନାୟିକା ହର୍ମନପ୍ରୀତ କୌର ପ୍ଲେୟାର ଅଫ ଦି ସିରିଜ ବିବେଚିତ ହୋଇଥିଲେ । ଟି-ଟ୍ବେଣ୍ଟିରେ ସଫଳ ହୋଇଥିବା ସ୍ମୃତି ମାନ୍ଧନା ଆଜି ସଫଳ ହେବେ ବୋଲି ଆଶା । ଦିନିକିଆରେ ମଧ୍ୟ ତାଙ୍କଠୁ ସଫଳ ଇନିଂସ ଆଶା କରାଯାଉଛି । ସେହିପରି ବୋଲିଂରେ ସଫଳ ହୋଇଥିବା ଦିପ୍ତୀ ଶର୍ମା ମଧ୍ୟରେ ତାଙ୍କ ବୋଲିଂ ଘରୋଇ ଦଳ ବ୍ୟାଟରଙ୍କ ଫସାଇ ପାରନ୍ତି । ସେହିପରି ଡେବ୍ୟୁ ମାଚ ଖେଳୁଥିବା ଅନୁଷା ବାରେଡି ଓ ଅମନଜୋତ କୌରଙ୍କ ଉପରେ ସମସ୍ତଙ୍କ ନଜର ରହିବ ।
ଏହା ବି ପଢନ୍ତୁ...INDVSBAN T20 Series: 2-1 ସିରିଜ ଜିତିଲା ଭାରତ, ହର୍ମନପ୍ରୀତ ପ୍ଲେୟାର ଅଫ ଦି ସିିରିଜ