ଓଡିଶା

odisha

ETV Bharat / sports

IND vs WI: ଦ୍ବିତୀୟ ଟି୨୦ରେ ହାରିଲା ଭାରତ, ସିରିଜ ବରାବର

ଦ୍ବିତୀୟ ଟି୨୦ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ ଠାରୁ ୫ ଓ୍ବିକେଟରେ ହାରିଲା ଭାରତ । ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୧-୧ରେ ବରାବର । ଅଧିକ ପଢନ୍ତୁ

By

Published : Aug 2, 2022, 8:11 AM IST

IND vs WI: ୫ ଓ୍ବିକେଟରେ ହାରିଲା ଭାରତ, ବିଜୟୀ ଓ୍ବେଷ୍ଟଇଣ୍ଡିଜ
IND vs WI: ୫ ଓ୍ବିକେଟରେ ହାରିଲା ଭାରତ, ବିଜୟୀ ଓ୍ବେଷ୍ଟଇଣ୍ଡିଜ

ହାଇଦ୍ରାବାଦ:ଦ୍ବିତୀୟ ଟି୨୦ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ ଠାରୁ ୫ ଓ୍ବିକେଟରେ ହାରିଲା ଭାରତ । ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୧-୧ରେ ବରାବର ହୋଇଛି । ପ୍ରଥମ ମ୍ୟାଚରେ ଭାରତ ବିଜୟୀ ହୋଇଥିଲା । ସୋମବାର ଖେଳାଯାଇଥିବା ମ୍ୟାଚ୍‌ ୩ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା । ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ୱେଷ୍ଟଇଣ୍ଡିଜ । ନିର୍ଦ୍ଧାରିତଚ ୨୦ ଓଭରରେ ଭାରତ ସମସ୍ତ ୱିକେଟ ହରାଇ ୧୩୮ ରନ କରିବାକୁ ସକ୍ଷମ ହୋଇଥିଲା । ପରେ ୧୩୯ ରନର୍‌ ସହଜସାଧ୍ୟ ଲକ୍ଷ୍ୟକୁ ଘରୋଇ ଓ୍ବେଷ୍ଟଇଣ୍ଡିଜ ୧୯.୨ ଓଭରରେ ୫ ଓ୍ବିକେଟ ହରାଇ ହାସଲ କରିନେଇଥିଲା ।

କାରବିୟନ ବଟିମର ବିଜୟରେ ପ୍ରମୁଖ ଭୁମିକା ନିଭାଇଥିଲେ ବୋଲର । ଓବେଡ ମ୍ୟାକୟ ଘାତକ ବୋଲିଂ ସହ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ କରି ୬ଟି ଓ୍ବକେଟ ହାତେଇଥିଲେ । ଅନ୍ୟପଟେ ଜେସନ ହୋଲ୍ଡର ୨ଟି ହାସଲ କରିଥିଲେ । ସେହିପରି ଅକିଲ ହୁସେନ ଓ ଅଲଜାରି ଜୋସେଫ ମଧ୍ୟ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ । ବ୍ୟାଟିଂରେ ଓପନର ବ୍ରାଣ୍ଡନ କିଙ୍ଗ ୫୨ ଲରୁ ୬୮ ରନ କରି ଦଳର ବିଜୟ ସୁନିଶ୍ଚିତ କରିଥିଲେ । ତେବେ ବୋର୍ଡରେ ଅଳ୍ପ ରନ୍‌ ସତ୍ତ୍ବେ ଭାରତୀୟ ବୋଲର ମଧ୍ୟ ଲଢେଇ କରିଥିଲେ ଓ ମ୍ୟାଚ୍‌ ଶେଷ ଓଭର ପର୍ଯ୍ୟନ୍ତ ଯାଇଥିଲା । ଶେଷଓଭରରେ ଇଣ୍ଡିଜକୁ ବିଜୟ ପାଇଁ ୧୦ ରନ ଆବଶ୍ୟକ ଥିଲା । ଡେଭନ ଥୋମାସ ଫ୍ରି ହିଟରୁ ଛକା ଓ ଚଉକା ମାରି ଦଳକୁ ବିଜୟୀ କରିଥିଲେ ।

ପୂର୍ବରୁ ବ୍ୟାଟିଂରେ ଭାରତୀୟ ଟପ୍‌ଅର୍ଡର ଫେଲ୍‌ ମାରିଥିଲା । କ୍ୟାପଟେନ ରୋହିତ ଶର୍ମା ଖାତା ଖୋଲିବା ପୂର୍ବରୁ ଆଉଟ୍‌ ହେଇଥିଲେ । ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର ମଧ୍ୟ ଅଧିକ ସମୟ ତିଷ୍ଠି ପାରିନଥିଲେ । ସେହିପରି ଋଷଭ ପନ୍ତ ୨୪, ହାର୍ଦ୍ଧିକ ପାଣ୍ଡ୍ୟା ୩୧ ଓ ରବିନ୍ଦ୍ର ଜାଡେଜା ୨୭ ରନ୍‌ର ଲଢୁଆ ଇଂନିସ ଖେଳିଥିଲେ । ଦଳ ପକ୍ଷରୁ ଆଭେଶ ଖାନ, ହାର୍ଦ୍ଦିକ ପାଣ୍ଡ୍ୟା, ଅଶ୍ବିନ, ଜାଡେଜା ଓ ଅର୍ଶଦୀପ ସିଂହ ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ ।

ଓ୍ବେଷ୍ଟଇଣ୍ଡିଜର ସେଣ୍ଟ କିଟସର ଓ୍ବର୍ଣ୍ଣର ପାର୍କରେ ରାତି ୮ଟାରେ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚ୍‌ ପ୍ରାୟ ୩ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା । ଖେଳ ଉପକରଣ ଏବଂ ଅନ୍ୟାନ୍ୟ ସାମଗ୍ରୀ ନିର୍ଦ୍ଧାରିତ ସମୟ ମଧ୍ୟରେ ପହଞ୍ଚିନଥିବାରୁ ବିଳମ୍ବ ହୋଇଥିଲା ମ୍ୟାଚ୍‌ ।

ABOUT THE AUTHOR

...view details