ମେଲବର୍ଣ୍ଣ: ମ୍ୟାଚ୍ ପୂର୍ବରୁ କିଙ୍ଗ କୋହଲିଙ୍କର ଭୂୟସୀ ପ୍ରଶଂସା କଲେ ଜିମ୍ବାୱେ ଅଧିନାୟକ କ୍ରେଗ୍ ଏରଭିନ୍ । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ବିରାଟ କୋହଲିଙ୍କ ପାଇଁ କୌଣସି ରଣନୀତି ପ୍ରସ୍ତୁତ କରାଯାଇନାହିଁ । ହେଲେ ବିରାଟଙ୍କ ଭଳି ଜଣେ ପ୍ରଭାବଶାଳୀ ବ୍ୟାଟରଙ୍କ ବିପକ୍ଷରେ ଆମ ଫାଷ୍ଟ ବୋଲର ବୋଲିଂ କରିବା ପାଇଁ ବହୁତ ଉତ୍ସାହିତ ରହିଛନ୍ତି । ତାଙ୍କୁ ସଅଳ ପାଭଲିୟନ ପଠାଇବା ପାଇଁ ଆମ ପାଖରେ କୌଣସି ଯୋଜନା ନାହିଁ କହିଛନ୍ତି ଜିମ୍ବାୱେ ଅଧିନାୟକ । ଆସନ୍ତାକାଲି ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଜିମ୍ବାୱେକୁ ଭେଟିବ ଭାରତ । ମ୍ୟାଚ ପୂର୍ବରୁ ଆତ୍ମସମର୍ପଣ କରିଛି ଜିମ୍ବାୱେ । ଭାରତକୁ ଏକ ଶକ୍ତିଶାଳୀ ଦଳ ଭାବରେ ବିବେଚନା କରିଛି ଜିମ୍ବାୱେ । ଟି୨୦ ବିଶ୍ବକପରେ ଭାରତ ଭଳି ଶକ୍ତିଶାଳୀ ଦଳ ବିପକ୍ଷରେ ମୈଦାନକୁ ଓହ୍ଲାଇବାକୁ ସେମାନେ ଉତ୍ସାହିତ ଥିବା କହିଛନ୍ତି । କିଙ୍ଗ୍ କୋହଲି ଏବେ ଦମଦାର ଫର୍ମରେ ରହିଛନ୍ତି । ତାଙ୍କ ଇନିଂସ ବଳରେ ଦଳ ବିଜୟ ମୁକୁଟ ପିନ୍ଧିବାରେ ସଫଳ ହେଉଛି । ସେମିରେ ପ୍ରବେଶ ଲକ୍ଷ୍ୟରେ ବିରାଟ କୋହଲିଙ୍କ ବ୍ୟାଟ୍ ଦୁର୍ବଳ ଜିମ୍ବାୱେ ବିପକ୍ଷରେ ପୁଣି ଥରେ ଗର୍ଜିବ ବୋଲି କ୍ରିକେଟ ପ୍ରଶଂସକ ଆଶା ରଖିଛନ୍ତି ।
ବିରାଟଙ୍କୁ ରୋକିବାକୁ ଦଳ ପାଖରେ କୌଣସି ରଣନୀତି ନାହିଁ କହିଲେ ଜିମ୍ବାୱେ କ୍ୟାପଟେନ୍
ବିରାଟ କୋହଲିଙ୍କ ପାଇଁ କୌଣସି ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇନାହିଁ ବୋଲି କହିଛନ୍ତି ଜିମ୍ବାୱେ ଅଧିନାୟକ କ୍ରେଗ୍ ଏରଭିନ୍ । ଅଧିକ ପଢନ୍ତୁ
ସେପଟେ ବିପକ୍ଷ ଦଳ ମ୍ୟାଚ ଜିତିବାକୁ ହେଲେ ବିରାଟ କୋହଲିଙ୍କୁ ସଅଳ ପାଭଲିୟନ ପଠାଇବା ପାଇଁ ରଣନୀତି ପ୍ରସ୍ତୁତ କରିଥାନ୍ତି । ତେବେ ଏବାବରେ ସମ୍ବାଦିକ ସମ୍ମିଳନୀରେ ଜିମ୍ବାୱେ ଅଧିନାୟକ କ୍ରେଗ୍ ଏରଭିନଙ୍କୁ ପ୍ରଶ୍ନ କରାଯାଇଥିଲା । ଏନେଇ ଜିମ୍ବାୱେ ଅଧିନାୟକ କହିଛନ୍ତି, "ବିରାଟଙ୍କ ଭଳି ଷ୍ଟାର ବ୍ୟାଟରଙ୍କ ପାଇଁ ଦଳ କୌଣସି ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିନାହିଁ । ବିରାଟ କୋହଲି ବିଶ୍ବର ଜଣେ ପ୍ରଭାବଶାଳୀ ବ୍ୟାଟର । ତାଙ୍କ ବିପକ୍ଷରେ ବୋଲିଂ କରିବା ପାଇଁ ଆମର ବୋଲିଂ ବିଭାଗ ବହୁତ ଉତ୍ସାହିତ ରହିଛି । ସେ ଯେ ପର୍ଯ୍ୟନ୍ତ ବ୍ୟାଟିଂ କରି ଚାଲୁଥିବେ । ଆମେ ସେପର୍ଯ୍ୟନ୍ତ ତାଙ୍କ ବିପକ୍ଷରେ ବୋଲିଂ କରିଚାଲିଥିବୁ । ଆମେ ମ୍ୟାଚ ଜିତିବୁ କି ନାହିଁ ତାହା ଆମେ ଜାଣିନାହୁଁ । ହେଲେ ଟି୨୦ ବିଶ୍ବକପରେ ଭାରତର ଶକ୍ତିଶାଳୀ ବ୍ୟାଟିଂ ବିଭାଗ ବିପକ୍ଷରେ ବୋଲିଂ କରିବାକୁ ଆମେ ଖୁବ୍ ଆଗ୍ରହୀ ।"
ସୁପର ୧୨ ପର୍ଯ୍ୟାୟରେ ଗ୍ରୁପ ୨ ରେ ଥିବା ସମସ୍ତ ଦଳ ଚାରୋଟି ମ୍ୟାଚ ଖେଳିସାରିଛନ୍ତି । ହେଲେ ସବୁଠୁ ବଡ କଥା ହେଲା ଗ୍ରୁପ ୨ ରୁ କେଉଁ ଦୁଇଟି ଦଳ ସେମି ଫାଇନାଲ ଟିକଟ୍ କିଏ ହାତେଇବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ଭାରତ ଏଯାବତ୍ ୬ ପଏଣ୍ଟ ହାସଲ କରି ଶୀର୍ଷରେ ରହିଛି । ସୁପର ୧୨ ପର୍ଯ୍ୟାୟରେ ଭାରତ ଆଉ ଗୋଟିଏ ମ୍ୟାଚ ଖେଳିବ । ଏହା ପରେ ଭାରତ ସେମିଫାଇନାଲ ପାଇଁ ଯୋଗ୍ୟତା ହାସଲ କରିବା ନେଇ ଚିତ୍ର ସ୍ପଷ୍ଟ ହେବ ।