ହାଇଦ୍ରାବାଦ :ଅକ୍ଟୋବରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ବ କପ ପାଇଁ ୧୫ ଜଣିଆ ଟି-୨୦ ସ୍କ୍ବାଡ ଘୋଷଣା କରିଛି ବିସିସିଆଇ । ରୋହିତ ଶର୍ମାଙ୍କ ନେତୃତ୍ବରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ବକପ ଖେଳିବ । ତେବେ ଟି-୨୦ ବିଶ୍ବକପ ବ୍ୟାଟିଂ କ୍ଷେତ୍ରକୁ କ୍ରିକେଟ ବିଶେଷଜ୍ଞ ଆଲୋଚନା ଆଉ ପର୍ଯ୍ୟାଲୋଚନା ଚାଲିଥିବା ବେଳେ ପୂର୍ବତନ କ୍ରିକେଟର ୱାସିମ ଜାଫର ଭାରତୀୟ ବ୍ୟାଟିଂ ସ୍ଥିତିକୁ ନେଇ ନିଜର ମତବ୍ୟକ୍ତ କରିଛନ୍ତି ।
ପୂର୍ବତନ କ୍ରିକେଟର ୱାସିମ ଜାଫର କହିଛନ୍ତି ଯୁବ ବ୍ୟାଟର ଋଷଭ ପନ୍ତ ଚାରି ନମ୍ବର କିମ୍ବା ପାଞ୍ଚ ନମ୍ବର ବ୍ୟାଟିଂ ଅର୍ଡରେ ନ ଆସି ସେ ଟିମ ଇଣ୍ଡିଆ ତରଫରୁ ଓପନିଂ କରିବା ଦରକାର । ଏହା କହିବା ସହିତ ସେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଉଦାହରଣ ଦେଇ କହିଛନ୍ତି ୨୦୧୩ ମସିହାରୁ ରୋହିତ ଶର୍ମାଙ୍କୁ ମ୍ୟାଚରେ ଓପନିଂ କରିବା ପାଇଁ ସୁଯୋଗ ଦେଇ ରୋହିତ ଶର୍ମାଙ୍କ ଭାଗ୍ୟ ବଦଳାଇ ଦେଇଥିଲେ । ଋଷଭ ପନ୍ତ ମିଡିଲ ଅର୍ଡରରେ ସଂଘର୍ଷ କରୁଛନ୍ତି । ତାଙ୍କର ବ୍ୟାଟିଂ କରିବାରେ କୌଶଳକୁ ଟି-୨୦ ମ୍ୟାଚ ପାଇଁ ଉପଯୁକ୍ତ । ତେଣୁ ମ୍ୟାଚରେ ଓପନିଂ କରିବା ତାଙ୍କ ପାଇଁ ଉପଯୁକ୍ତ ହେବ ବୋଲି କହିଛନ୍ତି ୱାସିମ ଜାଫର କହିଛନ୍ତି । ସେହିପରି ଓପନର କେଏଲ ରାହୁଲଙ୍କ ପ୍ରଦର୍ଶନକୁ ନେଇ ୱାସିମ ଜାଫର କହିଛନ୍ତି ତାଙ୍କର ବିଶ୍ବକପରେ ତାଙ୍କର ଓପନିଂ ଫର୍ମ ଉପରେ ଏତେଟା ଭରଷା ଆସୁ ନାହିଁ । ସେ ଆହତ ସମସ୍ୟା ଦେଇ ଗତି କରିବା ପରେ ଟି-୨୦ ଫର୍ମାଟରେ ବଡ ଇନିଂସ ଖେଳିବାରେ ବିଫଳ ରହିଛନ୍ତି ।