ଦୁବାଇ: ପ୍ରକାଶ ପାଇଛି ସଦ୍ୟ ଆଇସିସି ଟେଷ୍ଟ ମାନ୍ୟତା ତାଲିକା । ଏଥିରେ ଭାରତୀୟ ଖେଳାଳିମାନେ ନିଜ ନିଜ ପୂର୍ବ ସ୍ଥାନ ବଜାୟ ରଖିଛନ୍ତି । ରୋହିତ ଶର୍ମା ବିରାଟ କୋହଲି ଓ ଅଶ୍ବିନୀଙ୍କର 10 ତାଲିକାରେ ସ୍ଥାନ ସ୍ଥିର ରହିଛି ।
କେବଳ ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜ ଚାଲିଥିବାରୁ ବ୍ୟାଟିଂ, ବୋଲିଂ ଓ ଅଲରାଉଣ୍ଡର ମାନ୍ୟତା ତାଲିକାରେ ଶ୍ରେଷ୍ଠ-10ରେ କୌଣସି ପରିବର୍ତ୍ତନ ଘଟିନାହିଁ । ବ୍ୟାଟିଂ ତାଲିକାରେ ରୋହିତ ଶର୍ମା ଅଷ୍ଟମ ଓ ବିରାଟ କୋହଲି ନବନ ସ୍ଥାନରେ ରହିଛନ୍ତି । ଅଷ୍ଟ୍ରେଲିଆର ମାର୍ନସ ଲାବୁସାଁଙ୍କ ଶୀର୍ଷ ସ୍ଥାନ ଅପରିବର୍ତ୍ତିତ ରହିଛି ।