ଓଡିଶା

odisha

ETV Bharat / sports

ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ କୋଚ ଦ୍ରାବିଡଙ୍କ ଗେମ୍‌ ପ୍ଲାନ୍‌, କହିଲେ ମ୍ୟାଚ୍‌ ବିଜୟୀ ପ୍ରଦର୍ଶନକୁ ଗୁରୁତ୍ବ ଦିଅ

ଆସନ୍ତା ଡିସେମ୍ବର 10 ତାରିଖରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକ ଫୁଲ ସିରିଜ ଖେଳିବ ଭାରତ । ଟି-ଟ୍ବେଣ୍ଟି, ଦିନିକିଆ ଓ ଟେଷ୍ଟ ମ୍ୟାଚ ଆରମ୍ଭ ପୂର୍ବରୁ ଭାରତୀୟ ଦଳର ମୁଖ୍ୟ କୋଚ ରାହୁଲ ଦ୍ରାବିଡ କିଛି ବଡ଼ କଥା କହିଛନ୍ତି । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : Dec 7, 2023, 10:01 AM IST

India vs south africa
Rahul dravid India vs south africa series

ନୂଆଦିଲ୍ଲୀ: ଏକ ଫୁଲ୍‌ ସିରିଜ ଖେଳିବାକୁ ଦକ୍ଷିଣ ଆଫ୍ରିକା ଗସ୍ତ କରିଛି ଭାରତୀୟ ଦଳ । ଟି-ଟ୍ବେଣ୍ଟି, ଦିନିକିଆ ଓ ଟେଷ୍ଟ 3 ଫର୍ମାଟରେ ସିରିଜ ଖେଳିବ ଭାରତ । ଆସନ୍ତା 10 ତାରିଖରୁ ଟି-ଟ୍ବେଣ୍ଟି ସିରିଜ ଆରମ୍ଭ ହେବ । ସୂର୍ଯ୍ୟକୁମାରଙ୍କ ନେତୃତ୍ବାଧୀନ ଟି-ଟ୍ବେଣ୍ଟି ଦଳ ଦକ୍ଷିଆ ଆଫ୍ରିକା ଗସ୍ତ କରିଛି । ସିରିଜ ପୂର୍ବରୁ ଦଳର କୋଚ୍‌ ରାହୁଲ ଦ୍ରାବିଡ କିଛି ବଡ଼ କଥା କହିଛନ୍ତି । ଏହି ଗୁରୁତ୍ବପୂର୍ଣ୍ଣ ସିରିଜରେ ଖେଳାଳିମାନେ ବ୍ୟାଟିଂ ଓ ମ୍ୟାଚ୍‌ ବିଜୟୀ ପ୍ରଦର୍ଶନକୁ ଗୁରୁତ୍ବ ଦିଅନ୍ତୁ ବୋଲି କହିଛନ୍ତି ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ ।

କୋଚ୍‌ ରାହୁଲ ଦ୍ରାବିଡ କହିଛନ୍ତି, ଦକ୍ଷିଣ ଆଫ୍ରିକା ପିଚ୍ ବ୍ୟାଟଂ ପାଇଁ କଷ୍ଟକର । ତେଣୁ ସିରିଜଟି ଆମ ପାଇଁ କଠିନ ହୋଇପାରେ । ସମସ୍ତ ଖେଳାଳି ନିଜ ନିଜ ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିବେ ବୋଲି ଆଶା କରୁଛି । ମୋଟ ଉପରେ କହିବାକୁ ଗଲେ ବ୍ୟାଟିଂ ଓ ମ୍ୟାଚ୍‌ ବିଜୟୀ ପ୍ରଦର୍ଶନ ଉପରେ ଗୁରୁତ୍ୱ ଦେବାକୁ ହେବ । ପରିସ୍ଥିତି ଓ ଜଳବାୟୁ ଧ୍ୟାନରେ ରଖି ଖେଳାଳିଙ୍କୁ ପ୍ରଦର୍ଶନ କରିବାକୁ ହେବ । ମାନସିକ ଭାବେ ପ୍ରସ୍ତୁତ ହେଲେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଜୟ ସହଜ ହେବ ।''

ରାହୁଲ ଦ୍ରାବିଡ ଆହୁରି କହିଛନ୍ତି, ''ଆଫ୍ରିକା ମହାଦ୍ବୀପରେ ଖେଳାଯିବାକୁ ଥିବା ମ୍ୟାଚରେ ମାନସିକ ସ୍ତରରେ ପ୍ରସ୍ତୁତ ହେବାକୁ ପଡିବ । ଆମେ ସମସ୍ତଙ୍କଠୁ ସମାନ ପ୍ରଦର୍ଶନ କରିବା ଆଶା କରିପାରିବ ନାହିଁ । ଆମେ ଚାହୁଁଛୁ କି ଏଥର ସମସ୍ତ ଖେଳାଳି ତାଙ୍କ ରଣନୀତିକୁ ନେଇ ସ୍ପଷ୍ଟ ହୁଅନ୍ତୁ । ସେଟ୍‌ ହେବାର ଅବସର ମିଳିବା ପରେ ମ୍ୟାଚ୍‌ ଜିତିବାରେ ଯୋଗଦାନ ଦେବା ଜୁରୁରୀ ।''

ଏହା ବି ପଢନ୍ତୁ...ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଦଳ ଘୋଷିତ, ଫେରିଲେ ସାମସନ-ଚହଳ

ଏହା ବି ପଢନ୍ତୁ...ଦକ୍ଷିଣ ଆଫ୍ରିକା ଅଭିମୁଖେ ଟିମ୍‌ ଇଣ୍ଡିଆ, ୧୦ରୁ T20 ଫାଇଟ୍‌

ପ୍ରକାଶ ଥାଉ କି, 10 ତାରିଖରୁ 3 ମ୍ୟାଚ୍‌ ବିଶିଷ୍ଟ ଟି-20 ସିରିଜ ଆରମ୍ଭ ହେବ । ଏ ନେଇ ଗତକାଲି ଟି-ଟ୍ବେଣ୍ଟି ଦଳ ଦକ୍ଷିଣ ଆଫ୍ରିକା ଗସ୍ତ କରିଛି । ଏହାପରେ ଦିନିକିଆ ଓ ଟେଷ୍ଟ ଦ ଦକ୍ଷିଣ ଆଫ୍ରିକାରେ ପହଞ୍ଚିବେ । 10 ତାରିଖରେ ପ୍ରଥମ, 12 ତାରିଖରେ ଦ୍ବିତୀୟ ଓ 14 ତାରିଖରେ ତୃତୀୟ ଟି-20 ମ୍ୟାଚ ଖେଳାଯିବ । ଟି-ଟ୍ବେଣ୍ଟି ସିରିଜରେ ନେତୃତ୍ୱ ସୂର୍ଯ୍ୟକୁମାର ଯାଦବଙ୍କୁ ଦିଆଯାଇଛି । ସଦ୍ୟ ସମାପ୍ତ ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ବେଣ୍ଟିରେ 4-1ରେ ଭାରତ ବିଜୟ ହାସଲ କରିଥିଲା ।

ABOUT THE AUTHOR

...view details