ଓଡିଶା

odisha

ରୈନାଙ୍କୁ ସାଥୀ ଖେଳାଳିଙ୍କ ଶୁଭକାମନା

By

Published : Sep 6, 2022, 10:06 PM IST

ସାଥୀ ଖେଳାଳି ମାନେ ସୁରେଶ ରୈନାଙ୍କ ( Suresh Raina ) ସହିତ ଥିବା ସ୍ମୃତିକୁ ତାଜା କରିବା ସହିତ ଆଗାମୀ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି । ପୂର୍ବତନ ଓପନର ଗୌତମ ଗମ୍ଭୀର ସୁରେଶ ରୈନାଙ୍କ ପାଇଁ ଟ୍ବିଟ କରି ଲେଖିଛନ୍ତି, "ସବୁ ସମୟ ପାଇଁ ଅଲରାଉଣ୍ଡର! ଜୀବନର ଆଗାମୀ ସମୟ ପାଇଁ ସ୍ବାଗତ ।" ଅଧିକ ପଢନ୍ତୁ

ରୈନାଙ୍କୁ ସାଥୀ ଖେଳାଳିଙ୍କ ଶୁଭକାମନା
ରୈନାଙ୍କୁ ସାଥୀ ଖେଳାଳିଙ୍କ ଶୁଭକାମନା

ହାଇଦ୍ରାବାଦ: ଭାରତୀୟ କ୍ରିକେଟର ସୁରେଶ ରୈନା ( Suresh Raina ) ଆଜି ( ମଙ୍ଗଳବାର ) କ୍ରିକେଟରୁ ସନ୍ୟାସ ନେଇଛନ୍ତି । ତେବେ ତାଙ୍କର ଏହି ପଦକ୍ଷେପ ପରେ ତାଙ୍କୁ ସମସ୍ତେ ଆଗାମୀ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି । ଏହା ସହିତ ତାଙ୍କର ସାଥୀ ଖେଳାଳି ମାନେ ତାଙ୍କ ସହିତ ଥିବା ସ୍ମୃତିକୁ ତାଜା କରିଛନ୍ତି ।

ପୂର୍ବତନ ଭାରତୀୟ ଅଲରାଉଣ୍ଡର ଇର୍ଫାନ ପଠାନ ସୁରେଶ ରୈନାଙ୍କ ସହିତ ଅଣ୍ଡର-୧୯ କ୍ରିକେଟ ସମୟକୁ ମନେପକାଇ ସୋସିଆଲ ମିଡିଆରେ ଲେଖିଛନ୍ତି, "ତାଙ୍କର ବ୍ୟାଟିଂରେ ଅନନ୍ୟ ଆକର୍ଷଣ ରହିଥାଏ । ମୋର ପ୍ରଥମ ସ୍ମୃତି ମନେଅଛି ଯେତେବେଳେ ଆମେ ଅଣ୍ଡର ୧୯ ଖେଳୁଥିଲୁ । ଆଗାମୀ ଭବିଷ୍ୟତ ପାଇଁ ଶୁଭକାମନା ।"

ସେହିପରି ଲୋକେଶ ରାହୁଲ ମଧ୍ୟ କହିଛନ୍ତି, "ପଡିଆ ଭିତରେ ଏବଂ ପଡିଆ ବାହାରେ, ସମସ୍ତ ସୁନ୍ଦର ସ୍ମୃତି ପାଇଁ ଆପଣଙ୍କୁ ବହୁତ ଧନ୍ୟବାଦ । ସୁନ୍ଦର ଭବିଷ୍ୟତ ପାଇଁ ଶୁଭକାମନା ।"

ସେହିପରି ଆଇପିଏଲ ଫ୍ରାଞ୍ଚାଇଜ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟ ସୋସିଆଲ ମିଡିଆ ଜରିଆରେ ସୁରେଶ ରୈନାଙ୍କୁ ତାଙ୍କର ସଫଳତାପୂର୍ଣ୍ଣ କ୍ୟାରିୟର ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛି ।

ସେହିପରି ପୂର୍ବତନ ଓପନର ଗୌତମ ଗମ୍ଭୀର ସୁରେଶ ରୈନାଙ୍କ ପାଇଁ ଟ୍ବିଟ କରି ଲେଖିଛନ୍ତି, "ସବୁ ସମୟ ପାଇଁ ଅଲରାଉଣ୍ଡର! ଜୀବନର ଆଗାମୀ ସମୟ ପାଇଁ ସ୍ବାଗତ ।"

ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ବରେ ଖେଳାଯାଇଥିବା ୨୦୧୧ ମସିହା ବିଶ୍ବକପ ଜିତାଇବାରେ ସୁରେଶ ରୈନା ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସୁରେଶ ରୈନା ୨୨୬ ଟି ଦିନିକିଆ ମ୍ୟାଚ ଖେଳି ୫୬୧୫ ରନ ସଂଗ୍ରହ କରିଛନ୍ତି । ସୁରେଶ ରୈନା ୧୮ ଟି ଟେଷ୍ଟ ମ୍ୟାଚ ଖେଳି ୭୬୮ ରନ ସଂଗ୍ରହ କରିଛନ୍ତି । ଟି-୨୦ ରେ ସେ ୭୮ ଟି ମ୍ୟାଚ ଖେଳି ୧୬୦୪ ରନ ସଂଗ୍ରହ କରିଛନ୍ତି । ଟି-୨୦ ରେ ସେ ୭୮ ଟି ମ୍ୟାଚ ଖେଳି ୧୬୦୪ ରନ ସଂଗ୍ରହ କରିଛନ୍ତି ।

ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ସୁରେଶ ରୈନା । ଆଉ ଆଜି ଆଇପିଏଲରୁ ଅବସର ନେଇ ଘୋଷଣା କରିଛନ୍ତି ବାମହାତୀ ବ୍ୟାଟ୍ସମ୍ୟାନ ସୁରେଶ ରୈନା (Suresh Raina retires from IPL) । ଏହା ସହ ସମସ୍ତ କ୍ରିକେଟ ଫର୍ମାଟରୁ ସନ୍ୟାସ ନେଇଛନ୍ତି ।

ଟ୍ବିଟ କରି ରୈନା କହିଛନ୍ତି, ''ମୋ ରାଜ୍ୟ ଉତ୍ତରପ୍ରଦେଶ ଓ ଦେଶପାଇଁ କ୍ରିକେଟ ଖେଳିବା ମୋ ପାଇଁ ଗର୍ବର ବିଷୟ । ମୁଁ ସମସ୍ତ କ୍ରିକେଟ ଫର୍ମାଟରୁ ଅବସର ଘୋଷଣା କରୁଛି । ମୋତେ ସମର୍ଥନ ଓ ବିଶ୍ବାସ କରିଥିବାରୁ BCCI, ୟପିସିଏକ୍ରିକେଟ, ଆଇପିଏଲ, ଚେନ୍ନାଇ ସୁପରକିଙ୍ଗ୍ସ, ଏବଂ ମୋ ଫ୍ୟାନ୍ସଙ୍କୁ ଅନେକ ଅନେକ ଧନ୍ୟବାଦ ।''

ABOUT THE AUTHOR

...view details