ନୂଆଦିଲ୍ଲୀ:ଆଫଗାନିସ୍ତାନ ଦଖଲ ପରେ ଅସଲ ରୂପ ଦେଖାଇବା ଆରମ୍ଭ କରିଛି ତାଲିବାନ । ଆଫଗାନିସ୍ତାନ ମହିଳାଙ୍କୁ କ୍ରିକେଟ୍ ସମେତ ଅନ୍ୟ କୌଣସି ଖେଳ ଖେଳିବାକୁ ଅନୁମତି ମିଳିବ ନାହିଁ ବୋଲି ସ୍ପଷ୍ଟ କରିଛି ତାଲିବାନ ।
ତେବେ ମହିଳା କ୍ରିକେଟକୁ ବନ୍ଦ କରିବାର ପ୍ରଭାବ ପୁରୁଷ କ୍ରିକେଟ୍ ଟିମ ଉପରେ ପଡିବାକୁ ଯାଉଛି। ଯଦି ମହିଳାଙ୍କୁ ତାଲିବାନ ରାଜ୍ରେ ଖେଳିବାର ସୁଯୋଗ ନ ମିଳେ ତେବେ ଆସନ୍ତା ମାସରେ ପୁରୁଷ ଟିମ ସହ ଖେଳିବନି ଅଷ୍ଟ୍ରେଲିଆ ଟିମ । ଏନେଇ କ୍ରିକେଟ ଅଷ୍ଟ୍ରେଲିଆ ଏକ ଘୋଷଣାନାମା ଜାରି କରି ସ୍ପଷ୍ଟ କରିଛି ।
ଚାଲିବାନର କଲ୍ଚରାଲ କମିଶନ ଅହମାଦୁଲ୍ଲା ୱାସିକ୍ ମହିଳାମାନେ କ୍ରିକେଟ ଖେଳିବା ଆବଶ୍ୟକ ନାହିଁ ବୋଲି କହିବାର ଦିନକ ପରେ କ୍ରିକେଟ ଅଷ୍ଟ୍ରେଲିଆ ଏପରି ସ୍ପଷ୍ଟୀକରଣ ରଖିଛି ।