ଓଡିଶା

odisha

ETV Bharat / sports

ICC Test Ranking: ଉଠିଲେ ବୁମରା, ଖସିଲେ କୋହଲି - ଆଇସିସି ଟେଷ୍ଟ ରାଙ୍କିଂରେ ନବମକୁ ଖସିଲେ କୋହଲି

ICC ପକ୍ଷରୁ ଜାରି ହୋଇଛି ନୂଆ ଟେଷ୍ଟ ମାନ୍ୟତା । ଏହି ରାଙ୍କିଂ ମୁତାବକ ଟପ୍‌ ୧୦ ଜଣ ଟେଷ୍ଟ ବୋଲରଙ୍କ ମଧ୍ୟରେ ସାମିଲ ହୋଇଛନ୍ତି ଜଶପ୍ରୀତ ବୁମରା । ସେହିଭଳି ବିରାଟ କୋହଲି ସପ୍ତମ ସ୍ଥାନରୁ ଖସି ନବମ ସ୍ଥାନରେ ପହଞ୍ଚିଛନ୍ତି । ଅଧିକ ପଢ଼ନ୍ତୁ

ICC Test Rankings: ନବମକୁ ଉଠିଲେ ବୁମରା, ନବମକୁ ଖସିଲେ କୋହଲି
ICC Test Rankings: ନବମକୁ ଉଠିଲେ ବୁମରା, ନବମକୁ ଖସିଲେ କୋହଲି

By

Published : Jan 5, 2022, 5:28 PM IST

ଦୁବାଇ: ICC ପକ୍ଷରୁ ଜାରି ହୋଇଛି ନୂଆ ଟେଷ୍ଟ ରାଙ୍କିଂ । ଏହି ମାନ୍ୟତା ମୁତାବକ ଟପ୍‌ ୧୦ ଜଣ ଟେଷ୍ଟ ବୋଲରଙ୍କ ମଧ୍ୟରେ ସାମିଲ ହୋଇଛନ୍ତି ଜଶପ୍ରୀତ ବୁମରା । ସେହିଭଳି ବିରାଟ କୋହଲି ସପ୍ତମ ସ୍ଥାନରୁ ଖସି ନବମ ସ୍ଥାନରେ ପହଞ୍ଚିଛନ୍ତି । ସେ ସେଞ୍ଚୁରିଅନ ଟେଷ୍ଟର ପ୍ରଥମ ଇନିଂସରେ ଦୁଇଟି ୱିକେଟ ନେଇଥିବା ବେଳେ ଦ୍ବିତୀୟ ଇନିଂସରେ ୩ଟି ହାସଲ କରିଥିଲେ ।

ଭାରତୀୟ ଫାଷ୍ଟ ବୋଲର ମହମ୍ମଦ ସାମି ଦୁଇଟି ସ୍ଥାନ ଉପରକୁ ଉଠି ୧୭ତମ ସ୍ଥାନରେ ପହଞ୍ଚିଛନ୍ତି । ସେ ସେଞ୍ଚୁରିଅନ ଟେଷ୍ଟରେ ମୋଟ ୮ଟି ୱିକେଟ ହାସଲ କରିଥିଲେ । ସେପଟେ ଅଲ୍‌ରାଉଣ୍ଡର ତାଲିକାରେ ରବିଚନ୍ଦ୍ରନ୍‌ ଅଶ୍ବିନୀ ଦ୍ବିତୀୟ ସ୍ଥାନରେ ଅପରିବର୍ତ୍ତିତ ରହଛନ୍ତି । ସେଞ୍ଚୁରିଅନ ଟେଷ୍ଟରେ ପ୍ଲେୟାର ଅଫ ଦି ମ୍ୟାଚ୍‌ ବିବେଚିତ ହୋଇଥିବା କେ.ଏଲ ରାହୁଲ ବ୍ୟାଟର ତାଲିକାରେ ୩୧ତମ ସ୍ଥାନରେ ପହଞ୍ଚିଛନ୍ତି ।

ଆଜିଙ୍କ୍ୟ ରାହାଣେ ୨୫ତମ ଓ ମୟଙ୍କ ଅଗ୍ରୱାଲ ଗୋଟିଏ ସ୍ଥାନ ଉପରକୁ ଉଠି ୧୧ତମ ସ୍ଥାନରେ ପହଞ୍ଚିଛନ୍ତି । ଦକ୍ଷିଣ ଆଫ୍ରିକାରର ଅଧିନାୟକ ଡିନ୍‌ ଏଲ୍‌ଗାରଙ୍କ ଦୁଇଟି ସ୍ଥାନରେ ଉନ୍ନତି ହୋଇ ୧୪ତମ ସ୍ଥାନରେ ପହଞ୍ଚିଛନ୍ତି । ସେହିଭଳି ଟେମ୍ବା ବାବୁମା ୧୬ଟି ସ୍ଥାନ ଉପରକୁ ଉଠି ୩୯ତମ ସ୍ଥାନରେ ପହଞ୍ଚିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details