ସିଲହଟ:ବାଂଲାଦେଶରେ ଅନୁଷ୍ଠିତ ମହିଳା ଟି-ଟ୍ବେଣ୍ଟି କ୍ରିକେଟ ଏସିଆ କପରେ ଭାରତୀୟ ଦଳ ଜବରଦସ୍ତ ପ୍ରଦର୍ଶନ କରିଛି । ଏସିଆ କପ ଦ୍ବିତୀୟ ମୁକାବିଲାରେ ଭାରତ ଓ ଶ୍ରୀଲଙ୍କା ପରସ୍ପରକୁ ଭେଟିଥିଲେ । ଏଥିରେ ଶ୍ରୀଲଙ୍କାକୁ 41 ରନରେ ହରାଇଛି ଭାରତ । ଏହା ସହ ବିଜୟରୁ ଅଭିଯାନ ଆରମ୍ଭ କରିଛି ଟିମ ଇଣ୍ଡିଆ । ଧୂଆଁଧାର ଅର୍ଦ୍ଧଶତକୀୟ ଇନିଂସ ଖେଳି ବିଜୟରେ ମୁଖ୍ୟ ଭୂମିକା ତୁଲାଇଥିବା ଜେମିମା ରୋଡ୍ରିଗ୍ସ ପ୍ଲେୟାର ଅଫ୍ ଦି ମ୍ୟାଚ ବିବେଚିତ ହୋଇଥିଲେ ।
ଟସ ଜିତି ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିବା ଶ୍ରୀଲଙ୍କା । ବ୍ୟାଟିଂ ଆମନ୍ତ୍ରଣ ପାଇ ଭାରତର ସେଫାଳି ବର୍ମା ଓ ସ୍ମୃତି ମାନ୍ଧନା ପାଳି ଆରମ୍ଭ କରିଥିଲା । ମାତ୍ର ଶ୍ରୀଲଙ୍କା ବୋଲର ସଅଳ ଏହି ଯୋଡିକୁ ଭାଙ୍ଗି ଥିଲା । ସେଫାଳି ବର୍ମା 10 ଓ ସ୍ମୃତି ମାନ୍ଧନା 6 ରନ କରି ଆଉଟ ହୋଇଥିଲା । ତୃତୀୟରେ ବ୍ୟାଟିଂ କରିବାକୁ ଆସିଥିବା ଜେମିମା ରୋଡ୍ରିଗ୍ସ ଦୃଢ ବ୍ୟାଟିଂ କରିଥିଲେ । ଜେମିମା ଅର୍ଦ୍ଧଶତକ ପୂରଣ କରିଥିଲେ । 53 ବଲରେ 76 ରନ (11ଚୌକା, 1 ଛକା) କରିଥିଲେ ଜେମିମା ରୋଡ୍ରିଗ୍ସ । ତାଙ୍କ ସାଥ ଦେଇଥିଲେ ଅଧିନାୟିକା ହର୍ମନପ୍ରୀତ । ସେ 30 ବଲରେ 33 ରନ କରିଥିଲେ । ଦୟାଲନ ହେମଲତା 13 ରନ କରିଥିଲେ । ଭାରତ 6 ୱିକେଟ ହରାଇ 150 ରନ କରିଥିଲା । ଶ୍ରୀଲଙ୍କାକୁ 151 ରନ ଟାର୍ଗେଟ ହେଇଥିଲା ଟିମ ଇଣ୍ଡିଆ । ଶ୍ରୀଲଙ୍କା ପକ୍ଷରୁ ଓଶାଡି ରଙ୍ଗସିଂଘେ 32ରନ ଦେଇ 3ଟି ୱିକେଟ ନେଇଥିଲେ ।