କୋଲକାତା:ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଆରମ୍ଭ ହୋଇଛି ଟି-୨୦ ସରିଜ । ପ୍ରଥମ ମ୍ୟାଚ୍ରେ ଭାରତ ପ୍ରଥମେ ଟସ୍ ଜିତି ପୋଲିସଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିବାକୁ ଇଣ୍ଡିଜ ଦଳ ପ୍ରଥମ ଓଭରରୁ ହିଁ ୱିକେଟ ହରାଇଥିଲା । ତେବେ ନିକୋଲାସ ପୂରନଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଇଣ୍ଡିଜ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୫୭ ରନ୍ କରିବାକୁ ସକ୍ଷମ ହୋଇ ପାରିଛି ।
ସେପଟେ ଭାରତୀୟ ବୋଲର ଆଜି ଶୃଙ୍ଖଳିତ ବୋଲିଂ କରିଥିବା ଦେଖିବାକୁ ମିଳିଥିଲା । ଭୁବନେଶ୍ବର କୁମାର, ଦୀପକ ଚହର ଓ ୟୁଜିବେନ୍ଦ୍ର ଚହଲ ଗୋଟିଏ ଲେଖାଏଁ ୱିକେଟ ନେଇଥିବା ବେଳେ ହର୍ଷଲ ପଟେଲ ଓ ରବି ବିଷ୍ଣୋଇ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ । ଇଣ୍ଡିଜ ବ୍ୟାଟର ଲଗାତାର ଭାରତୀୟ ବୋଲରଙ୍କ ସାମ୍ନା କରିବାରେ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା ।