ଓଡିଶା

odisha

ETV Bharat / sports

World Cup 2023: ଚିନ୍ମୟ ତପୋବନ ଆଶ୍ରମରେ ଛୁଟି କାଟିଲେ କୋହଲି, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ - ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ

ବିଶ୍ବକପ୍‌ ୨୦୨୩ରେ ନ୍ୟୁଜିଲାଣ୍ଡକୁ ହରାଇବା ପରେ ଧର୍ମଶାଳାରେ ଦୁଇ ଦିନ ଛୁଟି କାଟିଲେ ଭାରତୀୟ ଖେଳାଳି । ମଙ୍ଗଳବାର ଚିନ୍ମୟ ତପୋବନ ଆଶ୍ରମରେ ଛୁଟି କଟାଇଲେ ବିରାଟ କୋହଲି । ସେ ମଧ୍ୟ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କୁ ଭେଟିଥିଲେ । ଅଧିକ ପଢ଼ନ୍ତୁ

ଚିନ୍ମୟ ତପୋବନ ଆଶ୍ରମରେ ଛୁଟି କଟାଇଲେ କୋହଲି
ଚିନ୍ମୟ ତପୋବନ ଆଶ୍ରମରେ ଛୁଟି କଟାଇଲେ କୋହଲି

By ETV Bharat Odisha Team

Published : Oct 24, 2023, 9:53 PM IST

ଧର୍ମଶାଳା: ଜାରି ରହିଥିବା ଆଇସିସି ବିଶ୍ବକପ୍‌ ୨୦୨୩ରେ ଭାରତୀୟ ଦଳର ଦମଦାର ପ୍ରଦର୍ଶନ ଜାରି ରହିଛି । ଏପର୍ଯ୍ୟନ୍ତ ଖେଳିଥିବା ୫ ମ୍ୟାଚ୍‌ରୁ ସମସ୍ତ ମ୍ୟାଚ୍‌ ଜିତି ୧୦ ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ଘରୋଇ ଦଳ । ଦଳର ଅଧିନାୟକ ରୋହିତ ଶର୍ମାଙ୍କ ସମେତ ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ବ୍ୟାଟରୁ ରନ୍‌ ବର୍ଷା ହେବାରେ ଲାଗିଛି । ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ ଜିତିବା ପରେ ଭାରତୀୟ ଖଏଳାଳିଙ୍କୁ ଦୁଇ ଦିନର ଛୁଟି ଦେଇଛି ବିସିସିଆଇ । ଦଳର ବିଭିନ୍ନ ଖେଳାଳି ବିଭିନ୍ନ ସ୍ଥାନ ବୁଲି ଏହି ଛୁଟି କାଟୁଥିବା ଦେଖିବାକୁ ମିଳିଛି । ଏହାରି ଭିତରେ ବିରାଟ କୋହଲି ମଙ୍ଗଳବାର ସିଦ୍ଧବାରୀସ୍ଥିତ ସ୍ବାମୀ ଚିନ୍ମୟାନନ୍ଦଙ୍କ ଚିନ୍ମୟ ତପୋବନ ଆଶ୍ରମ ବୁଲୁଥିବା ଦେଖିବାକୁ ମିଳିଥିଲା । ଏହାପରେ ସେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କ ସହ ସାକ୍ଷାତ କରିଥିବା ଦେଖିବାକୁ ମିଳିଛି ।

ପ୍ରକାଶ ଯୋଗ୍ୟ ହିମାଚଳ ପ୍ରଦେଶର ସିଦ୍ଧବାରୀରେ ଧୌଲାଧାର ପାହାଡ଼ (ହିମାଚଳ ପ୍ରଦେଶରେ ଥିବା ଏକ ଅତି ସୁନ୍ଦର ଧଳା ପାହାଡ଼) ମଧ୍ୟରେ ବିନ୍ଦୁ ସାରସ କୂଳରେ ଅବସ୍ଥିତ ସ୍ବାମୀ ଚିନ୍ମୟାନନ୍ଦଙ୍କ ଚିନ୍ମୟ ତପୋବନ ଆଶ୍ରମ । ଏଠାରେ ଭାଗବତ ଗୀତା ବିଷୟରେ ଶିକ୍ଷା ପ୍ରଦାନ କରାଯାଏ । ଏହିଠାରୁ ଧୌଲାଧାର ପାହାଡ଼ର ମନୋରମ ଦୃଶ୍ୟ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଥାଏ । ଏହିଠାରେ ଦେବଦାରୁ ଗଛର ବଗିଚା ଓ ଛୋଟ ଛୋଟ ନଦୀର ସଙ୍ଗମ ମନକୁ ଶାନ୍ତି ପ୍ରଦାନ କରିଥାଏ । ଭାରତୀୟ କ୍ରିକେଟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ମୁହଁରେ ମାସ୍କ ଲଗାଇ ଏଠାରେ ପହଞ୍ଚିଥିବା ଦେଖିବାକୁ ମିଳିଥିଲା । ଆଶ୍ରମ ମଧ୍ୟରେ ସେ ଉଠାଇଥିବା କିଛି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି ।

ଏହା ମଧ୍ୟ ପଢ଼ନ୍ତୁ...World Cup 2023: ରନ ଚେସ୍‌କୁ ମନ ଦେଇ ବସିଛନ୍ତି କିଙ୍ଗ କୋହଲି, ଚର୍ଚ୍ଚାରେ ନ୍ୟୁଜିଲାଣ୍ଡ ବିପକ୍ଷ ପାଳି

ଏହାପରେ ବିରାଟ କୋହଲିଙ୍କୁ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କ ସହ ଦେଖିବାକୁ ମିଳିଥିଲା । ନିଜେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ନିଜ ଏକ୍ସ୍‌ ହ୍ୟାଣ୍ଡେଲ୍‌ରେ ଏହି ଫଟୋ ପୋଷ୍ଟ କରିଥିଲେ । ଏହି ସାକ୍ଷାତକାର ବେଳେ କଂଗ୍ରେସ ନେତା ରାଜୀବ ଶୁକ୍ଳା, ତେଜିନ୍ଦର ବିଟ୍ଟୁ, ଧର୍ମଶାଳା କଂଗ୍ରେସ ବିଧାୟକ ସୁଧୀର ଶର୍ମା ଓ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶଦାତା ସୁନୀଲ ଶର୍ମା ମଧ୍ୟ ଉପସ୍ଥିତ ଥିଲେ । ପ୍ରକାଶଯୋଗ୍ୟ, ରାଜୀବ ଶୁକ୍ଳା ହିମାଚଳ ପ୍ରଦେଶ କଂଗ୍ରେସର ପ୍ରଭାରୀ ଓ ତେଜିନ୍ଦର ବିଟ୍ଟୁ ସହପ୍ରଭାରୀ ଅଛନ୍ତି । ଧର୍ମଶାଳାରେ ହୋଇଥିବା ଏହି ସାକ୍ଷାତକାରର ଫଟୋ ସୁଧୀର ଶର୍ମା ମଧ୍ୟ ନିଜ ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ବିଶ୍ବକପ୍‌ରେ ଚମକୁଛନ୍ତି ଭାରତୀୟ ଖେଳାଳି, ରୋହିତ-କୋହଲିଙ୍କ ଆଗରେ ସମସ୍ତେ ଫିକା

ପ୍ରକାଶ ଥାଉ, ବିଶ୍ବକପ୍‌ ୨୦୨୩ରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ ଖେଳିବା ପାଇଁ ଭାରତୀୟ ଦଳ ମଙ୍ଗଳବାର ପର୍ଯ୍ୟନ୍ତ ଧର୍ମଶାଳାରେ ଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଖେଳିଥିବା ସମସ୍ତ ୫ଟି ଯାକ ମ୍ୟାଚ୍‌ ଜିତି ପଏଣ୍ଟ ଟେବୁଲ ଶୀର୍ଷରେ ରହିଛି । ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ନିଜର ପ୍ରାଇମ ଫର୍ମରେ ରହିଛନ୍ତି । ଏପରିକି ସେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ମଧ୍ୟ ୯୫ ରନର ମ୍ୟାଚ୍‌ ଦମଦାର ପାଳି ଖେଳି ଭାରତକୁ ବିଜୟୀ କରାଇଥିଲେ । ଦମଦାର ଫର୍ମରେ ରହିଥିବା କିଙ୍ଗ୍‌ କୋହଲି ୫ ମ୍ୟାଚ୍‌ ଖେଳି ୩୫୪ ରନ ସଂଗ୍ରହ କରିଥିବାବେଳେ ଏଥିରେ ୩ ଅର୍ଦ୍ଧଶତକ ଓ ଗୋଟିଏ ଶତକ ସାମିଲ ରହିଛି । ଭାରତ ବିଶ୍ବକପ୍‌ ଟାଇଟଲ ଜିତିବାକୁ ହେଲେ କୋହଲିଙ୍କର ଏପରି ଫର୍ମ ଜାରି ରହିବା ଏକାନ୍ତ ଆବଶ୍ୟକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details