ଓଡିଶା

odisha

ETV Bharat / sports

ODI World Cup 2023: ଭାରତକୁ ହରାଇବାକୁ ପାକିସ୍ତାନ ସକ୍ଷମ କହିଲେ ୱାକର ୟୁନିସ

ଏସିଆ କପ୍‌ ଓ ଦିନିକିଆ ବିଶ୍ବକପ୍‌ ପୂର୍ବରୁ ରୋହିତବାହୀନିକୁ ପୂର୍ବତନ ପାକିସ୍ତାନୀ କ୍ରିକେଟରଙ୍କ ଚେତାବନୀ । ୱାକର ୟୁନିସ କହିଲେ ଭାରତ ଅପେକ୍ଷା ପାକିସ୍ତାନ କ୍ରିକେଟ ଦଳ ଚାପ ସମ୍ଭାଳିବାରେ ମାହିର । ଅଧିକ ପଢ଼ନ୍ତୁ

ଭାରତକୁ ହରାଇବାକୁ ପାକିସ୍ତାନ ସକ୍ଷମ କହିଲେ ୱକାର ୟୁନିସ
ଭାରତକୁ ହରାଇବାକୁ ପାକିସ୍ତାନ ସକ୍ଷମ କହିଲେ ୱକାର ୟୁନିସ

By

Published : Aug 6, 2023, 8:57 PM IST

ହାଇଦ୍ରାବାଦ: ଆଗକୁ ରହିଛି ଏସିଆ କପ୍‌ ଓ ଦିନିକିଆ ବିଶ୍ବକପ୍‌ । ଏହା ପୂର୍ବରୁ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାକର ୟୁନିସ୍‌ ଟିମ୍‌ ଇଣ୍ଡିଆକୁ ଚେତାବନୀ ଦେଇଛନ୍ତି । ବର୍ତ୍ତମାନର ପାକିସ୍ତାନ ଟିମ୍ ଅନ୍ୟ ଟିମ୍ ତୁଳନାରେ ବଡ଼ ବଡ଼ ମ୍ୟାଚ୍‌ରେ ଚାପ ନିୟନ୍ତ୍ରଣ କରିବାରେ ମାହିର ଅଛନ୍ତି ବୋଲି କହିଛନ୍ତି । ପାକିସ୍ତାନ ୨୦୨୧ ମସିହା ଟି୨୦ ବିଶ୍ବକପରେ ଭାରତକୁ ୧୦ ୱିକେଟରେ ପରାସ୍ତ କରିଥିଲା । ବିଶ୍ବକପରେ ପାକିସ୍ତାନ ବିପକ୍ଷରେ ଭାରତର ବିଜୟଧାରାରେ ବ୍ରେକ୍ ଲଗାଇଥିଲା ପାକିସ୍ତାନ । ୱାକର ୟୁନିସଙ୍କ କହିବା କଥା, ପାକିସ୍ତାନ ଦଳ ଏଥର ଦିନିକିଆ ବିଶ୍ବକପ୍‌ରେ ମଧ୍ୟ ଭାରତକୁ ହରାଇପାରିବ । କାରଣ ପାକିସ୍ତାନ ପାଖରେ ଭାରତ ଅପେକ୍ଷା ଅଧିକ ମ୍ୟାଚ ବିଜୟୀ ଖେଳାଳି ରହିଛନ୍ତି ।

ଏକ ସାକ୍ଷାତକାରରେ ୱକାର କହିଛନ୍ତି, "ଆଇସିସି ପ୍ରତିଯୋଗିତାରେ ଚାପ ନିୟନ୍ତ୍ରଣ କରିବାରେ ଭାରତ ଅପେକ୍ଷା ପାକିସ୍ତାନୀ ଦଳର ବର୍ତ୍ତମାନ ପୀଢି ବେଶ ସକ୍ରିୟ ଅଛନ୍ତି । ଆମ ସମୟରେ ମ୍ୟାଚ୍‌ ବେଳେ ଚାପ ଏତେ ଚିନ୍ତାର ବିଷୟ ନଥିଲା । ଏବେ କିନ୍ତୁ ତାହା ଅଧିକ ରହୁଛି । ଆପଣ ଯଦି କୌଣସି ଟିମ୍‌ ବିରୋଧରେ ବହୁତ କମ୍‌ ମ୍ୟାଚ ଖେଳିବେ, ତେବେ ସେହି ଟିମ୍‌ ବିପକ୍ଷ ମ୍ୟାଚ୍‌ରେ ଚାପ ଅଧିକ ରହିଥାଏ । ବିଶେଷ କରି ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚରେ ଚାପ ତିନିଗୁଣା ବଢ଼ି ଯାଇଥାଏ । ଆମେ ସେତେବେଳେ ଅଧିକ ମ୍ୟାଚ ଖେଳୁଥିଲୁ, ତେଣୁ ଆମ ସମୟରେ ଚାପ କମ ଥିଲା । ତେବେ ବିଶ୍ବକପରେ ଆମେ ଭାରତ ବିପକ୍ଷରେ ପରାସ୍ତ ହେଉଥିଲୁ । ଆଜିକାଲିର ଖେଳାଳିମାନେ ଚାପକୁ ବେଶ ଭଲ ଭାବେ ସମ୍ଭାଳିପାରୁଛନ୍ତି । ଏମାନେ ଆମ ପାଇଁ ସବୁବେଳେ ମ୍ୟାଚ ବିଜେତା ।"

ଏହା ମଧ୍ୟ ପଢ଼ନ୍ତୁ...ICC ODI World Cup 2023: ଖେଳ ସୂଚୀରେ ସାମାନ୍ୟ ପରିବର୍ତ୍ତନ, ଅକ୍ଟୋବର 14ରେ ଭାରତ-ପାକିସ୍ତାନ ମ୍ୟାଚ

ୱାକର ୟୁନିସ ଆହୁରି ମଧ୍ୟ କହିଛନ୍ତି, "ପାକିସ୍ତାନ ଟିମ୍ ପାଖରେ ବାବର ଆଜମ, ସାହିନ ଆଫ୍ରିଦି ଏବଂ ଫକର ଜମାନ୍ଙ୍କ ଭଳି ଅନେକ ମ୍ୟାଚ ବିଜୟୀ ଖେଳାଳି ଅଛନ୍ତି । ଏମାନେ ସମସ୍ତେ ନିଜ ଦମରେ ମ୍ୟାଚକୁ ଜିତାଇପାରିବେ । ଭାରତ ବିପକ୍ଷରେ ମଧ୍ୟ ଏମାନଙ୍କ ରେକର୍ଡ ବହୁତ ଭଲ । ସାହିନ ଆଫ୍ରିଦି ଓ ଫକର ଜମାନ ଖେଳରେ ଚମତ୍କାର କରିପାରନ୍ତି । ଏହାଛଡ଼ା ଇମାମ ମଧ୍ୟ ଭଲ ପ୍ରଦର୍ଶନ କରଛନ୍ତି । ଆମ ଟିମକୁ ନିଜର ପ୍ରସ୍ତୁତିକୁ ଆହୁରି ଭଲ କରିବାକୁ ପଡ଼ିବ ଏବଂ ଚାପକୁ ନିୟନ୍ତ୍ରଣ କରିବାରେ ଆହୁରି ଦକ୍ଷ ହେବାକୁ ପଡିବ । ଆଗାମୀ ଦିନରେ ଏସିଆ କପ୍‌ ଓ ବିଶ୍ବକପ ଅନୁଷ୍ଠିତ ହେବାକୁ ଯାଉଛି । ଭାରତ ଓ ପାକିସ୍ତାନ ମଧ୍ୟରେ ଏଠାରେ ଜୋରଦାର ଲଢେଇ ମଧ୍ୟ ଦେଖିବାକୁ ମିଳିବ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details