ହାଇଦ୍ରାବାଦ: ଭାରତ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଆଜି (ଶୁକ୍ରବାର) ପ୍ରଥମ ଦିନିକିଆ ଆରମ୍ଭ ହୋଇଛି । ଏଥିରେ ଭାରତ 50 ଓଭରେର 7 ୱିକେଟ ହରାଇ 308 ରନ କରିଛି । ୱେଷ୍ଟ ଇଣ୍ଡିଜକୁ 309 ରନର ଟାର୍ଗେଟ ଦେଇଛି ଭାରତ । ସେପଟେ ଶତକରୁ ବର୍ତ୍ତିଛନ୍ତି ଶିଖର ଧାୱନ । 97 ରନ କରି, ଶାମରାହ ବ୍ରୁକ୍ସଙ୍କ ଦ୍ବାରା କ୍ୟାଚ ଆଉଟ ହୋଇଛନ୍ତି । 309ରନ ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇବ ୱେଷ୍ଟ ଇଣ୍ଡିଜ ।
India-West Indies ODI: ଇଣ୍ଡିଜକୁ 309 ରନର ଟାର୍ଗେଟ, ଶତକରୁ ବର୍ତ୍ତିଲେ ଧାୱନ - ଶିଖର ଧାୱନ
ୱେଷ୍ଟ ଇଣ୍ଡିଜକୁ 309 ରନର ଟାର୍ଗେଟ ଦେଇଛି ଭାରତ । ଭାରତ 50 ଓଭରେର 7 ୱିକେଟ ହରାଇ 308 ରନ କରିଛି । ଅଧିକ ପଢନ୍ତୁ
ସେପଟେ ଶତକରୁ ବର୍ତ୍ତିଛନ୍ତି ଶିଖର ଧାୱନ । 97 ରନ କରି ସେ ଶାମରାହ ବ୍ରୁକ୍ସଙ୍କ ଦ୍ବାରା କ୍ୟାଚ ଆଉଟ ହୋଇଛନ୍ତି । 99 ବଲରୁ 3 ଟି ଚୌକା ସହିତ 10 ଟି ଚୌକା ମାରି 97 ରନ ସଂଗ୍ରହ କରିଛନ୍ତି । ସେହିପରି ଓପନିଂ ପାଇଁ ଆସିଥିବା ଶୁବମନ୍ ଗିଲ 64 ରନ କରି ଆଉଟ ହୋଇଛନ୍ତି ସେହିପରି ଶ୍ରେୟାସ ଆୟାର 57 ବଲରୁ 5 ଟି ଚୌକା ଏବଂ 2 ଟି ଛକା ମାରି 54 ରନ କରି ଆଉଟ ହୋଇଛନ୍ତି । ସୂର୍ଯ୍ୟକୁମାର ଯାଦବ 13, ସଞ୍ଜୁ ସାମସନ 12, ଅକ୍ଷର ପଟେଲ 21 ଦୀପକ ହୁଡ୍ଡା 27 ରନ କରି ଆଉଟ ହୋଇଛନ୍ତି । ଶାର୍ଦ୍ଦୁଲ ଠାକୁର ଓ ମହମ୍ମଦ ସିରାଜ ଅପରାଜିତ ରହିଛନ୍ତି ।
ସେପଟେ ୱେଷ୍ଟ ଇଣ୍ଡିଜ ପକ୍ଷରୁ ଗୁଡାକେଶ ମୋଟି 2 ଟି ୱିକେଟ ହାତେଇଥିବା ବେଳେ ଏକେଲ ହୋସେନ ଗୋଟିଏ ଏବଂ ଅଲଜାରି ଜୋଶେଫ 2 ୱିକେଟ ନେଇଛନ୍ତି ।