ଓଡିଶା

odisha

ETV Bharat / sports

ଭାରତରେ କୋରୋନା ସ୍ଥିତି ନେଇ ୱାର୍ଣ୍ଣଙ୍କ ଚିନ୍ତା, ସୁରକ୍ଷିତ ରହିବାକୁ ପରାମର୍ଶ - ଭାରତ ପାଇଁ ୱାର୍ଣ୍ଣରଙ୍କ ଚିନ୍ତା

ଭାରତ ପାଇଁ ଚିନ୍ତାବ୍ୟକ୍ତ କରିଛନ୍ତି ଅଷ୍ଟ୍ରେଲିଆର କିମ୍ବଦନ୍ତୀ ସ୍ପିନର ସେନ ୱାର୍ଣ୍ଣ । ନିଜ ଭାରତୀୟ ବନ୍ଧୁଙ୍କ ପାଇଁ ଚିନ୍ତିତ ହେବା ସହ ସଭିଁଙ୍କୁ ଏହି ସଙ୍କଟରେ ସମୟରେ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଛନ୍ତି । ଅଧିକ ପଢ଼ନ୍ତୁ...

ଭାରତରେ କୋରୋନା ସ୍ଥିତି ନେଇ ୱାର୍ଣ୍ଣଙ୍କ ଚିନ୍ତା, ସୁରକ୍ଷିତ ରହିବାକୁ ପରାମର୍ଶ
ଭାରତରେ କୋରୋନା ସ୍ଥିତି ନେଇ ୱାର୍ଣ୍ଣଙ୍କ ଚିନ୍ତା, ସୁରକ୍ଷିତ ରହିବାକୁ ପରାମର୍ଶ

By

Published : May 6, 2021, 5:51 PM IST

ନୂଆଦିଲ୍ଲୀ: ଭାରତରେ ହୁହୁ ହୋଇ କୋରୋନା ସଂକ୍ରମଣ ବୃଦ୍ଧି ପାଉଛି । ଦୈନିକ 4 ଲକ୍ଷରୁ ଅଧିକ କୋରୋନା ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ହଜାର ହଜାର ସଂଖ୍ୟାରେ ଏହି ମହାମାରୀରେ ମୃତ୍ୟୁମୁଖରେ ପଡ଼ିଛନ୍ତି । ଏଭଳି ସ୍ଥିତିରେ ଭାରତ ପାଇଁ ଚିନ୍ତାବ୍ୟକ୍ତ କରିଛନ୍ତି ଅଷ୍ଟ୍ରେଲିଆର କିମ୍ବଦନ୍ତୀ ସ୍ପିନର ସେନ ୱାର୍ଣ୍ଣ । ନିଜ ଭାରତୀୟ ବନ୍ଧୁଙ୍କ ପାଇଁ ଚିନ୍ତିତ ହେବା ସହ ସଭିଁଙ୍କୁ ଏହି ସଙ୍କଟରେ ସମୟରେ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଛନ୍ତି ।

ଭାରତରେ କୋଭିଡ 19 ଭାଇରସ ସଂକ୍ରମଣକୁ ନେଇ ସେ ୱାର୍ଣ୍ଣ କହିଛନ୍ତି ଯେ, "ଏହି ସଙ୍କଟ ସମୟରେ ମୁଁ ମୋର ଭାରତୀୟ ବନ୍ଧୁମାନଙ୍କ ବିଷୟରେ ଚିନ୍ତା କରୁଛି । ଦୟାକରି ସଭିଏଁ ସୁରକ୍ଷିତ ରହିବା ସହ ନିଜ ଉପରେ ଓ ନିଜ ପରିବାର ଉପରେ ଧ୍ୟାନ ଦିଅନ୍ତୁ । ଯାହାବି ଏହି ସୁନ୍ଦର ଦେଶ ସହ ହେଉଛି ଅତି ଦୁଃଖଦାୟକ । ସଙ୍କଟସ୍ଥିତିରେ ଏଠାରୁ ଅଜସ୍ର ଭଲ ପାଇବା ଓ ସମର୍ଥନ ଦେଉଛି ।"

ପୂର୍ବରୁ ମଧ୍ୟ ସେନ ୱାର୍ଣ୍ଣ ଭାରତ ପ୍ରତି ଥିବା ତାଙ୍କ ଭଲ ପାଇବାକୁ ଜାହିର କରିଛନ୍ତି । ବର୍ତ୍ତମାନ ଦେଶରେ କୋରୋନା ମହାମାରୀ କରାଳ ରୂପ ଧାରଣ କରିଥିବାରୁ ସଭିଏଁ ଚିନ୍ତିତ । କୋରୋନାର କଳା ବାଦଲରୁ ଆଇପିଏଲ 2021 ଟୁର୍ଣ୍ଣାମେଣ୍ଟ ମଧ୍ୟ ବର୍ତ୍ତି ପାରିଲା ନାହିଁ । ସୁରକ୍ଷିତ ବାୟୋବବଲକୁ ଭେଦ କରି ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କୁ ସଂକ୍ରମିତ କରିଛି କୋଭିଡ 19 ଭାଇରସ । ଯାହାଫଳରେ ଟୁର୍ଣ୍ଣାମେଣ୍ଟକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅଧାରୁ ସ୍ଥଗିତ କରିବାକୁ ପଡ଼ିଛି ।

ଆଇପିଏଲ ସ୍ଥଗିତ ହେବାପରେ ସମସ୍ତ ବିଦେଶୀ ଖେଳାଳି ଘରକୁ ଫେରିବା ଆରମ୍ଭ କରିଛନ୍ତି । ଇଂଲଣ୍ଡ କ୍ରିକେର ଘରକୁ ଫେରି ସାରିଥିବା ବେଳେ ଅଷ୍ଟ୍ରେଲିଆ ଖେଳାଳି ମାଳଦୀପ ଦେଇ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ । ଏଥିପାଇଁ ଭାରତରୁ ମାଳଦୀପରେ ପହଞ୍ଚିଛନ୍ତି କଙ୍ଗାରୁ ଖେଳାଳି । ସେପଟେ ମେ ମାସ 11 ତାରିଖରେ ସ୍ବଦେଶ ଫେରିବେ ନ୍ୟୁଜିଲାଣ୍ଡ ଖେଳାଳି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details