ଓଡିଶା

odisha

ETV Bharat / sports

ଅଭ୍ୟାସ ମ୍ୟାଚ: ପ୍ରଥମ ଦିନ ଷ୍ଟମ୍ପ୍‌ସ, ଭାରତ ୩୦୬/9 - ରୋହିତ ଶର୍ମା

କାଉଣ୍ଟି ଏକାଦଶ ବିପକ୍ଷରେ ଭାରତୀୟ ଟେଷ୍ଟ ଟିମ ଅଭ୍ୟାସ ମ୍ୟାଚ ଖେଳୁଛି । ପ୍ରଥମ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ଭାରତ ୯ ୱିକେଟ ହରାଇ ୩୦୬ ରନ ସଂଗ୍ରହ କରିଛି । ଅଧିକ ପଢନ୍ତୁ...

Warm-up: Indians move to 80/3 at lunch
ଅଭ୍ୟାସ ମ୍ୟାଚ: ଲଞ୍ଚ୍‌ ସୁଦ୍ଧା ଭାରତ ୮୦/3

By

Published : Jul 20, 2021, 9:14 PM IST

Updated : Jul 20, 2021, 10:47 PM IST

ଦୂରହମ: କାଉଣ୍ଟି ଏକାଦଶ ବିପକ୍ଷରେ ଭାରତୀୟ ଟେଷ୍ଟ ଟିମ ଅଭ୍ୟାସ ମ୍ୟାଚ ଖେଳୁଛି । ପ୍ରଥମ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ଭାରତ ୯ ୱିକେଟ ହରାଇ ୩୦୬ ରନ ସଂଗ୍ରହ କରିଛି । ପୂର୍ବରୁ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ରୋହିତ ଶର୍ମା ।

ଦୁଇ ଭାରତୀୟ ଓପନର ରୋହିତ ଶର୍ମା ଓ ମୟଙ୍କ ଅଗ୍ରୱାଲ ଦଳୀୟ ସ୍କୋର ୫୦ ମଧ୍ୟରେ ପାଭିଲିୟନ ଫେରିଛନ୍ତି । ରୋହିତ ୯ ଓ ଅଗ୍ରୱାଲ ୩୫ ବଲ୍‌ରୁ ୨୮ ରନ୍‌ କରି ଆଉଟ ହୋଇଛନ୍ତି ।

ପରେ ଚେତେଶ୍ବର ପୂଜାରା ମଧ୍ୟ ୨୧ ରନ୍‌ରେ ବ୍ୟାଟିଂ କରୁଥିବା ସମୟରେ ଆଉଟ ହୋଇଥିଲେ ।

ବିରାଟ କୋହଲିଙ୍କ ଅନୁପସ୍ଥିତି ଅନୁଭବ କରିଥିଲା ଭାରତ । ଅଭ୍ୟାସ ମ୍ୟାଚରେ କୋହଲି ବିଶ୍ରାମ ନେବାପରେ ରୋହିତ ଶର୍ମାଙ୍କୁ ନେତୃତ୍ବ ଦାୟିତ୍ବ ମିଳିଛି । ତେବେ ନିୟମିତ ୱିକେଟ କିପର ଋଷଭ ପନ୍ତ ଓ ରିଦ୍ଧିମାନ ସାହାଙ୍କ ଅନୁପସ୍ଥିତିରେ କେଏଲ ରାହୁଲଙ୍କୁ ସୁଯୋଗ ମିଳିଛି । ପନ୍ତ ଓ ଟ୍ରେନିଂ ଆସିଷ୍ଟାଣ୍ଟ ଦୟାନନ୍ଦ ଗରନି COVID-19 ପଜିଟିଭ ଚିହ୍ନଟ ହେବାପରେ ଆଇସୋଲେସନରେ ରହିଛନ୍ତି ।

କେଏଲ ରାହୁଲ ସର୍ବାଧିକ ୧୦୧ ରନର ଦମଦାର ଶତକୀୟ ଇଂନିସ ଖେଳିଛନ୍ତି । ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ମଧ୍ୟ ବ୍ୟାଟ୍‌ରେ କମାଲ କରିଛନ୍ତି । ୧୪୬ ବଲ୍‌ରୁ ୫ ଚୌକା ଓ ଗୋଟିଏ ଛକା ସହାୟତାରେ ୭୫ ରନର ଇଂନିସ ଖେଳିଛନ୍ତି ।

କାଉଣ୍ଟି ଟିମ ପକ୍ଷରୁ କ୍ରେଗ ମିଲସ ସର୍ବାଧିକ ୩ଟି ୱିକେଟ ସହ ସଫଳତମ ବୋଲର ରହିଛନ୍ତି । ଲେଣ୍ଡନ ଜେମ୍ସ ଓ ଲିଆମ ପାଟରସନ-ହ୍ବାଇଟ ୨ଟି ଲେଖାଏଁ ୱିକେଟ ହାସଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 20, 2021, 10:47 PM IST

ABOUT THE AUTHOR

...view details