ହାଇଦ୍ରାବାଦ:ଭାରତୀୟ କ୍ରିକେଟ ଟିମ ଦକ୍ଷିଣ ଆଫ୍ରିକା ଗସ୍ତରେ ରହିଛି । ଦୁଇ ଟିମ ମଧ୍ୟରେ ରବିବାର ଅର୍ଥାତ ଡିସେମ୍ବର ୨୬ରୁ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମୁକାବିଲା ଖେଳାଯିବ । ଏହା ବକ୍ସିଂ ଡେ ଟେଷ୍ଟ ହେବ । ଯେଉଁଥିରେ ଦୁଇଟିମ ସେଞ୍ଚୁରିଆନର ସୁପରସ୍ପୋର୍ଟ ଷ୍ଟାଡିୟମରେ ମୁହାଁମୁହିଁ ହେବେ ।
ବକ୍ସିଂ ଡେ ଟେଷ୍ଟ ଅନେକ ଦେଶର କ୍ରିକେଟ କ୍ୟାଲେଣ୍ଡରରେ ପ୍ରମୁଖ ଅଂଶ ରହିଥାଏ । ଯେଉଁମାନେ ଏହି ମ୍ୟାଚ୍ ଖେଳିଥାଆନ୍ତି ସେମାନଙ୍କ ମଧ୍ୟରେ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ପ୍ରମୁଖ ରହିଛନ୍ତି । ଅଷ୍ଟ୍ରେଲିଆ କ୍ରିକେଟ ଟିମ ଏଥର ବକ୍ସିଂ ଡେ ଟେଷ୍ଟରେ ଇଂଲଣ୍ଡ ସହ ସାମ୍ନାସାମ୍ନି ହେବେ । ଏହା ଆସେସ ଟେଷ୍ଟ ସିରିଜର ତୃତୀୟ ଟେଷ୍ଟ ହେବ । ଏହି ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ(MCG)ରେ ଖେଳାଯିବ ।
ଏହାମଧ୍ୟ ପଢନ୍ତୁ: SA vs Ind: ରବିବାରଠୁ ଦକ୍ଷିଣ ଆଫ୍ରିକା ଚ୍ୟାଲେଞ୍ଜ୍, ଟାର୍ଗେଟ ପ୍ରଥମ ସିରିଜ ବିଜୟ
ବକ୍ସିଂ ଡେ ଟେଷ୍ଟ କ'ଣ ?
ଅନେକ ଦେଶରେ ଖ୍ରୀଷ୍ଟମାସ(୨୫ ଡିସେମ୍ବର)ର ପରଦିନ ଅର୍ଥାତ ୨୬ ଡିସେମ୍ବର ଦିନକୁ ବକ୍ସିଂ ଡେ କୁହାଯାଇଥାଏ । ଏହିଦିନ ଠାରୁ ନୂଆବର୍ଷ ପର୍ଯ୍ୟନ୍ତ ଲୋକେ ଛୁଟି ମନାଇଥାଆନ୍ତି । କ୍ରିକେଟର ମଜା ଉଠାଇବା ପଇଁ ଟେଷ୍ଟ ମ୍ୟାଚ୍ର ଦର୍ଶକ ହେବ ଓ ମନୋରଞ୍ଜନ କରିବା ଠାରୁ କିଛି ବଡ ହୋଇନଥାଏ ।
ସଂପୂର୍ଣ୍ଣ ୫ ଦିନ କ୍ରିକେଟର ମଜା ଓ ଷଷ୍ଠ ଦିନ ବର୍ଷର ନୂଆଦିନକୁ ସ୍ବାଗତ । ଦକ୍ଷିଣ ଆଫ୍ରିକା ଟିମ ପ୍ରାୟ ୩ ଦଶନ୍ଧି ଧରି ବକ୍ସିଂ ଡେ ଟେଷ୍ଟ ଖେଳିଆସୁଛି । ଦକ୍ଷିଣ ଆଫ୍ରିକା ଗତବର୍ଷ ଶ୍ରୀଲଙ୍କା ଟିମ ବିପକ୍ଷରେ ସେଞ୍ଚୁରିଆନରେ ବକ୍ସିଂ ଡେ ଟେଷ୍ଟ ଖେଳିଥିଲା । ଘରୋଇ ଟିମ ଏହି ମ୍ୟାଚ୍କୁ ଗୋଟିଏ ଇଂନିସ ଓ ୪୫ ରନ୍ରେ ଜିତିନେଇଥିଲା ।
୨୬ ଡିସେମ୍ବରକୁ ବକ୍ସିଂ ଡେ କୁହଯାଇଥାଏ, ଏହାର ଅନେକ କାରଣ ରହିଛି । ଏହି ମଧ୍ୟ ଏକ କାରଣ ଯେ ପାରମ୍ପରିକ ରୂପରେ ବକ୍ସ(ବକ୍ସୋ)ଙ୍କୁ ଚର୍ଚ୍ଚରେ ଏହିଦିନ ଖୋଲାଯାଇଥାଏ । ଏକ ଅନ୍ୟ କାରଣ ମୁତାବିକ କର୍ମଚାରୀଙ୍କୁ ଖ୍ରୀଷ୍ଟମାସ ଦିନ କାମ କରିବା ପାଇଁ ବୋନସ ଆକାରରେ ଉପହାର ଦିଆଯାଏ । ୨୫ ଡିସେମ୍ବର ଦିନ ଦକ୍ଷିଣ ଗୋଲାର୍ଦ୍ଧ ସ୍ଥିତ ରାଷ୍ଟ୍ରଗୁଡିକରେ ବିଭିନ୍ନ ପ୍ରକାର ଖେଳ ପ୍ରତିଯୋଗିତାର ଆୟୋଜନ ହୋଇଥାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ