ଓଡିଶା

odisha

By

Published : Feb 6, 2022, 7:48 PM IST

Updated : Feb 6, 2022, 8:06 PM IST

ETV Bharat / sports

ଯେବେ ଟିମ ଇଣ୍ଡିଆର ବିଜୟ ପାଇଁ ନିର୍ଜଳା ବ୍ରତ ରଖିଥିଲେ ଲତା ମଙ୍ଗେସକର

କ୍ରିକେଟ ପ୍ରତି ଲତା ମଙ୍ଗେସକରଙ୍କ ଥିଲା ଖାସ୍‌ ଦୁର୍ବଳତା । ୨୦୧୧ ବିଶ୍ବକପରେ ପାକିସ୍ତାନ ବିପକ୍ଷ ସେମିଫାଇନାଲରେ ଭାରତୀୟ ଟିମର ବିଜୟ ପାଇଁ ସେ ନିର୍ଜଳା ବ୍ରତ ରଖିଥିଲେ । ଅଧିକ ପଢନ୍ତୁ

WHEN LATAJI KEPT A VOW FOR THE VICTORY OF THE INDIAN TEAM
ଯେବେ ଟିମ ଇଣ୍ଡିଆର ବିଜୟ ପାଇଁ ନିର୍ଜଳା ବ୍ରତ ରଥିଲେ ଲତା ମଙ୍ଗେସକର

ନୂଆଦିଲ୍ଲୀ: କ୍ରିକେଟ ପ୍ରତି ଲତା ମଙ୍ଗେସକରଙ୍କ ଥିଲା ଖାସ୍‌ ଦୁର୍ବଳତା । ୨୦୧୧ ବିଶ୍ବକପରେ ପାକିସ୍ତାନ ବିପକ୍ଷ ସେମିଫାଇନାଲରେ ଭାରତୀୟ ଟିମର ବିଜୟ ପାଇଁ ସେ ନିର୍ଜଳା ବ୍ରତ ରଖିଥିଲେ । ରବିବାର ଭାରତ ରତ୍ନ କୋକିଳକଣ୍ଠୀ ଲତା ମଙ୍ଗେସକରଙ୍କର ମୁମ୍ବାଇରେ ଦେହାନ୍ତ ହୋଇଛି । ଏଥିସହିତ ସଙ୍ଗୀନ ଜଗତରେ 'ଲତା ଯୁଗ'ର ଅବସାନ ଘଟିଛି ।

ଏକ ସାକ୍ଷାତକାରରେ ସେ କହିଥିଲେ, "ମୁଁ ସଂପୂର୍ଣ୍ଣ ମ୍ୟାଚ୍‌ ଦେଖିଥିଲି ଓ ବହୁତ ଚାପରେ ଥିଲି ।" ସେ କହିଥିଲେ, "ଯେବେ ଭାରତୀୟ ଟିମ ଖେଳୁଥାଏ ସେତେବେଳେ ମୋ ଘରେ କିଛି ନା କିଛି ଖାସ ରହିଥାଏ । ମୁଁ, ମୀନା ଓ ଉଷା ସେମିଫାଇନାଲ ମ୍ୟାଚ୍‌ ସମୟରେ କିଛି ଖାଇନଥିଲୁ, ଏମିତିକି ପାଣି ମଧ୍ୟ ନୁହେଁ । ମୁଁ ଲଗାତାର ଭାରତର ବିଜୟ ପାଇଁ ପ୍ରାର୍ଥନା କରୁଥିଲି ଓ ଭାରତର ବିଜୟ ପରେ ହିଁ ଆମେ ଅନ୍ନ ଜଳ ଗ୍ରହଣ କରିଥିଲୁ ।"

ବିଶ୍ବକପ ୧୯୮୩ ଫାଇନାଲକୁ ସ୍ମରଣ କରି ସେ କହିଥିଲେ, "ମୁଁ ସେତେବେଳେ ଲଣ୍ଡନରେ ଥିଲି ଓ ମୁଁ କପିଳ ଦେବ ଓ ତାଙ୍କର ଟିମକୁ ଇଂଲଣ୍ଡ ବିପକ୍ଷରେ ସେମିଫାଇନାଲ ମ୍ୟାଚ୍‌ ପୂର୍ବରୁ ଡିନର ପାଇଁ ଡାକିଥିଲି । ମୁଁ ତାଙ୍କୁ ଶୁଭକାମନା ଜଣାଇଥିଲି। ଟ୍ରଫି ଜିତିବା ପରେ କପିଳ ଦେବ ମୋଟେ ଡିନର୍‌ ପାଇଁ ଡାକିଥିଲେ । ମୁଁ ଯାଇଥିଲି ଓ ଟିମକୁ ଅଭିନନ୍ଦନ ଜଣାଇଥିଲି ।" ସଚିନ ତେନ୍ଦୁଲକରଙ୍କୁ ସେ ନିଜର ପୁଅ ମାନୁଥିଲେ ଓ ସଚିନ ମଧ୍ୟ ଲତା ଦିଦିଙ୍କୁ ସରସ୍ବତୀ କହୁଥିଲେ । ତେବେ ଏହି ସଂଯୋଗ ମଧ୍ୟ ଯେ ସରସ୍ବତୀ ପୂଜାର ପରଦିନ ଭାରତର ସରସ୍ବତୀ ପରଲୋକ ଗମନ କରିଛନ୍ତି ।

Last Updated : Feb 6, 2022, 8:06 PM IST

ABOUT THE AUTHOR

...view details