ଓଡିଶା

odisha

ETV Bharat / sports

ଦେଖିବାକୁ ସମର୍ଥ ଥିବା ପର୍ଯ୍ୟନ୍ତ ଟିମ ଇଣ୍ଡିଆକୁ ସମର୍ଥନ: ଶାସ୍ତ୍ରୀ

ଟି-୨୦ ବିଶ୍ବକପ ୨୦୨୧ରେ ଭାରତର ଅଭିଯାନ ଶେଷ ପରେ ମେନ ଇନ୍‌ ବ୍ଲୁଙ୍କ ଉଦ୍ଦେଶ୍ୟଙ୍କ ଭାରତୀୟ କ୍ରିକେଟ ଟିମର ପୂର୍ବତନ କୋଚ୍‌ ରବି ଶାସ୍ତ୍ରୀ ଏକ ହୃଦୟଭରା ବାର୍ତ୍ତା । ଅଧିକ ପଢନ୍ତୁ

Will continue to back Team India till the time I'm able to watch sport, says Shastri
ଦେଖିବାକୁ ସମର୍ଥ ଥିବା ପର୍ଯ୍ୟନ୍ତ ଟିମ ଇଣ୍ଡିଆକୁ ସମର୍ଥନ: ଶାସ୍ତ୍ରୀ

By

Published : Nov 14, 2021, 9:07 PM IST

ନୂଆଦିଲ୍ଲୀ: ଟି-୨୦ ବିଶ୍ବକପ ୨୦୨୧ରେ ଭାରତର ଅଭିଯାନ ଶେଷ ପରେ ମେନ ଇନ୍‌ ବ୍ଲୁଙ୍କ ଉଦ୍ଦେଶ୍ୟଙ୍କ ଭାରତୀୟ କ୍ରିକେଟ ଟିମର ପୂର୍ବତନ କୋଚ୍‌ ରବି ଶାସ୍ତ୍ରୀ ଏକ ହୃଦୟଭରା ବାର୍ତ୍ତା ଲେଖିଛନ୍ତି । କୃତଜ୍ଞତା ଜଣାଇବା ସହ ଶାସ୍ତ୍ରୀ ଟିମ ଇଣ୍ଡିଆ ସହ ନିଜର ଅନୁଭୂତି ବଖାଣିଛନ୍ତି । ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି, ଯେ ପର୍ଯ୍ୟନ୍ତ ଖେଳ ଦେଖୁଥିବେ ଟିମ ଇଣ୍ଡିଆକୁ ସମର୍ଥନ କରିବେ ।

କ୍ୟାପଟେନ ବିରାଟ କୋହଲି, ରୋହିତ ଶର୍ମା, ଡେପୁଟି ଅଜିଙ୍କ୍ୟ ରାହାଣେଙ୍କୁ ସେ ଟ୍ୟାଗ କରିଛନ୍ତି ଓ ଟିମ ସହ ବିତାଇଥିବା ସମସ୍ତ ମୁହୂର୍ତ୍ତ ସ୍ମୃତିଭାବେ ସାଇତି ରଖିବେ ।

ICC ଟି-୨୦ ବିଶ୍ବକପ ସୁପର ୧୨ ପର୍ଯ୍ୟାୟରୁ ଟିମ ଇଣ୍ଡିଆ ବିଦାୟ ନେବା ସହିତ ଶାସ୍ତ୍ରୀ(ମୁଖ୍ୟ କୋଚ୍‌), ଭାରତ ଅରୁଣ(ବୋଲିଂ କୋଚ୍‌) ଓ ଆର୍‌ ଶ୍ରୀଧର(ଫିଲ୍ଡିଂ କୋଚ୍‌)ଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା । ରାହୁଲ ଦ୍ରାବିଡ ନୂଆ ମୁଖ୍ୟ କୋଚ୍‌ ଦାୟିତ୍ବ ସମ୍ଭାଳିଥିବାବେଳେ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ତାଙ୍କର କାର୍ଯ୍ୟକାଳର ପ୍ରଥମ ଟୁର୍ଣ୍ଣାମେଣ୍ଟ ହେବ ।

ଶାସ୍ତ୍ରୀଙ୍କ ସମୟରେ ଟିମ ଇଣ୍ଡିଆ ୪୩ଟି ଟେଷ୍ଟ ଖେଳିଛି, ସେଥିରୁ ୨୫ଟିରେ ବିଜୟୀ ହୋଇଥିବାବେଳେ ୧୩ଟିରେ ପରାସ୍ତ ହୋଇଛି । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ୨-୧ରେ ଭାରତ ଆଗୁଆ ରହିଛି । ଆସନ୍ତାବର୍ଷ ଏହି ସିରିଜର ଶେଷ ମ୍ୟାଚ୍‌ ଖେଳାଯିବ ।

ଟିମ ଇଣ୍ଡିଆ ୭୬ଟି ଦିନିକିଆ, ୬୫ଟି ଟି-୨୦ ମ୍ୟାଚ୍‌ ଶାସ୍ତ୍ରୀଙ୍କ ନେତୃତ୍ବରେ ଖେଳିଛି । ମେନ୍‌ ଇନ୍‌ ବ୍ଲୁ ୫୧ଟି ଦିନିକିଆ ଓ ୪୩ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଜିତିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details