ନୂଆଦିଲ୍ଲୀ:ଟିମ ଇଣ୍ଡିଆ ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ବଡ ବୟାନ । ଟେଷ୍ଟ ଟିମର ଅଧିନାୟକ ଭାର ସମ୍ଭାଳିବାକୁ ପ୍ରସ୍ତୁତ । ଭାରତୀୟ ଟିମର ନେତୃତ୍ବ ଚାପ ବର୍ତ୍ତମାନ ସମୟରେ ନାହିଁ ବୋଲି କହିଛନ୍ତି ସାମି । ବିରାଟ କୋହଲି ଟେଷ୍ଟ ଅଧିନାୟକ ପଦରୁ ଇସ୍ତଫା ଦେବାପରେ ନୂଆ ନେତୃତ୍ବ ନେଇ ଚର୍ଚ୍ଚା ଲାଗି ରହିଛି । BCCI ପକ୍ଷରୁ ନୂଆ ଅଧିନାୟକଙ୍କ ନାମ ଘୋଷଣା କରାଯାଇନଥିବାବେଳେ, ଏକାଧିକ ନାମ ଚର୍ଚ୍ଚାରେ ରହିଛି ।
ସାମି କହିଛନ୍ତି, "ବର୍ତ୍ତମାନ ସ୍ଥିତିରେ ନେତ୍ବତ୍ବ ନେବା ନେଇ ମୁଁ ଚିନ୍ତା କରୁନାହିଁ । ସମସ୍ତ ପ୍ରକାର ଦାୟିତ୍ବ ପାଇଁ ପ୍ରସ୍ତୁତ । ସତ କହିବାକୁ ଗଲେ, ଭାରତୀୟ ଟିମର ଅଧିନାୟକ ହେବାକୁ କିଏ ଚାହିଁବ ନାହିଁ, ମାତ୍ର ଏହା କେବଳ ଏକମାତ୍ର ବିକଳ୍ପ ନୁହେଁ, ଟିମ ପାଇଁ ଯଥାସମ୍ଭବ ସମସ୍ତ ପ୍ରକାର ଯୋଗଦାନ କରିବାକୁ ଚାହେଁ ।"
ଗତ ୬ ମାସ ଧରି ଲଗାତାର ଖେଳୁଥିବାରୁ ଭେଟେରାନ ଦ୍ରୁତ ବୋଲରଙ୍କୁ ଫେବୃଆରୀ ୬ରୁ ଆରମ୍ଭ ହେବାକୁ ଯଆଉଥିବା ଟିମ ଇଣ୍ଡିଆର ଆଗାମୀ ୱେଷ୍ଟଇଣ୍ଡିଜ ବିପକ୍ଷ ସୀମିତ ଓଭର ସିରିଜରୁ ବିଶ୍ରାମ ଦିଆଯାଇଛି ।