ସେଞ୍ଚୁରିଆନ:ବିନା କୌଣସି ଅନ୍ତର୍ଜାତୀୟ ଶତକରେ ୨୦୨୧ ଶେଷ କରିବେ ଭାରତୀୟ ଟେଷ୍ଟ ଅଧିନାୟକ ବିରାଟ କୋହଲି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଖେଳୁଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ର ଦ୍ବିତୀୟ ଇନିଂସରେ ମାତ୍ର ୧୮ ରନ୍ କରି ଆଉଟ ହୋଇଥିଲେ ବିରାଟ କୋହଲି । ଏହି ଇନିଂସରେ ଏକ ଶତକ ହାସଲ କରିବା ପାଇଁ କୋହଲିଙ୍କ ପାଖରେ ସୁଯୋଗ ରହିଥିଲା । ତେବେ ଏହାକୁ ମଧ୍ୟ ହାତଛଡ଼ା କରିଥିଲେ ବିରାଟ କୋହଲି ।
କେବଳ ଏହି ବର୍ଷ ନୁହେଁ ୨୦୨୦ରେ ମଧ୍ୟ ବିନା କୌଣସି ଅନ୍ତର୍ଜାତୀୟ ଶତକରେ ବର୍ଷ ଶେଷ କରିଥିଲେ କୋହଲି । ଶେଷ ଥର ପାଇଁ ବାଂଲାଦେଶ ବିପକ୍ଷରେ ଶତକ ହାସଲ କରିଥିଲେ ବିରାଟ କୋହଲି । କୋଲକାତାର ଇଡେନଗାର୍ଡେନରେ ଏହି ମ୍ୟାଚ୍ ଖେଳା ଯାଇଥିଲା ।