ହାଇଦ୍ରାବାଦ: ଭାରତ ବିପକ୍ଷ ଦ୍ବିତୀୟ ଦିନିକିଆମ୍ୟାଚରେ ଶତକ ହାସଲ କରିଛନ୍ତି ଶାହି ହୋପ । ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି 50 ଓଭରରେ 6ଟି ୱିକେଟ ହରାଇ 311 ରନ କରିଛି । ତେବେ ଭାରତ 312 ରନର ଟାର୍ଗେଟ ନେଇ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇବ । ଦ୍ବିତୀୟ ଦିନିକିଆରେ ଓପନର ଶାହି ହୋପଙ୍କ ଶତକ ହାସଲ । ସେ 135 ବଲରୁ 8 ଟି ଚୌକା ଏବଂ 3 ଟି ଛକା ମାରି 115 ରନ କରି ଆଉଟ ହୋଇଛନ୍ତି ।
IND VS WI: ଭାରତ ଆଗରେ 312 ରନର ଟାର୍ଗେଟ୍ - ଶିଖର ଧାୱନ
ୱେଷ୍ଟ ଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି 50 ଓଭରରେ 6ଟି ୱିକେଟ ହରାଇ 311 ରନ କରିଛି । ତେବେ ଭାରତ 312 ରନର ଟାର୍ଗେଟ ନେଇ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇବ । ଅଧିକ ପଢନ୍ତୁ
ସେହିପରି ଅଧିନାୟକ ନିକୋଲସ ପୁରନ ଅର୍ଦ୍ଧଶତକ ହାସଲ କରିଛନ୍ତି । 77 ବଲରୁ ଗୋଟିଏ ଚୌକା 6 ଟି ଛକା ମାରି 74 ରନ କରି ଶାର୍ଦ୍ଦୁଲ ଠାକୁରଙ୍କ ବଲରେ ବୋଲ୍ଡ ହୋଇଛନ୍ତି । ବ୍ରାଣ୍ଡନ କିଙ୍ଗ ଖାତା ଖୋଲିବାରେ ଅସଫଳ ହୋଇ ଶୂନରେ ଆଉଟ ହୋଇଛନ୍ତି । ସେହିପରି କୈଲ ମାୟରସ 39 ରନ, ଶାମରା ବ୍ରୁକ୍ସ 35 ରନ, ରୋଭମାନ ପାୱେଲ 13 ରନ କରିଛନ୍ତି । ସେପଟେ ଆଜି ଅନ୍ତର୍ଜାତୀୟ ଦିନିକିଆରେ ଡେବ୍ୟୁ କରିଛନ୍ତି ଫାଷ୍ଟ ବୋଲର ଆଭେଷ ଖାନ । ଭାରତୀୟ ଦଳ ତରଫରୁ ଶାର୍ଦ୍ଦୁଲ ଠାକୁର ସର୍ବାଧିକ 3ଟି ୱିକେଟ ନେଇଥିବା ବେଳେ ଦୀପକ ହୁଡା, ଅକ୍ଷର ପଟେଲ, ୟୁଜିବେନ୍ଦ୍ର ଚହଲ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି ।