ଓଡିଶା

odisha

ETV Bharat / sports

ICC T-20 RANKINGS: ଖସିଲେ ବିରାଟ-ରାହୁଲ - କୋହଲିଙ୍କ ରାଙ୍କିଂ କମିଲା

ଆଇସିସି ପକ୍ଷରୁ ଜାରି ହୋଇଛି ନୂଆ ଟି-୨୦ ମାନ୍ୟତା । ସଦ୍ୟତମ ଜାରି ହୋଇଥିବା ବିଶ୍ବ ଟି-୨୦ ମାନ୍ୟତାରେ ଭାରତୀୟ ଅଧିନାୟକ ବିରାଟ କୋହଲି ଗୋଟିଏ ସ୍ଥାନ ତଳକୁ ଖସି ପଞ୍ଚମ ସ୍ଥାନରେ ରହିଛନ୍ତି । ଅଧିକ ପଢ଼ନ୍ତୁ...

ICC T-20 RANKINGS: ତଳକୁ ଖସିଲେ ବିରାଟ-ରାହୁଲ
ICC T-20 RANKINGS: ତଳକୁ ଖସିଲେ ବିରାଟ-ରାହୁଲ

By

Published : Oct 27, 2021, 7:31 PM IST

ଦୁବାଇ: ଆଇସିସି ପକ୍ଷରୁ ଜାରି ହୋଇଛି ନୂଆ ଟି-୨୦ ମାନ୍ୟତା (Ranking) । ସଦ୍ୟ ଜାରି ହୋଇଥିବା ବିଶ୍ବ ଟି-୨୦ ମାନ୍ୟତାରେ ଭାରତୀୟ ଅଧିନାୟକ ବିରାଟ କୋହଲି ଗୋଟିଏ ସ୍ଥାନ ତଳକୁ ଖସି ପଞ୍ଚମ ସ୍ଥାନରେ ରହିଛନ୍ତି । ସେହିଭଳି ସାଥି ଖେଳାଳି କେ.ଏଲ ରାହୁଲ ମଧ୍ୟ ଦୁଇଟି ସ୍ଥାନ ତଳକୁ ଖସି ଅଷ୍ଟମ ସ୍ଥାନରେ ରହଛନ୍ତି । ଗତ ଟି-୨୦ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିବା ସତ୍ତ୍ବେ କୋହଲିଙ୍କୁ ମାନ୍ୟତାରେ ଗୋଟିଏ ସ୍ଥାନ ତଳକୁ ଖସିବାକୁ ପଡ଼ିଛି ।

ନୂଆ ଟି-୨୦ ରାଂକିଙ୍ଗରେ ପାକିସ୍ତାନର ଓପନର ମହମ୍ମଦ ରିଜ୍‌ୱାନ ତିନୋଟି ସ୍ଥାନ ଉପରକୁ ଉଠି ଚତୁର୍ଥ ସ୍ଥାନରେ ରହିଛନ୍ତି । ଏହା ତାଙ୍କ କ୍ୟାରିଅରର ସର୍ବଶ୍ରେଷ୍ଠ ରାଙ୍କିଂ । ଭାରତ ବିପକ୍ଷରେ ରିଜ୍‌ୱାନ ୭୯ ରନ୍‌ କରି ଅପରାଜିତ ରହିଥିଲେ । ସେହିଭଳି ନ୍ୟୁଜିଲାଣ୍ଡ ବିରୋଧରେ ମଧ୍ୟ ସେ ଗୁରୁତ୍ବପୂର୍ଣ୍ଣ ୩୩ ରନ୍‌ କରିଥିଲେ । ଯାହର ଫାଇଦା ତାଙ୍କୁ ମିଳିଛି ।

ସେପଟେ ଦକ୍ଷିଣ ଆଫ୍ରିକାର ଏଡନ ମକ୍ରାମ ୮ଟି ସ୍ଥାନ ଉପରକୁ ଉଠି ତୃତୀୟ ସ୍ଥାନରେ ରହିଛନ୍ତି । ସେ ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଯଥାକ୍ରମେ ୪୦ ଓ ୫୦ ରନ୍‌ କରିଥିଲ । ଏହା ମକ୍ରାମଙ୍କ ପାଇଁ ମଧ୍ୟ କ୍ୟାରିଅରର ସର୍ବଶ୍ରେଷ୍ଠ ରାଙ୍କିଂ । ଟି-୨୦ ବ୍ୟାଟର ରାଙ୍କିଂରେ ସର୍ବଶୀର୍ଷରେ ରହିଛନ୍ତି ଇଂଲଣ୍ଡର ଡାୱିଡ ମଲାନ । ତାଙ୍କ ପଛକୁ ପାକିସ୍ତାନର ଷ୍ଟାର ବ୍ୟାଟର ବାବାର ଆଜମ ଦ୍ବିତୀୟ ସ୍ଥାନରେ ରହିଛନ୍ତି ।

ବୋଲରମାନଙ୍କ ତାଲିକାରେ ସର୍ବଶୀର୍ଷରେ ରହିଛନ୍ତି ଦକ୍ଷିଣ ଆଫ୍ରିକାର ତବ୍ରେଜ ସାମସୀ । ତାଙ୍କ ପଛକୁ ଶ୍ରୀଲଙ୍କାର ୱାନିନ୍ଦୁ ଡି ସିଲଭା ଦ୍ବିତୀୟ ଓ ଆଫଗାନିସ୍ତାନର ରାଶିଦ ଖାନ ତୃତୀୟ ସ୍ଥାନରେ ରହିଛନ୍ତି । ଏହି ତାଲିକାରେ ଭାରତର କୌଣସି ଖେଳାଳି ସାମିଲ ନାହାନ୍ତି । ପାକିସ୍ତାନର ଫାଷ୍ଟ ବୋଲର ଶାହିନ ଆଫ୍ରିଦି ଭାରତ ବିପକ୍ଷରେ ଚମତ୍କାର ବୋଲିଂ ବଳରେ ୧୧ଟି ସ୍ଥାନ ଉପରକୁ ଉଠଇ ୧୨ତମ ସ୍ଥାନରେ ରହିଛନ୍ତି । ସେହିଭଳି ଆଉ ଜଣେ ଫାଷ୍ଟ ବୋଲର ହାରିସ ରୌଫ୍‌ ୩୪ଟି ସ୍ଥାନ ଉପରକୁ ଉଠି ୧୭ତମ ସ୍ଥାନରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details