ଓଡିଶା

odisha

ETV Bharat / sports

ପରଫେକ୍ଟ ଟେନ୍‌ ନେଲେ Ajaz, ଅଭିନନ୍ଦନ ଜଣାଇଲେ Kumble

ବିଶ୍ବ କ୍ରିକେଟର ତୃତୀୟ ବୋଲର ଭାବେ ଗୋଟିଏ ଟେଷ୍ଟ ଇଂନିସରେ ୧୦ ୱିକେଟ ହାସଲ ସହ ଇତିହାସ ରଚିଥିବା କିୱି ସ୍ପିନର ଏଜାଜ ପଟେଲଙ୍କୁ ପୂର୍ବତନ ଭାରତୀୟ ସ୍ପିନର ଅନିଲ କୁମ୍ବଲେଙ୍କ (Anil Kumble) ଅଭିନନ୍ଦନ । ଅଧିକ ପଢନ୍ତୁ

'Welcome to the club': Anil Kumble as Ajaz scalps all ten wickets in single Test innings
ଗୋଟିଏ ଇଂନିସରେ ୧୦ ଟେଷ୍ଟ ୱିକେଟ କ୍ଳବକୁ ଏଜାଜଙ୍କୁ ସ୍ବାଗତ କଲେ କୁମ୍ବଲେ

By

Published : Dec 4, 2021, 8:36 PM IST

ମୁମ୍ବାଇ:ବିଶ୍ବ କ୍ରିକେଟର ତୃତୀୟ ବୋଲର ଭାବେ ଗୋଟିଏ ଟେଷ୍ଟ ଇଂନିସରେ ୧୦ ୱିକେଟ ହାସଲ ସହ ଇତିହାସ ରଚିଥିବା କିୱି ସ୍ପିନର ଏଜାଜ ପଟେଲଙ୍କୁ ପୂର୍ବତନ ଭାରତୀୟ ସ୍ପିନର ଅନିଲ କୁମ୍ବଲେ ଅଭିନନ୍ଦନ ଜଣାଇଛନ୍ତି ।

ଏଜାଜଙ୍କ ଉଦ୍ଦେଶ୍ୟରେ କୁମ୍ବଲେ ଟ୍ବିଟ୍‌ରେ ଲେଖିଛନ୍ତି, 'ୱେଲକମ୍‌ ଟୁ କ୍ଳବ୍‌' ପରଫେକ୍ଟ ଟେନ୍‌ ପାଇଁ ଅଭିନନ୍ଦନ । ଶନିବାର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଟେଷ୍ଟର ଦ୍ବିତୀୟ ଦିନରେ ଏକାକୀ ଭାରତୀୟ ଟିମର ସମସ୍ତ ଖେଳାଳିଙ୍କୁ ଆଉଟ୍‌ କରି ବିରଳ କିର୍ତ୍ତୀମାନ ନିଜ ନାମରେ କରିଛନ୍ତି ମୁମ୍ବାଇ ଜନ୍ମିତ ଏଜାଜ ।

ପୂର୍ବତନ ଭାରତୀୟ କୋଚ୍‌ ରବି ଶାସ୍ତ୍ରୀ ମଧ୍ୟ ନ୍ୟୁଜିଲାଣ୍ଡ ସ୍ପିନର ଏଜାଜ ପଟେଲଙ୍କ ଐତିହାସିକ ପ୍ରଦର୍ଶନ ପାଇଁ ପ୍ରଶଂସା କରିଛନ୍ତି । ଶାସ୍ତ୍ରୀ ଟ୍ବିଟରେ ଲେଖିଛନ୍ତି, "ସଂପୂର୍ଣ୍ଣ ଟିମକୁ ଏକାକୀ ଆଉଟ୍‌ କରିବା ଅବିଶ୍ବସନୀୟ ମାତ୍ର ବାସ୍ତବ ହୋଇଛି । ଏହି ପ୍ରଦର୍ଶନ ପାଇଁ ଶୁଭେଚ୍ଛା ।"

ଗୋଟିଏ ଟେଷ୍ଟ ମ୍ୟାଚ୍‌ର ଗୋଟିଏ ଇଂନିସରେ ସମସ୍ତ ୧୦ ୱିକେଟ ହାସଲ କରିବାରେ ଟେଷ୍ଟ କ୍ରିକେଟ ଇତିହାସରେ ତୃତୀୟ ବୋଲର ହୋଇଛନ୍ତି ଏଜାଜ ପଟେଲ । ଏଥିସହ ସେ ଇଂଲଣ୍ଡର ମହାନ କ୍ରିକେଟର ଜିମ ଲେକର ଓ ଭାରତୀୟ କିମ୍ବଦନ୍ତୀ ଅନିଲ କୁମ୍ବଲେଙ୍କ ରେକର୍ଡର ସମକକ୍ଷ ମଧ୍ୟ ହୋଇଛନ୍ତି । ପୂର୍ବରୁ ଏହି ଦୁଇ ଖେଳାଳିଙ୍କ ନାମରେ ଗୋଟିଏ ଇଂନିସରେ ସମସ୍ତ ୧୦ ୱିକେଟ ହାସଲ କରିବାର ବିରଳ ରେକର୍ଡ ରହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details