ଓଡିଶା

odisha

ETV Bharat / sports

IND vs WI 3rd T-20: ଟସ୍‌ ଜିତିଲେ ପୋଲାର୍ଡ, ପ୍ରଥମେ ବ୍ୟାଟିଂ କରିବ ଭାରତ - ଭାରତ ବନାମ ଇଣ୍ଡିଜ ତୃତୀୟ ଟି-୨୦ ମ୍ୟାଚ୍‌ ଖବର

ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳାଯିବ ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚ୍‌ । ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଇଣ୍ଡିଜ ଦଳ । ଅଧିକ ପଢ଼ନ୍ତୁ

IND vs WI 3rd T-20: ଟସ୍‌ ଜିତିଲେ ପୋଲାର୍ଡ, ପ୍ରଥମେ ବ୍ୟାଟିଂ କରିବ ଭାରତ
IND vs WI 3rd T-20: ଟସ୍‌ ଜିତିଲେ ପୋଲାର୍ଡ, ପ୍ରଥମେ ବ୍ୟାଟିଂ କରିବ ଭାରତ

By

Published : Feb 20, 2022, 7:02 PM IST

କୋଲକାତା: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳାଯିବ ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚ୍‌ । ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଇଣ୍ଡିଜ ଦଳ । ଆଜିର ମ୍ୟାଚ୍‌ ପାଇଁ ଭାରତୀୟ ଦଳରେ ୪ଟି ପରିବର୍ତ୍ତନ ହୋଇଛି ।

ଭାରତୀୟ ଦଳରେ ଆଜି ବିରାଟ କୋହଲି, ଭୁବନେଶ୍ବର କୁମାର, ଋଷଭ ପନ୍ତ ଓ ୟୁଜିବେନ୍ଦ୍ର ଚହଲଙ୍କ ସ୍ଥାନରେ ଋତୁରାଜ ଗାୟକୱାଡ, ଆଭେଶ ଖାନ୍‌, ଶାର୍ଦ୍ଦୁଲ ଠାକୁର ଓ ଶ୍ରେୟସ ଆୟରଙ୍କୁ ଦଳରେ ସ୍ଥାନ ଦିଆଯାଇଛି । ଟି-୨୦ ବିଶ୍ବକପ୍‌କୁ ଆଖି ଆଗରେ ରଖି ଦଳ ନିଜକୁ ପ୍ରସ୍ତୁତ କରୁଛି ବୋଲି କହିଛନ୍ତି ରୋହିତ ଶର୍ମା । ଦ୍ବିତୀୟ ମ୍ୟାଚରେ ରୋମାଞ୍ଚକର ବିଜୟ ହାସଲ କରି ସିରିଜ ହାତେଇଛି ଟିମ୍‌ ଇଣ୍ଡିଆ ।

ସେପଟେ ଇଣ୍ଡିଜ ଦଳ ଆଜି ସମ୍ମାନ ରକ୍ଷା କରିବାକୁ ଆଜିର ମ୍ୟାଚ୍‌ ଖେଳିବ । ଏହାପୂର୍ବରୁ ଦିନିକିଆ ସିରିଜ୍‌ରେ ମଧ୍ୟ କୌଣସି ମ୍ୟାଚ୍‌ ଜିତି ପାରିନଥିଲା ଇଣ୍ଡିଜ୍‌ । ଆଜିର ମ୍ୟାଚ୍‌ ଜିତି ହ୍ବାଇଟୱାସ୍‌ରୁ ବର୍ତ୍ତିବାକୁ ଚେଷ୍ଟା କରିବ ଇଣ୍ଡିଜ୍‌ ଦଳ । ସେପଟେ ୱେଷ୍ଟଇଣ୍ଡିଜ ଦଳରେ ମଧ୍ୟ ଆଜିର ମ୍ୟାଚ ପାଇଁ ୪ଟି ପରିବର୍ତ୍ତନ କରାଯାଇଛି ।

ଭାରତ ଚୂଡ଼ାନ୍ତ ଏକାଦଶ

ଋତୁରାଜ ଗାୟକୱାଡ, ଇଶାନ କିଶନ, ରୋହିତ ଶର୍ମା (ଅଧିନାୟକ), ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ଭେଙ୍କଟେଶ ଆୟର, ଦୀପକ ଚହର, ଶାର୍ଦ୍ଦୁଲ ଠାକୁର, ହର୍ଷଲ ପଟେଲ, ରବି ବିଷ୍ଣୋଇ, ଆଭେଶ ଖାନ

ୱେଷ୍ଟଇଣ୍ଡିଜ ଚୂଡ଼ାନ୍ତ ଏକାଦଶ

କାଇଲ୍ ମାୟର୍ସ, ଶାଇ ହୋପ୍, ନିକୋଲାସ୍ ପୁରାନ୍ (ଡବ୍ଲୁ), ରୋଭମାନ୍ ପାୱେଲ, କୈରନ ପୋଲାର୍ଡ (ଅଧିନାୟକ), ଜେସନ୍ ହୋଲ୍ଡର୍, ରୋଷ୍ଟନ୍ ଚେଜ୍, ରୋମାରିଓ ଶେଫର୍, ଡୋମିନିକ୍ ଡ୍ରାକସ୍, ଫାବିଆନ୍ ଆଲେନ୍, ହେଡେନ ୱାଲଶ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details