ଓଡିଶା

odisha

ETV Bharat / sports

ଲକ୍ଷ୍ମଣ ପରବର୍ତ୍ତୀ ଏନସିଏ ନିର୍ଦ୍ଦେଶକ ! - ଜାତୀୟ କ୍ରିକେଟ ଏକାଡେମୀ

ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ ଏକାଡେମୀ(ଏନସିଏ)ର ମୁଖ୍ୟ ପଦ ଖାଲି ପଡିଛି । ପୂର୍ବତନ କ୍ରିକେଟ ଖେଳାଳି ଭିଭିଏସ ଲକ୍ଷ୍ମଣ ବର୍ତ୍ତମାନ ଏମସିଏର ନିର୍ଦ୍ଦେଶକ ଦେବା ଆଶା କରାଯାଉଛି । ଅଧିକ ପଢନ୍ତୁ...

ଲକ୍ଷ୍ମଣ ପରବର୍ତ୍ତୀ ଏନସିଏ ନିର୍ଦ୍ଦେଶକ !
ଲକ୍ଷ୍ମଣ ପରବର୍ତ୍ତୀ ଏନସିଏ ନିର୍ଦ୍ଦେଶକ !

By

Published : Nov 9, 2021, 8:37 AM IST

ନୂଆଦିଲ୍ଲୀ:ରାହୁଲ ଦ୍ରାବିଡ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ ହୋଇଛନ୍ତି । ଫଳରେ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ ଏକାଡେମୀ(ଏନସିଏ)ର ମୁଖ୍ୟ ପଦ ଖାଲି ପଡିଛି । ପୂର୍ବତନ କ୍ରିକେଟ ଖେଳାଳି ଭିଭିଏସ ଲକ୍ଷ୍ମଣ ବର୍ତ୍ତମାନ ଏନସିଏର ନିର୍ଦ୍ଦେଶକ ହେବା ଆଶା କରାଯାଉଛି ।

ଏହା ପୂର୍ବରୁ ବିସିସିଆଇ ଲକ୍ଷ୍ମଣଙ୍କୁ ରାଜି କରାଇବାକୁ ଚେଷ୍ଟା ଚଳାଇଛି । ଲକ୍ଷ୍ମଣ ସନରାଇଜର୍ସ ହାଇଦ୍ରାବାଦ ଆଇପିଏଲ ଦଳର ଦାୟିତ୍ବରେ ଅଛନ୍ତି । ଏନସିଏ ନିର୍ଦ୍ଦେଶକ ହେଲେ ତାଙ୍କୁ ଆଇପିଏଲ ଦାୟିତ୍ବ ଛାଡିବାକୁ ହେବ । ଲକ୍ଷ୍ମଣ ୬ ବର୍ଷ ହେବ ବେଙ୍ଗଲ କ୍ରିକେଟ ଦଳର ବ୍ୟାଟିଂ ପରାମର୍ଶଦାତା ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି ।

ରାହୁଲ ଦ୍ରାବିଡ କୋଚ ହେବା ପରେ ଏନସିଏର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଥିଲେ । ୪ ବର୍ଷ କାର୍ଯ୍ୟକାଳ ଭିତରେ ବହୁ ଉଦୀୟମାନ ଯୁବ ଖେଳାଳି ପ୍ରସ୍ତୁତ ହୋଇଥିଲେ । ଏନସିଏରେ ପ୍ରଶିକ୍ଷଣ ନେବା ସହ ଖେଳାଳିଙ୍କ ଆହତ ସମସ୍ୟାର ଉପଚାର, ମହିଳା କ୍ରିକେଟର ଉନ୍ନତିକୁ ପ୍ରାଧାନ୍ୟ ଦିଆଯାଇଥିଲା । ଏନସିଏ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details