ଲଣ୍ଡନ: ଷ୍ଟାର ଦମ୍ପତି ଭାରତୀୟ କ୍ରିକେଟର ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମା ପ୍ରଶଂସକଙ୍କ ମଧ୍ୟରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଭଲପାଇବା ଦିନରୁ ନେଇ ବିବାହ ଓ ଏକ ଛୁଆର ଅଭିଭାବକ ହେବା ପର୍ଯ୍ୟନ୍ତ ଏହି ଯୋଡିଙ୍କର ପରସ୍ପରଙ୍କ ପ୍ରତି ସ୍ନେହ ଓ ଆକର୍ଷଣ ସବୁବେଳେ ଅତୁଟ ରହିଛି । ବିଭିନ୍ନ ସମୟରେ ଉଭୟଙ୍କର ବିଭିନ୍ନ ଫଟୋକୁ ପ୍ରଶଂସକଙ୍କ ମାନେ ବେଶ ପ୍ରଶଂସା କରିଥାନ୍ତି ।
ସେଲିବ୍ରିଟି ଦମ୍ପତ୍ତି ବିରୁଷ୍କାଙ୍କୁ (ବିରାଟ ଓ ଅନୁଷିକା) ଅନେକ ସମୟରେ ଏକା ସାଙ୍ଗରେ ଅନେକ ସ୍ଥାନ ଭ୍ରମଣ କରୁଥିବାର ଦେଖିବାକୁ ମିଳିଥାଏ । ବିରାଟ କୋହଲି ବର୍ତ୍ତମାନ ଅଷ୍ଟ୍ରେଲିଆ ବିପକ୍ଷରେ ହେବାକୁ ଥିବା ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନ୍ସିପ ଫାଇନାଲ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହି ହାଇ ପ୍ରୋଫାଇଲ ମ୍ୟାଚ୍ ପାଇଁ ସେ ଏବେ ଲଣ୍ଡନ ଗସ୍ତରେ ରହିଛନ୍ତି । ତେବେ ତାଙ୍କ ସହ ଅନୁଷ୍କାଙ୍କୁ ମଧ୍ୟ ଲଣ୍ଡନରେ ଦେଖିବାକୁ ମିଳିଛି । ଉଭୟ ଷ୍ଟାର ଦମ୍ପତ୍ତିଙ୍କର ଏକ ଫଟୋ ଏବେ ସୋସିଆଲ୍ ମିଡିଆରେ ବେଶ ଭାଇରାଲ୍ ହେଉଛି । ଉଭୟ ବିରାଟ ଏବଂ ଅନୁଷ୍କା ଲଣ୍ଡନରେ କଫି ଡେଟ୍ ଉପଭୋଗ କରୁଥିବା ଦେଖିବାକୁ ମିଳିଛି । ଏହି ସମୟର ଅନେକ ଫଟୋ ଏବଂ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଭାଇରାଲ୍ ହେଉଥିବା ଫଟୋରେ ବିରୁଷ୍କା ଫଟୋ ପୋଜ୍ ଦେଇ ସାମ୍ନାକୁ ଚାହିଁ ବସିଛନ୍ତି । କେହି ଜଣେ ପ୍ରଶଂସକ ତାଙ୍କୁ ଫଟୋ ପାଇଁ ପୋଜ୍ ଦେବାକୁ କହିବା ପରେ ସେମାନେ ଏପରି ବସିଥିବା ଭିଡିଓରେ ଦେଖିବାକୁ ମିଳିଛି । ସେମାନଙ୍କ ପାଖରେ ଜଣେ ମହିଳା ପ୍ରଶଂସକଙ୍କୁ ମଧ୍ୟ ଅନ୍ୟ ଏକ ଫଟୋରେ ଦେଖିବାକୁ ମିଳିଛି ।