ବ୍ରିସବେନ୍:ରୋହିତ ଶର୍ମାଙ୍କ ଭଳି ଖେଳିବାକୁ ଚାହୁଁଛନ୍ତି ଅଷ୍ଟ୍ରେଲିଆର ମହିଳା ୱିକେଟକିପର ଏଲିସା ହିଲି । ପ୍ରତ୍ୟେକ ଫର୍ମାଟରେ ସେ ରୋହିତ ଶର୍ମାଙ୍କ ଭଳି ପ୍ରଦର୍ଶନ କରିବାକୁ ଚାହୁଁଥିବା କଥା କହିଛନ୍ତି । ସେପ୍ଟେମ୍ବର ୧୨ ତାରିଖରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବ । ଏଥିପାଇଁ ଅଷ୍ଟ୍ରେଲିଆ ଦଳର ଜୋରଦାର ଅଭ୍ୟାସ ଜାରି ରଖିଛି ।
ଅଷ୍ଟ୍ରେଲିଆ ବିପକ୍ଷରେ ୩ଟି ଦିନିକିଆ ଗୋଟିଏ ଦିବାରାତ୍ର ଟେଷ୍ଟ ମ୍ୟାଚ ଓ ତିନିଟି ଟି-୨୦ ମ୍ୟାଚ ଖେଳିବ ଭାରତ । ଏଲିସ୍ ହିଲି ବର୍ତ୍ତମାନ ସୁଦ୍ଧା କ୍ୟାରିଅରରେ ମାତ୍ର ୪ଟି ଟେଷ୍ଟ ମ୍ୟାଚ୍ ଖେଳିବାକୁ ସକ୍ଷମ ହୋଇ ପାରିଛନ୍ତି । ତେବେ ଟେଷ୍ଟ ମ୍ୟାଚକୁ ମଧ୍ୟ ଦିନିକିଆ ମ୍ୟାଚ ଭଳି ଖେଳିବାକୁ ଚାହୁଁଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ସେପ୍ଟେମ୍ବର ୩୦ ତାରିଖରେ ଟେଷ୍ଟ ମ୍ୟାଚ୍ ଖେଳିବ ଭାରତ । ଏହି ମ୍ୟାଚରେ ସେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ବାନ୍ଧିଛନ୍ତି ।