ଓଡିଶା

odisha

ETV Bharat / sports

ବର୍ଷ ଆରମ୍ଭରୁ ଏହି ସବୁ ରେକର୍ଡ ଭାଙ୍ଗିଲେ ବିରାଟ - virat kohli century

ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ ବିରାଟ କୋହଲି ୮୭ ବଲରୁ ୧୨ ଚୌକା ଏବଂ ଗୋଟିଏ ଛକା ସହାୟତାରେ ସେ ୧୧୩ ରନର ଇନିଂସ ଖେଳିଥିଲେ । ତାଙ୍କର ଏହି ଉପଲବ୍ଧି ପରେ ସେ ଅନେକ ରେକର୍ଡର ଅଧିକାରୀ ହୋଇଛନ୍ତି । ଅଧିକ ପଢନ୍ତୁ

ବିରାଟ କୋହଲି
ବିରାଟ କୋହଲି

By

Published : Jan 11, 2023, 10:09 AM IST

ହାଇଦ୍ରାବାଦ: ଶତକୀୟ ଇନିଂସ ଖେଳି ୨୦୨୩ ବର୍ଷ ଆରମ୍ଭ କଲେ ଚେଜ୍ ମାଷ୍ଟର ବିରାଟ କୋହଲି । ଗୌହାଟୀରେ କିଙ୍ଗ କୋହଲିଙ୍କ ସୁପର ସୋ । ୨୦୨୩ ବର୍ଷରେ ପ୍ରଥମ ଭାରତୀୟ ଭାବରେ ଦିନିକିଆରେ ଖେଳିଲେ ଶତକୀୟ ଇନିଂସ । ତାଙ୍କର ଏହି ଉପଲବ୍ଧି ପରେ ସେ ଅନେକ ରେକର୍ଡର ଅଧିକାରୀ ହୋଇଛନ୍ତି । ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ ସେ ୮୭ ବଲରୁ ୧୨ ଚୌକା ଏବଂ ଗୋଟିଏ ଛକା ସହାୟତାରେ ସେ ୧୧୩ ରନର ଇନିଂସ ଖେଳିଥିଲେ ।

ଏହା ଦିନିକିଆରେ ୪୫ ତମ ଶତକ ହୋଇଥିବା ବେଳେ ଅନ୍ତର୍ଜାତୀୟ କ୍ୟାରିୟରେ ୭୩ ତମ ଶତକ ହାସଲ କରିଛନ୍ତି ଏହି ଷ୍ଟାର ବ୍ୟାଟର । ବିରାଟ କୋହଲି ୨୦୨୨ ବର୍ଷ ଶେଷରେ ତଥା ଡିସେମ୍ବର ୧୦ ତାରିଖରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରେ ବିରାଟ କୋହଲି ଶତକୀୟ ପାଳି ଖେଳିଥିଲେ । ବର୍ଷ ଆରମ୍ଭରୁ ତଥା ଠିକ୍ ମାସେ ପରେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆରେ ଲଗାତାର ଭାବରେ ବିରାଟଙ୍କ ବ୍ୟାଟରୁ ବାହାରିଛି ଶତକ ।

ଅନ୍ତର୍ଜାତୀୟ ଶତକରେ ଦ୍ବିତୀୟ ସ୍ଥାନରେ କୋହଲି- ଅନ୍ତର୍ଜାତୀୟ କ୍ରିକେଟରେ ସବୁଠୁ ଅଧିକ ଶତକ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି । ଏହି ତାଲିକାରେ ଦ୍ବିତୀୟ ସ୍ଥାନରେ ଚେଜ୍ ମାଷ୍ଟର ବିରାଟ କୋହଲି ରହିଛନ୍ତି । ସେ ୭୩ ଟି ଶତକ ହାସଲ କରିଛନ୍ତି । ସେହିପରି ତୃତୀୟ ସ୍ଥାନରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ରହିଛନ୍ତି । ସେ ୭୧ ଟି ଶତକ ହାସଲ କରିଛନ୍ତି ।

ଶ୍ରୀଲଙ୍କା ବିପକ୍ଷ ଦିନିକିଆରେ ସବୁଠୁ ଆଗରେ କୋହଲି - ବିରାଟ କୋହଲି ଶ୍ରୀଲଙ୍କା ବିପକ୍ଷ ଦିନିକିଆରେ ସର୍ବାଧିକ ରନ ସଂଗ୍ରହ କରିଛନ୍ତି । ଆଜିର ପାଳି ପରେ କୋହଲି ୨୩୩୩ ରନ କରିଛନ୍ତି । ଏହା ପୂର୍ବରୁ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ସର୍ବାଧିକ ୨୨୬୧ ରନ କରିଥିଲେ । ସେହିପରି ଅଷ୍ଟ୍ରେଲିଆ ବିପକ୍ଷରେ ୨୦୮୩ ରନ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୪୦୩ ରନ କରିଛନ୍ତି ।

ସଚିନ ସମକକ୍ଷ ହେଲେ ବିରାଟ-କୋହଲି ଘରୋଇ ମାଟିରେ ୯୯ ଟି ମ୍ୟାଚ ଖେଳି ୨୦ ତମ ଶତକ ହାସଲ କରିଛନ୍ତି । ଏହି ଉପଲବ୍ଧି ପରେ ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହୋଇପାରିଛନ୍ତି । ଏହା ପୂର୍ବରୁ ସଚିନ ଘରୋଇ ମାଟିରେ ୧୬୦ ଟି ମ୍ୟାଚ ଖେଳି ୨୦ ଟି ଶତକୀୟ ପାଳି ଖେଳିଥିଲେ ।

ଦିନିକିଆ କ୍ରିକେଟରେ ସବୁଠୁ ଅଧିକ ଶତକ

ସଚିନ ତେନ୍ଦୁଲକର - ୪୬୩ ମ୍ୟାଚ, ୪୯ ଶତକ

ବିରାଟ କୋହଲି - ୨୬୬ ମ୍ୟାଚ, ୪୫ ଶତକ

ରିକି ପଣ୍ଟିଂ - ୩୭୫ ମ୍ୟାଚ, ୩୦ ଶତକ

ରୋହିତ ଶର୍ମା - ୨୩୬ ମ୍ୟାଚ, ୨୯ ଶତକ

ସନଥ ଜୟସୂର୍ଯ୍ୟା - ୪୪୫ ମ୍ୟାଚ, ୨୮ ଶତକ

ଦିନିକିଆରେ ଭାରତୀୟ କ୍ରିକେଟରଙ୍କ ସବୁଠୁ ଅଧିକ ଶତକ

ସଚିନ ତେନ୍ଦୁଲକର - ୪୬୩ ମ୍ୟାଚ, ୪୯ ଶତକ

ବିରାଟ କୋହଲି - ୨୬୬ ମ୍ୟାଚ, ୪୫ ଶତକ

ରୋହିତ ଶର୍ମା - ୨୩୬ ମ୍ୟାଚ, ୨୯ ଶତକ

ବିରାଟ କୋହଲି ୪୫ ଦିନିକିଆ ଶତକ

୯ ବନାମ ୱେଷ୍ଟ ଇଣ୍ଡିଜ - ୪୧ ପାଳି

୯ ବନାମ ଶ୍ରୀଲଙ୍କା - ୪୭ ପାଳି

୮ ବନାମ ଅଷ୍ଟ୍ରେଲିଆ - ୪୧ ପାଳି

୫ ବନାମ ନ୍ୟୁଜିଲାଣ୍ଡ - ୨୬ ପାଳି

୪ ବନାମ ବାଂଲାଦେଶ - ୧୫ ପାଳି

୪ ବନାମ ଦକ୍ଷିଣ ଆଫ୍ରିକା - ୨୮ ପାଳି

୩ ବନାମ ଇଂଲଣ୍ଡ - ୩୫ ପାଳି

୨ ବନାମ ପାକିସ୍ତାନ - ୧୩ ପାଳି

୧ ବନାମ ଜିମ୍ବାୱେ - ୬ ପାଳି

ଅନ୍ତର୍ଜାତୀୟ ଦିନିକିଆରେ କୌଣସି ଟିମ ବିପକ୍ଷରେ ସବୁଠୁ ଅଧିକ ଶତକ

୯ - ସଚିନ ତେନ୍ଦୁଲକର ବନାମ ଅଷ୍ଟ୍ରେଲିଆ - ୭୦ ପାଳି

୯ - ବିରାଟ କୋହଲି - ବନାମ ୱେଷ୍ଟଇଣ୍ଡିଜ - ୪୧ ପାଳି

୯ - ବିରାଟ କୋହଲି - ବନାମ ଶ୍ରୀଲଙ୍କା - ୪୭ ପାଳି

୮ - ସଚିନ ତେନ୍ଦୁଲକର - ବନାମ - ଶ୍ରୀଲଙ୍କା - ୮୦ ପାଳି

୮ - ରୋହିତ ଶର୍ମା - ବନାମ ଅଷ୍ଟ୍ରେଲିଆ - ୪୦ ପାଳି

୮ - ବିରାଟ କୋହଲି ବନାମ ଅଷ୍ଟ୍ରେଲିଆ - ୪୧ ପାଳି

ABOUT THE AUTHOR

...view details