ଓଡିଶା

odisha

ETV Bharat / sports

COVID-19: ଭାରତୀୟ କ୍ରିକେଟର ୱାସିଂଟନ ସୁନ୍ଦରଙ୍କୁ କୋରୋନା - ୱାସିଂଟନ ସୁନ୍ଦରଙ୍କୁ କୋରୋନା

ଭାରତୀୟ ସ୍ପିନର ୱାସିଂଟନ ସୁନ୍ଦର COVID-19 ପଜିଟିଭ ଚିହ୍ନଟ । ଦକ୍ଷିଣ ଆଫ୍ରିକା ବିପକ୍ଷ ଆଗାମୀ ଏକଦିବସୀୟ ସିରିଜ ପାଇଁ ତାଙ୍କର ଉପଲବ୍ଧତା ନେଇ ଆଶଙ୍କା ଦେଖାଦେଇଛି । ଅଧିକ ପଢନ୍ତୁ

COVID-19: ଭାରତୀୟ କ୍ରିକେଟର ୱାସିଂଟନ ସୁନ୍ଦରଙ୍କୁ କୋରୋନା
ଭାରତୀୟ କ୍ରିକେଟର ୱାସିଂଟନ ସୁନ୍ଦରଙ୍କୁ କୋରୋନା

By

Published : Jan 11, 2022, 5:46 PM IST

Updated : Jan 11, 2022, 7:32 PM IST

ନୂଆଦିଲ୍ଲୀ: ଭାରତୀୟ ସ୍ପିନର ୱାସିଂଟନ ସୁନ୍ଦର COVID-19 ପଜିଟିଭ ଚିହ୍ନଟ ହୋଇଛି । ଏହାପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଆଗାମୀ ଏକଦିବସୀୟ ସିରିଜ ପାଇଁ ତାଙ୍କର ଉପଲବ୍ଧତା ନେଇ ଆଶଙ୍କା ଦେଖାଦେଇଛି । ଖବର ସରବରାହ ସଂସ୍ଥା ANI ସୁନ୍ଦରଙ୍କ COVID-୧୯ ସଂକ୍ରମିତ ଚିହ୍ନଟ ହୋଇଥିବା ସ୍ପଷ୍ଟ କରିଛି । ମାତ୍ର ଦକ୍ଷିଣ ଆଫ୍ରିକା ବିପକ୍ଷ ଆଗାମୀ ଏକଦିବସୀୟ ସିରିଜରେ ଖେଳିବା ନେଇ କୌଣସି ସୂଚନା ମିଳିନାହିଁ ।

ସୂଚନା ଅନୁଯାୟୀ, ସୁନ୍ଦର କୋଭିଡରେ ଆକ୍ରାନ୍ତ ହୋଇଛନ୍ତି ଓ ସୁସ୍ଥ ହେଉଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସ୍କ୍ବାଡ୍‌ରେ ତାଙ୍କର ନାମ ରହିଛି । ସୁନ୍ଦରଙ୍କୁ ଅନ୍ତର୍ଜାତୀୟ କ୍ରିକେଟ ଖେଳିବା ପ୍ରାୟ ଗୋଟିଏ ବର୍ଷ ହୋଇସାରିଲାଣି । ସେ ଶେଷଥର ମାର୍ଚ୍ଚ ୨୦୨୧ରେ ଭାରତ ପାଇଁ ଖେଳିଥିଲେ ।

ନିକଟରେ ଖେଳାଯାଇଥିବା ବିଜୟ ହଜାରେ ଟ୍ରଫିରେ ସେ ତାମିଲନାଡୁ ଟିମର ସଦସ୍ୟ ରହିବାସହ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିଥିଲେ । ଏହି କାରଣରୁ ତାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ପାଇଁ ସ୍କ୍ବାଡ୍‌ରେ ସାମିଲ କରାଯାଇଛି ।

ଠିକ୍‌ ସମୟରେ ସୁନ୍ଦର ସୁସ୍ଥ ନ ହୋଇପାରିଲେ, ଚୟନକର୍ତ୍ତା ବଦଳ ଖେଳାଳିଭାବେ କାହାକୁ ଚୟନ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିବ । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜାନୁଆରୀ ୧୯ରୁ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ ।

ANI

Last Updated : Jan 11, 2022, 7:32 PM IST

ABOUT THE AUTHOR

...view details